/odishatv-khabar/media/post_attachments/uploadimage/library/16_9/16_9_0/Parliament_1694014985.jpg)
Parliament
ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷଣ ବିଲ୍। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଉଚିତ ପ୍ରତିନିଧିତ୍ୱ ରହିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନକଡ କହିବା ପରେ କଲ୍ପନାଜଲ୍ପନା ବଢିଛି।
ତେବେ ଏହାକୁ ନେଇ ବି ରାଜନୀତି ବି ତେଜିଛି । ବିଜେଡି ପୂର୍ବରୁ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦାବି କରିଥିଲା। ଏପରିକି ସଂରକ୍ଷଣ ବ୍ୟବସ୍ଥା ନଥାଇ ବି ଦଳ ପକ୍ଷରୁ ଏକ ତୃତୀୟାଂଶ ମହିଳା ସଂସଦକୁ ଯାଇଛନ୍ତି ଏଥିରୁ ମହିଳା ସଂରକ୍ଷଣ ସମ୍ପର୍କରେ ବିଜୁ ଜନତା ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଜଣାପଡୁଛି।
ତେବେ ଆନୁଷ୍ଠାନିକ ଭାବେ ବିଧି ବ୍ୟବସ୍ଥା ଭିତରେ ସଂରକ୍ଷଣ ବିଲ ଆସି ସଂସଦରେ ଗୃହୀତ ହେଉ ବୋଲି ଦାବୀ କରିଛି ବିଜେଡି। ସେପଟେ ବିଜେପି କହିଛି ବିଜେପିର ସଙ୍ଗଠନରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି। ଆଗକୁ ମଧ୍ୟ ସଂସଦ ଓ ବିଧାନସଭାରେ ବି ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ ବୋଲି କହିଛନ୍ତି ବିଜେପି ନେତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)