• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଉ କିଛି ଘଣ୍ଟାର ଅପେକ୍ଷା.. ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ । କାରଣ ବାକି ଥିବା ୧୦ରୁ ୧୨ ମିଟର୍ ଭିତରେ ଆଗାମୀ ୫ ମିଟର୍ ରେ କୌଣସି କଠିନ ସାମଗ୍ରୀ ନାହିଁ । ତେଣୁ ବିନା କୌଣସି ବାଧାରେ ଡ୍ରିଲିଂ ସରିବ ଓ ପାଇପ୍ ବିଛା ଯାଇ ପାରିବ ।

ଗତକାଲି ବୈଷୟିକ ତ୍ରୁଟି ଯୋଗୁଁ ବନ୍ଦ ରହିଥିବା ଖନନ ପ୍ରକ୍ରିୟା ଆଜି ପୁଣି ଆରମ୍ଭ କରାଯିବ । ପୁରା ଖନନ ପ୍ରକ୍ରିୟାକୁ ଡ୍ରୋନ୍ ସର୍ଭିଲାନସ୍ କରାଯାଉଛି, ଶ୍ରମିକଙ୍କ ଗତିବିଧିକୁ ଲକ୍ଷ୍ୟ କରିବା ସହ ରେସ୍କ୍ୟୁ ସ୍ଥିତିକୁ ବି ଯାଞ୍ଚ କରାଯାଉଛି । ସେପଟେ ଟନେଲ୍ ବାହାରେ ଆମ୍ବୁଲାନସ୍ ଓ ମେଡିକାଲ୍ ଟିମ୍ ସଜାଗ ରହିଛି ।

ଶ୍ରମିକ ମାନେ ବାହାରିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ । ଗତ ୧୪ ଦିନ ଧରି ଚାଲିଛି ରେସ୍କ୍ୟୁ ଅପରେସନ୍ । ଟନେଲ୍ ତଳେ ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ । ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ ।

ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ଉଦ୍ଧାର କାର୍ଯ୍ୟ ପାଇଁ ଖୋଳା ଯାଉଥିବା ଟନେଲର ୫ମିଟର ମଧ୍ୟରେ ଆଉ କୌଣସି କଠିନ ଧାତବ ପଦାର୍ଥ ନାହଁ । ତେଣୁ ଗତକାଲି ବୈଷୟିକ ତ୍ରୁଟି ଯୋଗୁଁ ବନ୍ଦ ରହିଥିବା ଖନନ ପ୍ରକ୍ରିୟା ଆଜି ଚାଲୁ କରା ଯାଇପାରେ ।

ଗତକାଲି ଅଗର ଡ୍ରିଲିଂ ମେସିନ ଆଗରେ ପୁଣି ଏକ ବାଧା ଆସିଥିଲା । ଏଯାବତ୍ ପ୍ରାୟ ୪୮ ମିଟର ଖୋଳା ସରିଛି ଓ ଶ୍ରମିକଙ୍କ ପାଖରେ ପାଇପ ପହଞ୍ଚିବାକୁ ଆଉ ମାତ୍ର ୧୦ ମିଟର ବାକି ଅଛି ବୋଲି ସୂଚନା ମିଳିଛି । ଶ୍ରମିକମାନେ ବାହାରିଲେ କିପରି ସେମାନଙ୍କୁ ପାଇପ ଭିତର ଦେଇ ଅଣାଯିବ ଗତକାଲି ତାର ଅଭ୍ୟାସ କରିଥିଲେ NDRF ଟିମ୍ ।