Advertisment

ଜାତିସଂଘ ମହାସଭାରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ଜାତିସଂଘ ମହାସଭାର ୭୭ ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ଦେଇଥିବା ଭାରତ ବିରୋଧୀ ବୟାନର ମୁହଁତୋଡ ଜବାବ ଦେଇଛି ଭାରତ । ଚିରାଚରିତ ଅଭ୍ୟାସବଶତଃ ବିଶ୍ୱମଞ୍ଚରେ ପାକିସ୍ତାନ ପୁଣି ଉଗାଳିଥିଲା ଭାରତ ବିରୋଧୀ ମନ୍ତବ୍ୟ। ହେଲେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
Indian Diplomat Mijito Vinito Slams Pak PM

Indian Diplomat Mijito Vinito Slams Pak PM

ଜାତିସଂଘ ମହାସଭାର ୭୭ ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ଦେଇଥିବା ଭାରତ ବିରୋଧୀ ବୟାନର ମୁହଁତୋଡ ଜବାବ ଦେଇଛି ଭାରତ । ଚିରାଚରିତ ଅଭ୍ୟାସବଶତଃ ବିଶ୍ୱମଞ୍ଚରେ ପାକିସ୍ତାନ ପୁଣି ଉଗାଳିଥିଲା ଭାରତ ବିରୋଧୀ ମନ୍ତବ୍ୟ। ହେଲେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି।

Advertisment

ଭାରତ ପକ୍ଷରୁ ସେକ୍ରେଟେରୀ ମିଜିଟୋ ବିନିଟୋ କାଶ୍ମୀର ପ୍ରସଙ୍ଗ ଉପରେ ଶରୀଫ ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଇସ୍‌ଲାମବାଦକୁ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା କହିଛନ୍ତି। ବିନିଟୋ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଆଣିଥିବା ମିଛ ଅଭିଯୋଗ ଆଣିବା ପାଇଁ ଏକ ପ୍ରତିଷ୍ଠିତ ସଭାକୁ ବାଛିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ସେ ନିଜ ଦେଶର ଭୁଲ କାମକୁ ଲୁଚାଇବା ପାଇଁ ଏବଂ ଭାରତ ବିରୋଧରେ କରୁଥିବା କାମକୁ ଠିକ ବୋଲି ସାବ୍ୟସ୍ତ କରିବା ପାଇଁ  ଏପରି କହିଛନ୍ତି। ହେଲେ ସାରା ବିଶ୍ୱ ଜାଣିଛି ପାକିସ୍ତାନ କ’ଣ କରୁଛି।

ଆତଙ୍କବାଦୀ ଦାଉଦ ଇବ୍ରାହିମ ପ୍ରସଙ୍ଗ ଉଠାଇ କହିଥିଲେ, ଯେଉଁ ଦେଶ ଶାନ୍ତି ଚାହେଁ ସେ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଷଡଯନ୍ତ୍ରକାରୀଙ୍କୁ କେବେ ଶରଣ ଦେଇ ନ ଥାନ୍ତା। ବିନୋଟ ପୁଣି କହିଛନ୍ତି, ଯେଉଁ ଦେଶ ଦାବି କରୁଛି ଯେ, ସେ ପଡ଼ୋଶୀ ଦେଶ ସହ ଶାନ୍ତି ରକ୍ଷା କରିବାକୁ ଚାହୁଛି ସେ ଦେଶ କେବେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉ ନ ଥାନ୍ତା। ସେ କେବେ ବି ଭୟଙ୍କର ମୁମ୍ବାଇ ବୋମା ବିସ୍ଫୋରଣର ଅପରାଧୀଙ୍କୁ ଆଶ୍ରୟ ଦେଇ ନ ଥାନ୍ତା। ସେ କେବଳ ବିଶ୍ୱ ସମୁଦାୟ ଚାପରେ ନିଜର ଅସଲ ଚେହେରା ଦେଖାଇବ।

Advertisment

ବିନୋଟ ଭାରତର ପକ୍ଷ ରଖି ଦୃଢତାର ସହ କହିଥିଲେ, ଭାରତ ଆତଙ୍କ, ଶତ୍ରୁତା ଏବଂ ହଂସା ମୁକ୍ତ ବାତାବାରଣ ଭିତରେ ପଡୋଶୀ ଦେଶ ସହ ସମ୍ପର୍କ ରଖିବାକୁ ଚାହେଁ। ସେ ପାକିସ୍ତାନରେ ହିନ୍ଦୁ, ଶିଖ ଏବଂ ଇସାଇ ପରିବାରର ଝିଅମାନଙ୍କୁ ଯେପରି ଅପହରଣ ଏବଂ ବିବାହ କରାଯାଉଛି ତାହାର ଉଦାହାରଣ ଦେଇ କହିଥିଲେ, ଏହା ଅତ୍ୟନ୍ତ ବିଡମ୍ବନାର ବିଷୟ ଯେ, ଯେଉଁ ଦେଶ ଅଳ୍ପସଂଖ୍ୟକଙ୍କ ଅଧିକାରକୁ ଏପରି ଉଲ୍ଲଂଘନ କରୁଛି ସେ ବିଶ୍ୱସ୍ତରୀୟ ମଞ୍ଚଳରେ ଅଳ୍ପସଂଖ୍ୟକଙ୍କ କଥା କହୁଛି। ସେ ଆହୁରି କହିଥିଲେ, ଭାରତୀୟ ଉପଦ୍ୱୀପରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିର ଆବଶ୍ୟକତା ରହିଛି। ଏହା ଉପରେ ଆଲୋଚନା କରିବାର ଆବଶ୍ୟକତା ବି ରହିଛି। ହେଲେ ଏହା ନିଶ୍ଚିତ ହେବ ଯେତେବେଳେ ସୀମାପାର ଆତଙ୍କବାଦ ବନ୍ଦ ହେବ।

ଏଠି କହି ରଖିବୁ, ଭୀଷଣ ବନ୍ୟା ବିତ୍ପାତରେ ପାକିସ୍ତାନ ଅବସ୍ଥା ବେହାଲ ହୋଇଗଲାଣି। ଦେଶରେ ଗରିବି ବୃଦ୍ଧି ପାଇବାରେ ଲାଗିଛି।  ଦରଦାମ ଆକାଶଛୁଆଁ। ଦେଶର ଆର୍ଥିକ ସ୍ଥିତି ସଙ୍ଗୀନ। ସହାୟତା ପାଇଁ ବିଶ୍ୱ ଦରବାରରେ ସହାୟତା ମାଗୁଥିବା ପାକିସ୍ତାନ ମୁଣ୍ଡରୁ କିନ୍ତୁ ଭାରତ ଆଉ କାଶ୍ମୀର ଭୂତ ଓହ୍ଲାଇ ନାହିଁ। ଜାତିସଂଘ ମହାସଭାରେ କାଶ୍ମୀର ସ୍ୱତନ୍ତ୍ର ସୁବିଧା ଉଚ୍ଛେଦ ପ୍ରସଙ୍ଗ ଉଠାଇଛି।  ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ଭାରତ ସହ ଶାନ୍ତି ରଖିବାକୁ ପାକିସ୍ତାନ ଚାହୁଁଛି। ହେଲେ ଭାରତ ଏ ଦିଗରେ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି । ସେହିପରି କାଶ୍ମୀର ପ୍ରସଙ୍ଗ ଉଠାଇ କାଶ୍ମର ସେନାମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି। କାଶ୍ମୀରରେ ଶାନ୍ତି ସ୍ଥାପନ ହି ସମଗ୍ର ଦକ୍ଷିଣ ଏସିଆରେ ଶାନ୍ତି ଫେରାଇ ଆଣିବ ବୋଲି ମହାସଭାରେ କହିଛନ୍ତି।

Cross-border Terrorism UNGO
Advertisment
Advertisment