Advertisment

ଟଙ୍କା ବଦଳରେ ATMରୁ ବାହାରୁଛି ସୁନା ! ମାତ୍ର ଅଳ୍ପ ସେକେଣ୍ଡରେ ପାଇବେ ଶୁଦ୍ଧ ସୁନା

ଗୋଲ୍ଡସିକ୍କା ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଫିନ୍‌ଟେକ୍‌ କମ୍ପାନୀ ହାଇଦ୍ରାବାଦରେ ଏକ ଏଟିଏମ୍‌ ଖୋଲିଛି। ହେଲେ ଏହି ଏଟିଏମ୍‌ରୁ ଟଙ୍କା ବଦଳରେ ସୁନା ବାହାରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India's First Real-time Gold ATM

This ATM in Hyderabad dispenses gold

ଏଟିଏମ୍‌(ATM)ରୁ ଟଙ୍କା ବାହାରିବା କଥା ଆପଣ ଜାଣିଥିବେ। ହେଲେ କେବେ ଶୁଣିଛନ୍ତି ଏଟିଏମ୍‌ରୁ ସୁନା ବାହାରିବା। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ତେଲେଙ୍ଗାନାରେ ଥିବା ଗୋଲ୍ଡସିକ୍କା ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଫିନ୍‌ଟେକ୍‌ କମ୍ପାନୀ ହାଇଦ୍ରାବାଦରେ ଏକ ଏଟିଏମ୍‌ ଖୋଲିଛି। ହେଲେ ଏହି ଏଟିଏମ୍‌ରୁ ଟଙ୍କା ବଦଳରେ ସୁନା ବାହାରୁଛି।

Advertisment

ଗ୍ରାହକମାନେ ଏହି ଏଟିଏମ୍‌କୁ ଯାଇ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ବ୍ୟବହାର କରି ମାତ୍ର ଅଳ୍ପ ସେକେଣ୍ଡରେ ଏଟିଏମ୍‌ରୁ ସୁନା କଏନ କିଣିପାରିବେ। ଏଭଳି ବ୍ୟବସ୍ଥା ଦ୍ୱାରା ପୂର୍ବ ଅପେକ୍ଷା ସୁନା ନିବେଶକୁ ଆହୁରି ସହଜ କରାଯାଇପାରିଛି। ଗିଫ୍ଟ ଓ ନିବେଶ ଉଦ୍ଦେଶ୍ୟରେ ଅନେକ ଲୋକ ଶୁଦ୍ଧ ସୁନା କିଣିବାକୁ ଚାହାନ୍ତି। ହେଲେ କେଉଁଠି ନା କେଉଁଠି ସେମାନେ ଠକାମିର ଶିକାର ହୋଇଥାନ୍ତି। ତେବେ ଏହି କମ୍ପାନୀ ଗ୍ରାହକଙ୍କ ଏହି ସମସ୍ୟାର ସମାଧାନ କରିଛି। 

ଅଧିକ ପଢ଼ନ୍ତୁ: ଏଟିଏମ୍‌ରୁ ବାହାରୁଛି ଗରମାଗରମ୍‌ ଇଡଲି : ଲୋକଙ୍କୁ ମିଳିବ ୨୪ ଘଣ୍ଟିଆ ସେବା

Advertisment

ଗୋଲ୍ଡସିକ୍କାର ଗୋଲ୍ଡ ଏଟିଏମ୍‌ କଏନ ପୁରା ଶୁଦ୍ଧ ଓ ହଲ୍‌ମାର୍କଡ୍‌। ଗ୍ରାହକମାନେ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ମୁଦ୍ରା କିଣିପାରିବେ। ଏଥିପାଇଁ ଗ୍ରାହକଙ୍କ ପାଇଁ ୮ଟି ଅପ୍‌ସନ୍‌ ରହିଛି, ଯଥା- ୦.୫ ଗ୍ରାମ, ୧ ଗ୍ରାମ, ୨ ଗ୍ରାମ, ୫ ଗ୍ରାମ, ୧୦ ଗ୍ରାମ, ୨୦ ଗ୍ରାମ, ୫୦ ଗ୍ରାମ ଓ ୧୦୦ ଗ୍ରାମ। ଏଥିପାଇଁ ଡେବିଟ୍‌ କାର୍ଡର ଆବଶ୍ୟକତା ରହିଛି। ଏହା ହେଉଛି ବିଶ୍ୱର ପ୍ରଥମ ରିଅଲ୍‌ ଟାଇମ୍‌ ଗୋଲ୍ଡ ଏଟିଏମ୍‌ ମେସିନ୍‌। 

ସୂଚନାଥାଉ କି, ୪ ବର୍ଷ ପୂର୍ବେ ଗୋଲ୍ଡସିକ୍କା ପ୍ରତିଷ୍ଠା ହୋଇଥିଲା। ଏହାପରେ ସେମାନେ ଓପନ୍‌କ୍ୟୁବ୍‌ ଟେକ୍ନୋଲୋଜି ସହ ସହଭାଗିତା ହୋଇଥିଲା, ଯାହା ଗୋଲ୍ଡ ଏଟିଏମ୍‌ ଡିଜାଇନ୍‌ କରିଥିଲା। ଏହି ଏଟିଏମ୍‌ ମେସିନ୍‌ ୫ କିଲୋଗ୍ରାମ ସୁନା ଧାରଣ କରିପାରିବ। ଯାହାର ମୂଲ୍ୟ ୩ କୋଟି ଓ ଏହି ସୁନା ୨୪ କ୍ୟାରେଟ୍‌ ଶୁଦ୍ଧ। 

ଆଗାମୀ ଦିନରେ କମ୍ପାନୀ ଏୟାରପୋର୍ଟ, ପୁରୁଣା ସିଟି, Ameerpet ଓ Kukatpalliରେ ଗୋଲ୍ଡ ଏଟିଏମ୍‌ ପ୍ରତିଷ୍ଠା ପାଇଁ ଯୋଜନା କରିଛି। ଏହାସହ ରାଜ୍ୟରେ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ଏଟିଏମ୍‌ ପ୍ରତିଷ୍ଠା ପାଇଁ କମ୍ପାନୀକୁ ଅର୍ଡର ମିଳିଛି। 

ATM
Advertisment
Advertisment