• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କିଛି ଖବର ଏମିତି ହୋଇଥାଏ ଯାହା ଶୁଣିଲେ ବିଶ୍ୱାସ ହୁଏ ନାହିଁ । ଆଉ କିଛି ଖବର କଳ୍ପନା ମଧ୍ୟ କରାଯାଇପାରେନାହିଁ । ଠିକ୍‌ ସେମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳାଙ୍କ ସହ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଯେଉଁ କାରଣରୁ ମହିଳା ଜଣକ ୩୨ ବର୍ଷରୁ ୧୭ ବର୍ଷୀୟ ଯୁବତୀ ପାଲଟିଛନ୍ତି ।

କଥାଟି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ସମସ୍ତଙ୍କ ବୟସ ବଢ଼ୁଥିବା କଥା ଆପଣ ଜାଣିଥିବେ । ହେଲେ କାହାର ବୟସ କମ୍‌ ହେବା କଥା କେବେ ଜାଣି ନଥିବେ । ଘଟଣାଟି ଘଟିଛି ଦରାସଲରେ । ଘଟଣାର ସମ୍ପୂର୍ଣ୍ଣ କଥା ଜାଣିଲେ ଆପଣଙ୍କୁ ଚକିତ ଲାଗିବ ।

ମହିଳା ଜଣକ ଗଭୀର ନିଦରେ ଶୋଇବା ପରେ ଏମିତି ଏକ ଘଟଣା ଘଟିଥିବା କୁହାଯାଉଛି । ମହିଳାଙ୍କ ନାଁ ନେଶ ପିଲେ । ତାଙ୍କ ବୟସ ୩୨ ବର୍ଷ । ସେ ନିଦରେ ଶୋଇଥିବା ସମୟରେ ତାଙ୍କ ଜୀବନର ସମସ୍ତ ଘଟଣା ତାଙ୍କର ମନେପଡ଼ିଥିଲା ।

କିନ୍ତୁ ସେ ନିଦରୁ ଉଠିବା ପରେ ତାଙ୍କ ବୟସ ୧୭ ବର୍ଷକୁ ଖସିଆସିଥିଲା । ତାହାସହ ତାଙ୍କ ବର୍ତ୍ତମାନର ଜୀବନ ଓ ସେ ଜନ୍ମ ଦେଇଥିବା ଝିଅକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଥିଲେ । ତାଙ୍କର ଜଣେ ୬ ବର୍ଷର ଝିଅ ରହିଥିଲେ ମଧ୍ୟ ସେ ଜଣେ ଅଳ୍ପ ବୟସର ଝିଅ ପରି ବ୍ୟବହାର କରିଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କ ସ୍ୱାମୀଙ୍କ ବିଷୟରେ ଜମା ବି ଜାଣିପାରୁନଥିଲେ । ତାଙ୍କୁ ଅଜଣା ଲୋକଙ୍କ ପରି ବ୍ୟବହାର କରିଥିଲେ । ଜନ୍ମ ଦେଇଥିବା ଝିଅର ଯତ୍ନ ମଧ୍ୟ ନେଇନଥିଲେ ମହିଳା ଜଣକ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ତାଙ୍କ ସ୍ୱାମୀଙ୍କ ସହ ପୁଣି ଥରେ ତାଙ୍କର ପ୍ରେମ ହୋଇଥିଲା । ନେଶ ପିଲେ ତାଙ୍କର ଅଧାବୟସର ସମସ୍ତ କଥା ଭୁଲିଯାଇଥିଲେ । ପରେ ତାଙ୍କୁ ତାଙ୍କର ପରିବାର ଲୋକ ଡାକ୍ତରଙ୍କ ନିକଟକୁ ନେଇ ପରାମର୍ଶ କରାଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ନେଶ ପିଲେ ପୂର୍ବରୁ କୌଣସି ଦୁର୍ଘଟଣା କିମ୍ବା କିଛି ଅପରେସନ ହେବା କଥା ପରିବାରକୁ କହିଥିଲେ । ତେବେ ଘଟଣାଦିନ ରାତିରେ ମହିଳାଙ୍କ ମେମୋରି ଚାଲିଯାଇଥିବା ଡାକ୍ତର କହିଥିଲେ । ପରବର୍ତ୍ତୀ ସମୟରେ ସେ ପୁଣି ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ପରିବାର ଲୋକଙ୍କ ସହ ରହିଥିଲେ ।