/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653759797.jpg)
Ashwini Vaishnaw
ରାଜ୍ୟରେ ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ରେଳଟ୍ରାକ୍କୁ ଉଚ୍ଚ କରାଯିବ। ତାତଳେ ଅଣ୍ଡରପାସ୍ ତିଆରି କରାଯିବ। ଫଳରେ ହାତୀମାନେ ଟ୍ରାକ୍ରେ ନଯାଇ ତଳେ ଯାଇପାରିବେ। ଆଜି ଭୁବନେଶ୍ୱର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କହିଛନ୍ତି- ରେଳଧାରଣାରେ ହାତୀମୃତ୍ୟୁ ପ୍ରସଙ୍ଗକୁ ବିଭାଗ ଅତି ଗୁରୁୁତର ସହ ନେଇଛି।
Advertisment
ତେଣୁ ହାତୀ ହେଉ କିମ୍ବା ଯେକୌଣସି ବନ୍ୟଜନ୍ତୁ, ସମସ୍ତଙ୍କ ସୁରକ୍ଷା ପାଇଁ ଏବଂ ଟ୍ରାକ୍ ଉପରେ ସେମାନଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଟ୍ରାକ୍ ଉଚ୍ଚା କରାଯିବା ସହ ସେନ୍ସର କେବୁଲ ପାଇଁ ବିଚାର କରାଯାଉଛି। ଏନେଇ ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।
କେବଳ ଏତିକି ନୁହେଁ, ହାତୀ ମୃତ୍ୟୁ ରୋକିବା ପାଇଁ ଅନେକ ମଡେଲ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। ଏଥିପାଇଁ ବିଭାଗ ତତ୍ପରତାର ସହ କାମ କରୁଛି ବୋଲି କହିଛନ୍ତି ରେଳମନ୍ତ୍ରୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)