• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସିରିଆ ଓ ତୁର୍କୀରେ ଦେଖିବାକୁ ମିଳିଛି ଭୟଙ୍କର ଭୂ-କମ୍ପ । ପ୍ରକୃତିର ତାଣ୍ଡବ ପ୍ରଳୟ କରିଛି । ଏବେ ସୁଦ୍ଧା ୮୦୦୦ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି । କାରଣ ଏବେ ବି ହଜାର ହଜାର ଜୀବନ ଭଙ୍ଗା କୋଠା ତଳେ ଚାପି ହୋଇ ରହିଛି । କଂକ୍ରିଟ୍‌ ତଳୁ ଜୀବନ ବଞ୍ଚାଇବାରେ ଲାଗିଛନ୍ତି ଉଦ୍ଦାରକାରୀ ଦଳ । ଭାରତ ପକ୍ଷରୁ ସିରିଆ ଏବଂ ତୁର୍କୀକୁ ସର୍ବପ୍ରଥମେ ସହଯୋଗର ହାତ ବଢ଼ାଯାଇଛି । ଭାରତର ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏହି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଏଥିପାଇଁ ସିରିଆ ଏବଂ ତୁର୍କୀ ସରକାର ଭାରତକୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଭାରତକୁ ଭଲ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ।

ତୁର୍କୀ ଓ ସିରିଆରେ ହୋଇଥିବା ୭.୮ ତୀବ୍ରତାର ଭୂ-କମ୍ପ ପାଖାପାଖି ୧୦୦ କିଲୋମିଟର ଅଞ୍ଚଳକୁ ଧ୍ୱଂସ ବିଧ୍ୱଂସ କରିଦେଇଛି । ଏହି ଭୂ-କମ୍ପ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ସମସ୍ତେ ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି । 

ତେବେ ତୁର୍କୀ ଓ ସିରିଆ ଭଳି ଭୂ-କମ୍ପ ପ୍ରବଣ ଅଞ୍ଚଳ ଭାରତରେ ମଧ୍ୟ ରହିଛି । ଭାରତରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଅଧିକ ଭୂ-କମ୍ପ ଅନୂଭୂତ ହୋଇଥାଏ । କହିବାକୁ ଗଲେ ଭାରତର ପୁରା ହିମାଳୟକୁ ଭୂ-କମ୍ପ ପ୍ରବଣ ଅଞ୍ଚଳ ବୋଲି କୁହାଯାଉଛି । ଏଠାରେ ୮.୦୦ ତୀବ୍ରତାର ଭୂ-କମ୍ପ ମଧ୍ୟ ଅନୂଭୂତ ହୋଇଥାଏ । ହେଲେ ଏହା ବାଦ୍‌ ଭାରତରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠି ବାରମ୍ବାର ଭୂ-କମ୍ପ ଅନୂଭୂତ ହୋଇଥାଏ ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଭାରତର ପ୍ରାୟ ୫୯% ଅଞ୍ଚଳ ବିଭିନ୍ନ କାରଣ ଦୃଷ୍ଟିରୁ ଭୂ-କମ୍ପ ପ୍ରବଣ । ତେବେ ଆସନ୍ତୁ ନଜର ପକାଇବା ସେହି ସବୁ ସ୍ଥାନ ଗୁଡ଼ିକ ଉପରେ ।

୧.ଗୁଜରାଟର ଭୂଜ
୨.ବିହାର ଦରଭଙ୍ଗା
୩.ଆସାମର ଗୁଆହାଟି
୪.ମଣିପୁର ଇମ୍ଫାଲ
୫.ଆସାମର ଜୋରହାଟ
୬.ନାଗାଲାଣ୍ଡର କୋହିମା
୭.ହିମାଚଳ ପ୍ରଦେଶର ମାଣ୍ଡି
୮.ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର
୯.ଆସାମର ସାଦିଆ
୧୦.ଜାମ୍ମୁ କାଶ୍ମୀରର ଶ୍ରୀନଗର
୧୧.ଆସାମର ତେଜପୁର