Advertisment

ଭାରତ ମଣ୍ଡପମ୍‌ର କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ...

ଯେଉଁ ଭାରତ ମଣ୍ଡପମ୍‌କୁ ନେଇ ଏବେ ସାରା ଦେଶ ତଥା ବିଶ୍ୱରେ ଚର୍ଚ୍ଚା । ସେହି ଭାରତ ମଣ୍ଡପମ୍‌ର କ’ଣ ରହିଛି ବିଶେଷତ୍ୱ । ଆସନ୍ତୁ ଜାଣିବା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bharat Mandapam

Bharat Mandapam

ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ କରାଯାଇଛି ଜୋରଦାର ପ୍ରସ୍ତୁତି। ଆସନ୍ତା ୯ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ବେଳେ ଏନେଇ ଚାଲିଛି ବ୍ୟାପକ ଆୟୋଜନ। ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ ସଜେଇ ହେଲାଣି। ସେହିପରି ସୁରକ୍ଷା ବନ୍ଦୋବସ୍ତକୁ ମଧ୍ୟ କଡ଼ା କରାଯାଇଛି। 

Advertisment

ତେବେ ଯେଉଁ ଭାରତ ମଣ୍ଡପମ୍‌କୁ ନେଇ ଏବେ ସାରା ଦେଶ ତଥା ବିଶ୍ୱରେ ଚର୍ଚ୍ଚା । ସେହି ଭାରତ ମଣ୍ଡପମ୍‌ର କ’ଣ ରହିଛି ବିଶେଷତ୍ୱ । ଆସନ୍ତୁ ଜାଣିବା ।

୧-ପ୍ରଗତି ମଇଦାନରେ ଏହି ପ୍ରକଳ୍ପକୁ ପ୍ରାୟ ୨,୭୦୦ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି।

Advertisment

୨-ପିଏମଓ ଅନୁଯାୟୀ, ପ୍ରାୟ ୧୨୩ ଏକର ଜମିରେ ଏହା ବିକଶିତ ହୋଇଛି।

୩-ଏହାକୁ ଦେଶର ସବୁଠୁ ବଡ଼ ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନ କେନ୍ଦ୍ର ଭାବରେ ବିକଶିତ କରାଯାଇଛି।

୪-ସମ୍ମିଳନୀ ସେଣ୍ଟରକୁ ପ୍ରଗତି ମଇଦାନ ପରିସରର କେନ୍ଦ୍ରବିନ୍ଦୁ ଭାବରେ ବିକଶିତ କରଯାଇଛି। ଏଠାରେ ସାତ ହଜାର ଲୋକ ବସିବାର କ୍ଷମତା ରହିଛି । ଯାହା ଅଷ୍ଟ୍ରେଲିଆର ପ୍ରସିଦ୍ଧ ସିଡନୀ ଅପେରା ହାଉସର ବସିବାର କ୍ଷମତାଠାରୁ ଅଧିକ ।

୫-ଏହାର ଆକର୍ଷଣୀୟ ଆମ୍ଫିଥିଏଟରରେ ୩୦୦୦ ବ୍ୟକ୍ତି ବସିବାର କ୍ଷମତା ରହିଛି।

୬-ମଣ୍ଡପମ୍‌ ସାମ୍ନାରେ ୨୮ ଫୁଟ୍‌ ଉଚ୍ଚ ଏକ ନଟ୍‌ରାଜ ମୂର୍ତ୍ତି ସ୍ଥାପନ କରାଯାଇଛି । ଯାହାକି ଅଧିକ ଦୃଷ୍ଟି ଆକର୍ଷଣ କରୁଛି ।

୭଼-ଖାଲି ସେତିକି ନୁହେଁ ଏଠାରେ ବଡ଼ ଆକାରରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ, ବ୍ୟବସାୟିକ ମେଳା, ସମ୍ମିଳନୀ ଏବଂ ଅନ୍ୟ ପ୍ରତିଷ୍ଠିତ କାର୍ଯ୍ୟକ୍ରମ ପାଇଁ ଡିଜାଇନ କରାଯାଇଛି ।

ଅନ୍ୟପଟେ ଏହି G20 ସମ୍ମିଳନୀ ପାଇଁ ଚିକମିକ୍ ଆଲୋକମାଳାରେ ଝଲସୁଛି ଦିଲ୍ଲୀର ରାସ୍ତାଘାଟ। ଆଉ ଏହାରି ଭିତରେ ଭାରତ ମଣ୍ଡପମ୍‌ର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ଅତିଥିଙ୍କୁ ସ୍ୱାଗତ ଲାଗି ଏଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ ମଣ୍ଡପମର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚାରିଆଡ ସଫାସୁତରା କରାଯାଉଛି । 

ସେହିପରି ରାସ୍ତାକଡ଼ ପ୍ରାଚୀରରେ ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଉଛି । ଜି-୨୦ ସମ୍ମିଳନୀକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୋଲିସ ପକ୍ଷରୁ ଛକ ଛକରେ ଜୋରଦାର ଚେକିଂ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି । ଅତିଥିମାନଙ୍କ ସୁରକ୍ଷା ଦିଗରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ମଧ୍ୟ ତୀକ୍ଷ୍ମ ନଜର ରଖିଛି । ଖୋଲାଯାଇଛି ୨୪ ଘଣ୍ଟିଆ କମାଣ୍ଡ ସେଣ୍ଟର୍ । ୪୪୧ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ଅଞ୍ଚଳରେ ୧୬ ଶହ ସ୍ମାର୍ଟ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି । ଆକାଶରୁ ମଧ୍ୟ ଜଗୁଛି ଡ୍ରୋନ୍ । ସେହିପରି ଜିପିଏସ୍ ମାଧ୍ୟମରେ ଯାନଗୁଡିକର ଟ୍ରାକିଂ ବ୍ୟବସ୍ଥା କରାଯାଇଛି।

New Delhi G20 Summit
Advertisment
Advertisment