ହାଓ୍ୱଡ଼ାରୁ ସିକନ୍ଦରାବାଦ୍ ଅଭିମୁଖେ ଯାଉଥିବା ଫାଲକନାମା ଏକ୍ସପ୍ରେସ ଗତକାଲି ପଶ୍ଚିମବଙ୍ଗ ବେଲଦା ଷ୍ଟେସନରେ ଅଟକିଥିଲା । ଏହି ସମୟରେ ଗୋଟିଏ ଏସି ଓ ଦୁଇଟି ସାଧାରଣ ବଗି ଅଲଗା ହୋଇଥିଲା ପରେ ଇଞ୍ଜିନ ସହିତ ଯୋଡ଼ି ହୋଇଥିବା ୨୨ଟି ବଗିକୁ ନେଇ ଟ୍ରେନ୍ ଆଗକୁ ଗଡ଼ି ଚାଲିଥିଲା ।
Also Read
ପ୍ରାୟ ୧ କିଲୋମିଟର ରାସ୍ତା ଅତିକ୍ରମ ପରେ ଟ୍ରେନ୍ ଅଟକିଥିଲା ପରେ ଇଞ୍ଜିୟନିୟର ଆସି ଛାଡ଼ି ଯାଇଥିବା ବଗିଗୁଡ଼ିକୁ ଟ୍ରେନ ସହ ଯୋଡ଼ିବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଗତି କରିଥିଲା । ଏହି ଘଟଣା ଲାଗି ସୁପରଫାଷ୍ଟ ଟ୍ରେନ୍ଟିକୁ ୪୦ ମିନିଟ୍ ଯାଏଁ ଅଟକି ରହିବାକୁ ପଡିଥିଲା।
ଏହି ଘଟଣାରେ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କେ.ଏସ୍ ଆନନ୍ଦ କହିଛନ୍ତି ଯେ ଯାନ୍ତ୍ରିକ ତ୍ରୁଟି ହେତୁ ସିବିସି ଅନଲକ୍ ହୋଇଯାଇଥିଲା। ଯେଉଁଥିପାଇଁ ଟ୍ରେନ୍ ଠାରୁ ତିନୋଟି ବଗି ଅଲଗା ହୋଇଯାଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ସେ କହିଛନ୍ତି।