• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଗାଡ଼ିରେ ନାହିଁ ନମ୍ବର ପ୍ଲେଟ୍‌ ! କଥା ଟା ଟିକେ ଅଡ଼ୁଆ ଲାଗୁଥିବ ନିଶ୍ଚୟ । ନଚେତ୍‌ ଆପଣ ଭାବୁଥିବେ ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍‌ ନଥିଲେ ବି କ’ଣ ଅସୁବିଧା ଯେ । ତାଙ୍କୁ କିଏ ବା ନଜାଣେ । ସେ ତ ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକ । ତାଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍‌ର କ’ଣ ଅବଶ୍ୟକତା ରହିଛି ?

ତେବେ ଆପଣ ଜାଣିଛନ୍ତି କି, ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍‌ ନରହିବା ପଛରେ ଏକ ବଡ଼ କାରଣ ରହିଛି । ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଷ୍ଟେଟ୍ କୋଡ ରହିଥିବା ବେଳେ ରାଷ୍ଟ୍ରପତିଙ୍କର ନଥାଏ ନମ୍ବର ପ୍ଲେଟ୍ ।

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯେମିତି କି ପୂର୍ବରୁ ଚାଲି ଆସିଥିବା ନେତା ମନ୍ତ୍ରୀଙ୍କ ଗାଡ଼ିରେ ନାଲିବତୀକୁ ହଟାଇ ଦିଆଯାଇଛି । ସେମିତି ଅନେକ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି । ହେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନ ରହିବା ନିଷ୍ପତ୍ତିକୁ ବଦଳେଇ ପାରିନାହାଁନ୍ତି କେନ୍ଦ୍ରସରକାର ।

ଟିକେ ଭାବନ୍ତୁ ତ ଯଦି ଆପଣଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନଥାଏ, ତେବେ ଆପଣ ଟ୍ରାଫିକ୍ ପୋଲିସ କବଳରୁ ବଞ୍ଚିପାରିବେ ତ ? ବିନା ଜୋରିମାନାରେ ଏଭଳି କ୍ଷେତ୍ରରେ ଗୋଟିଏ ସାଧାରଣ ଲୋକ ଟ୍ରାଫିକ୍‌ ପୋଲିସ ହାବୁଡ଼ରୁ ଖସିଯିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନ ରହିଲେ ତାଙ୍କୁ ବା କିଏ ଧରିବ ?

କିନ୍ତୁ ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ଜଣାଇ ଦେଉଛୁ । ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନରହିବାର ନିୟମ ରହିଛି । ଗଣତନ୍ତ୍ର ଦିବସ ଅବସରରେ ଆପଣ ସମସ୍ତେ ନିଶ୍ଚୟ ଦେଖିଥିବେ ଯେ ଭାରତର ରାଷ୍ଟ୍ରପତିଙ୍କ କନଭେନରରେ ଅନେକ ଗାଡ଼ି ରହିଥାଏ । ଏହି ସମୟରେ, ଏହି ସମସ୍ତ ଗାଡ଼ିରେ କୌଣସି ପ୍ରକାରର ନମ୍ବର ପ୍ଲେଟ୍ ନଥାଏ । ଶହ ଶହ ବର୍ଷ ଧରି ଏହି ପ୍ରଥା ଚାଲିଆସିଛି ।

ବ୍ରିଟିଶମାନେ ଭାରତକୁ ପ୍ରାୟ ୨୦୦ ବର୍ଷ ଶାସନ କରିଥିଲେ । ବ୍ରିଟିଶମାନେ ଭାରତ ଛାଡିବାର ଅନେକ ବର୍ଷ ବିତିଗଲାଣି, କିନ୍ତୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ନିୟମଗୁଡ଼ିକ ଏବେ ବି ଭାରତରେ ପ୍ରଚଳିତ । ଏହି ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି 'ଦି କିଙ୍ଗ କ୍ୟାନ୍‌ ଡୁ ନୋ ରଙ୍ଗ’, ଅର୍ଥାତ୍ ରାଜା କେବେ ବି କୌଣସି ଭୁଲ୍ କରିପାରିବେ ନାହିଁ' । ଏହି ନିୟମ ଅନୁଯାୟୀ ଭାରତ ରାଷ୍ଟ୍ରପତିଙ୍କ କାରରେ କୌଣସି ନମ୍ବର ପ୍ଲେଟ୍ ନାହିଁ ।

ଭାରତରେ ରାଷ୍ଟ୍ରପତିଙ୍କ ବ୍ୟତୀତ ଉପରାଷ୍ଟ୍ରପତି, ରାଜ୍ୟପାଳ ତଥା ଅନ୍ୟାନ୍ୟ ଭିଭିଆଇପିଙ୍କ ଗାଡ଼ିରେ ମଧ୍ୟ 'ନମ୍ବର ପ୍ଲେଟ୍' ନାହିଁ । ଏହି ସମୟରେ, VVIP କାରରେ 'ନମ୍ବର ପ୍ଲେଟ୍' ନରହିବାର କାରଣ ହେଉଛି ସେମାନଙ୍କର ସୁରକ୍ଷା । ନମ୍ବର ପ୍ଲେଟ୍‌ ବଦଳରେ କାର୍‌ରେ କେବଳ 'ଅଶୋକ ସ୍ତମ୍ଭ' ଲଗାଯାଇଥାଏ ।

ଭାରତର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ପ୍ରାୟ ୧୪ଟି କାର ଅଛି, ଯାହାର ପଞ୍ଜୀକରଣ ହୋଇନାହିଁ । ଅର୍ଥାତ୍‌ ବିନା ନମ୍ବର ପ୍ଲେଟ୍‌ରେ ଏହା ଚାଲିଥାଏ । ସାଧାରଣତଃ ଏହି କାରଗୁଡିକ ବିଦେଶୀ ଅତିଥିଙ୍କ ପାଇଁ ବ୍ୟବହାର ହୋଇଥାଏ ।