/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682948056.jpg)
The groom stopped his wedding ceremonies for listen Mann Ki Baat
ମନ୍ କି ବାତ୍ ଆଗ... ମ୍ୟାରେଜ୍ ପଛ। ଏକଥା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ। ଆଜ୍ଞା ହଁ... କଥାଟା ସତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ ଶୁଣିବାକୁ ଅଟକାଇଦେଲେ ନିଜ ବାହାଘର। କେବଳ ସେତିକି ନୁହେଁ, LED ସ୍କ୍ରିନ୍ରେ ମ୍ୟାରେଜ୍ ଭିଡିଓ ବଦଳରେ ଅତିଥି ଶୁଣିଲେ ମନ୍ କି ବାତ୍ କାର୍ଯ୍ୟକ୍ରମ।
ରାଜସ୍ଥାନ ଭିଲୱାରାରେ ଯୁବକ ଋଷଭ୍ ପୌଡୱାଲଙ୍କ ବିବାହ ଏପ୍ରିଲ ୪ ତାରିଖ ରବିବାର ଧାର୍ଯ୍ୟ ହୋଇସାରିଥିଲା। କିନ୍ତୁ ଏହି ଦିନ ଅର୍ଥାତ ବିବାହ ସମୟ 'ମନ୍ କି ବାତ୍' ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶହେ ତମ ଅଧ୍ୟାୟ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବାକୁ ସେ ତାଙ୍କର ବିବାହକୁ ସାମୟିକ ସମୟ ପାଇଁ ଅଟକାଇ ଦେଇଥିଲେ।
କେବଳ ଏହି ଏପିସୋଡ୍ ନୁହେଁ, ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କୌଣସି ଏପିସୋଡ୍କୁ ହାତଛଡ଼ା କରିନାହାନ୍ତି ରାଜସ୍ଥାନର ଯୁବକ ଋଷଭ୍ ପୌଡୱାଲ। କିନ୍ତୁ ସଂଯୋଗବଶତଃ ତାଙ୍କର ମ୍ୟାରେଜ୍ ଦିନ ହିଁ ଥିଲା ମନ୍ କି ବାତ୍ର ଶହେ ତମ ଅଧ୍ୟାୟ, ଯାହାକୁ ଦେଶବାସୀ ଭାଗ ନେଇଥିଲେ।
ବିବାହକୁ ଆସିଥିବା ଅତିଥି ଶୁଣୁଛନ୍ତି ପ୍ରଧାନମନ୍ତ୍ରୀ 'ମନ୍ କି ବାତ୍' ସେଥିପାଇଁ ସେ ତାଙ୍କ ବିବାହକୁ ସାମୟିକ ସମୟ ପାଇଁ ଅଟକାଇଥିଲେ। କେବଳ ସେତିକି ନୁହେଁ, ତାଙ୍କର ଅନୁରୋଧକ୍ରମେ LED ସ୍କ୍ରିନ୍ରେ ମ୍ୟାରେଜ୍ ଭିଡିଓ ବଦଳରେ ଅତିଥି ଶୁଣିଲେ ମନ୍ କି ବାତ୍ କାର୍ଯ୍ୟକ୍ରମ। ତାଙ୍କର ଅନୁରୋଧକୁ କନ୍ୟାପକ୍ଷ ବି ଗ୍ରହଣ କରିଛନ୍ତି। ରିଷଭ ନରେନ୍ଦ୍ର ମୋଦିଙ୍କ ଜଣେ ବଡ଼ ପ୍ରଶଂସକ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦିଙ୍କ ବାର୍ତ୍ତା ତାଙ୍କୁ ପ୍ରେରଣା ଦିଏ ବୋଲି ସେ କହିଛନ୍ତି।
ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଉଥିବା ବେତାର କାର୍ଯ୍ୟକ୍ରମ ମନ୍ କି ବାତ୍ର ପୂରଣ ହୋଇଛି ଶହେ ତମ ସଂସ୍କରଣ। ଦୀର୍ଘ ୯ ବର୍ଷ ତଳେ ଏକ ମହତ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏ ଅଭିନବ ଅଭିଯାନ ଏବେ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତି ମାସର ଶେଷ ରବିବାର ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)