/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728392530.jpg)
Train Distance
ଆପଣ କେବେ ଚିନ୍ତା କରିଛନ୍ତି କି କେଉଁ ଟ୍ରେନ୍ ଭାରତର ଦୀର୍ଘତମ ଦୂରତାକୁ ଅତିକ୍ରମ କରେ? ଏପରି କେତୋଟି ଟ୍ରେନ୍ ଅଛି, ଯିଏ ଭାରତର ସର୍ବାଧିକ କିଲୋମିଟରକୁ କଭର୍ ଅପ୍ କରେ ? ଏ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି .. ଆମେ ଆପଣଙ୍କୁ ଏପରି ଏକ ଟ୍ରେନ୍ କଥା କହିବୁ, ଯାହା ଭାରତର ସର୍ବାଧିକ ଦୂରତାକୁ ଅତିକ୍ରମ କରେ ।
ବିବେକ ଏକ୍ସପ୍ରେସ .. ଏପରି ଏକ ଟ୍ରେନ ଯିଏ ପ୍ରାୟ ୪ ହଜାରରୁ ଅଧିକ କିଲୋମିଟର ଅତିକ୍ରମ କରିଥାଏ । ଟ୍ରେନ୍ଟି ଆସାମର ଦିବ୍ରୁଗଡରୁ ବାହାରି ତାମିଲନାଡୁର କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରେ । ଏହି ଚାରି ଦିନିଆ ଯାତ୍ରାରେ ଟ୍ରେନ୍ଟି ପ୍ରାୟ ୪ ହଜାରରୁ ଅଧିକ କିଲୋମିଟର ଅତିକ୍ରମ କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଦେଶର ସବୁଠାରୁ ଲମ୍ବା ଟ୍ରେନ୍ ମାର୍ଗ ଅଟେ ।
ସ୍ୱାମୀ ବିବେକାନନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୦୧୧-୧୨ରେ ରେଳ ବଜେଟରେ ଏହି ଟ୍ରେନ୍ ଉପରେ ଆଲୋକପାତ କରାଯାଇଥିଲା । ସେହି ବର୍ଷରୁ ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଚାଲିଆସୁଛି । ବର୍ତ୍ତମାନ ଏହି ଟ୍ରେନ୍ଟି ଭାରତର ଅନେକ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ଭାବେ ଚାଲିଆସିଛି ।
ଏହି ଟ୍ରେନ୍ଟି ମାତ୍ର ୭୫ ଘଣ୍ଟାରେ ୪,୧୮୯ କିଲୋମିଟର ଅତିକ୍ରମ କରେ । ଏହାର ଯାତ୍ରା ଆସାମରୁ ଆରମ୍ଭ ହୋଇ ନାଗାଲାଣ୍ଡ, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡିଶା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁ ଏହି ପରି ନଅଟି ରାଜ୍ୟ ଦେଇ ଯାଇଥାଏ । ଏହା ମଧ୍ୟରେ ୫୯ଟି ଷ୍ଟେସନ ପଡ଼ିଥାଏ । ଅନ୍ୟପଟେ ଏହାର ଯାତ୍ରା ସମୟରେ ରାସ୍ତାରେ ଅନେକ ଚମତ୍କାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ ।
ସପ୍ତାହରେ ଦୁଇଥର ଚାଲୁଥିବା ଏହି ଟ୍ରେନ୍ ମଙ୍ଗଳବାର ଏବଂ ଶନିବାର ଦିନ ଚାଲିଥାଏ । ଏହା ଦିବ୍ରୁଗଡରୁ ସଂଧ୍ୟା ୭:୨୫ ରେ ବାହାରି ଚାରିଦିନ ପରେ ସକାଳ ୧୦ଟାରେ କନ୍ୟାକୁମାରୀରେ ପହଞ୍ଚେ । ୧୯ ଟି କୋଚ୍ ସହିତ ବିବେକ ଏକ୍ସପ୍ରେସ ଏକ ନିର୍ଭରଯୋଗ୍ୟ ଏକ୍ସପ୍ରେସ ଅଟେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)