• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାହାଘରରେ ବର୍ତ୍ତମାନ ମଦ୍ୟପାନ ଏକ ସାଧାରଣ କଥା ହୋଇଗଲାଣି । କନ୍ୟା ଘରକୁ ବରଯାତ୍ରୀ ଯିବା ସମୟରେ ମଦ୍ୟପାନ କରି ଡିଜେ ଆଗରେ ଅନେକ ଲୋକ ନାଚୁଥିବା ଆପଣ ଦେଖିଥିବେ । ବରପକ୍ଷର ଲୋକମାନେ ମଦ୍ୟପାନ କରିବା ଯୋଗୁଁ ଅନେକ ବାହାଘର ମଧ୍ୟ ଅଧାରେ ରହିଯାଇଥିବା କଥା ଆପଣଙ୍କ ସାମ୍ନାକୁ ଆସିଥିବ ।

କିଛି ବାହାଘର ଭାଙ୍ଗିବା ସହ କିଛି ବିବାହର ଗଣ୍ଡଗୋଳ ମାମଲା ଥନାରେ ମଧ୍ୟ ପହଞ୍ଚିଥାଏ । ଆଉ ସେହିପରି ଏକ ରୋଚକ ଘଟଣା ପୁଣି ଥରେ ସାମ୍ନାକୁ ଅସିଛି । ଏଠାରେ ବରଯାତ୍ରୀ ନୁହେଁ ବରଂ ମଦ୍ୟପାନ କରିବା ପରେ ନିଜେ ବର ଭୁଲିଯାଇଛି ନିଜ ବାହାଘର । ଆଉ ବରର ମଦ୍ୟପାନ କରିବାକୁ ନେଇ ବିବାହ ନକରିବାକୁ ରୋକ୍‌ଠୋକ୍‌ ମନା କରିଦେଇଛି କନ୍ୟା ।

ଏପରି ଏକ ଘଟଣା ବିହାର ଭୋଗଲପୁର ଅନ୍ତର୍ଗତ ସୁଲତାନଗଞ୍ଜର ମିର୍ଜାପୁରରେ ଘଟିଛି । ଅତ୍ୟଧିକ ମଦ୍ୟପାନ କରିବା ପରେ ବର ନିଜ ବାହାଘର ଭୁଲିଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ ବରର ନିଶା କମିଯିବା ପରେ ସେ ତାଙ୍କ ଶ୍ୱଶୁର ଘରେ ପହଞ୍ଚିଥିଲା । ହେଲେ ବରର ଏପରି ନିଶା ସେବନ କଥା ଓ ବିଳମ୍ୱ ଯୋଗୁଁ କନ୍ୟାପକ୍ଷ ଲୋକଙ୍କ ପକ୍ଷରୁ ପାଟିତୁଣ୍ଡ କରାଯାଥିଲା । ଏମିତିକି କନ୍ୟା ଜଣକ ଯୁବକଙ୍କୁ ବିବାହ କରିବାକୁ ସିଧାସିଧା ମନା କରିଦେଇଥିଲେ ।

ଖାଲି ସେତିକି ନୁହେଁ କନ୍ୟାପକ୍ଷର ଲୋକମାନେ ଓ ଗ୍ରାମବାସୀମାନେ ବରକୁ ଅଟକ ରଖିଥିଲେ । ବିବାହ ପାଇଁ ଅୟୋଜିତ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିବା ଟଙ୍କା ଦେବାକୁ ଦାବି କରିଥିଲେ । ବରପକ୍ଷରୁ ଟଙ୍କା ଦେବାକୁ ମନା କରାଯାଇଥିଲା ଏବଂ ପରେ ପରେ ଏହି ଘଟଣା ଥାନାକୁ ଯାଇଥିଲା । ଥାନାରେ ଏହି ମାମଲା ପହଞ୍ଚିବା ପରେ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ।

ସେପଟେ କନ୍ୟା ମଧ୍ୟ ଏହାକୁ ନେଇ ମୁହଁ ଖୋଲିଛନ୍ତି । ଏପରି ଯୁବକଙ୍କୁ କୌଣସି ଯୁବତୀ ବିବାହ କରନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି । ଖାଲି ସେତିକି ନୁହେଁ ସେ ବିବାହ କରିବାକୁ ଥିବା ବ୍ୟକ୍ତି ଜଣଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିବା ସେ ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ବ୍ୟକ୍ତି ଜଣଙ୍କୁ ଗିରଫ କରିବାକୁ ଦାବି ହୋଇଛି ।