• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି କାଲିକା ସମୟରେ ରେଡିଓ ପ୍ରାୟ ନିଶ୍ଚିହ୍ନ ହେବାକୁ ବସିଲାଣି । କାଁ ଭାଁ କେତେଜଣଙ୍କ ପାଖରେ ରେଡିଓ ଦେଖିବାକୁ ମିଳିବ । ନୂଆ ପିଢିର ଅନେକ ପିଲା ତ ରେଡିଓର ମୁହଁ ବି ଦେଖିନଥିବେ । ତେବେ ଏଭଳି ଯୁଗରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ରେଡିଓ ସଂଗ୍ରହରେ ବ୍ୟସ୍ତ ରୁହନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ନିକଟରେ ଏବେ ୧୧ ଶହ ରେଡିଓ ରହିଛି ।

ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତର ପ୍ରଦେଶ ଆମରୋହାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାମ ସିଂହ । ତାଙ୍କ କହିବା ଅନୁଯାୟୀ ପୂର୍ବରୁ ରେଡିଓ ସଂଗ୍ରହ ନିଶା ଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ କାର୍ଯ୍ୟକ୍ରମ ତାଙ୍କୁ ଆହୁରି ପ୍ରେରଣା ଯୋଗାଇଥିଲା ରେଡିଓ ସଂଗ୍ରହ ପାଇଁ । ତାଙ୍କର ଏହି ଉପଲବ୍ଧି ‘ଗିନିଜ ବୁକ ଅଫ ରେକର୍ଡସ’ ଅଧିକାରୀଙ୍କ ବି ଦୃଷ୍ଟି ଆକର୍ଷଣ କରିଛି । ରେକର୍ଡ ବୁକରେ ସ୍ଥାନ ପାଇବାକୁ ତାଙ୍କ ନିକଟରୁ ବିସ୍ତୃତ ତଥ୍ୟ ଗିନିଜ ବୁକ ଅଫ ରେକର୍ଡସ ପକ୍ଷରୁ ମଗାଯାଇଛି ।

ରାମ ସିଂହ ଏହାକୁ ନେଇ ଗର୍ବର ସହିତ ଦାବି କରିଛନ୍ତି ଯେ, ତାଙ୍କର ରେଡିଓ ସଂଗ୍ରହ ସାରା ବିଶ୍ୱରେ ଅତୁଳନୀୟ । ରାମ ସିଂହ ଦେଶ ଭ୍ରମଣ କରିବା ସମୟରେ ଚିନ୍ତା କରିଥିଲେ ଲୋକମାନେ ବିଭିନ୍ନ ଜିନିଷ ସଂଗ୍ରହ କରି ସାଇତି ରଖୁଛନ୍ତି । ହେଲେ ରେଡିଓକୁ ଅଣଦେଖା କରାଯାଉଛି । ତେଣୁ ମୋଦୀଙ୍କ ପ୍ରେରଣାଦାୟକ ପ୍ରସାରଣ ଶୁଣିବା ପରେ ସେ ତାଙ୍କ ରେଡିଓ ସଂଗ୍ରହକୁ ଆହୁରି ବଢ଼ାଇବାକୁ ସ୍ଥିର କରିଥିଲେ । ଯାହା ଫଳରେ ସେ ଆଜି ରେଡିଓ ମ୍ୟାନ୍‌ ଭାବେ ନୂତନ ପରିଚୟ ପାଇଛନ୍ତି ।

ତାଙ୍କର ଏହି ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡର ଦୃଷ୍ଟି କରିବାରେ ସାହାଯ୍ୟ କରିଛି । ବର୍ତ୍ତମାନ ରାମ ସିଂହ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ ରହିଥିବାବେଳେ ତାଙ୍କର ଅନ୍ୟ ଏକ ପରିଚୟ ରେଡିଓ ମ୍ୟାନ୍‌ ପାଲଟିଛି ।