/odishatv-khabar/media/post_attachments/uploadimage/library/16_9/16_9_0/Agniveer_1698048464.jpg)
Agniveer
କର୍ତ୍ତବ୍ୟ କରିବା ବେଳେ ପ୍ରାଣ ହରାଇଛନ୍ତି ଅଗ୍ନିବୀର । ଦେଶର ସୁରକ୍ଷା ଉଦ୍ଦେଶ୍ୟରେ ନିୟୋଜିତ ଅଗ୍ନିବୀରଙ୍କ ମୃତ୍ୟୁ ହୋଇ ଯାଇଛି । ଡ୍ୟୁଟି କରୁଥିବା ବେଳେ ପ୍ରାଣ ହରାଇ ବାରେ ସେ ପ୍ରଥମ ଅଗ୍ନିବୀର ହୋଇଛନ୍ତି । ମୃତ ଅଗ୍ନିବୀରଙ୍କ ନାଁ ଗାଭେଟ୍ ଅକ୍ଷୟ ଲକ୍ଷ୍ମଣ । ଲଦାଖ ନିକଟ ସିଆଚେନରେ ଡ୍ୟୁଟି କରୁଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେନାର ଲେହର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି ।
ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ତେବେ ନିଜ ପୋଷ୍ଟରେ ଅକ୍ଷୟଙ୍କୁ ସହିଦ ଭାବେ ଅଭିହୀତ କରା ଯାଇନାହିଁ । 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ଲେଖିଛି, ସିଆଚେନରେ ଡ୍ୟୁଟି ସମୟରେ ଅଗ୍ନିବୀର ଅକ୍ଷୟଙ୍କର ଦେହାନ୍ତ ହୋଇ ଯାଇଛି । ତାଙ୍କର ସର୍ବୋଚ୍ଚ ବଳିଦାନକୁ ସେନା ସଲାମ କରୁଛି । ତାଙ୍କର ପରିବାର ପ୍ରତି ଗଭୀର ସମବେଦନା ।
ତେବେ ଅଗ୍ନିବୀରମାନଙ୍କୁ ସହିଦର ମାନ୍ୟତା ଦେବାକୁ ନେଇ ଗତ କିଛିଦିନ ତଳେ ବିବାଦ ଦେଖା ଦେଇଥିଲା । ଗତ ୧୧ ରେ ଅଗ୍ନିବୀର ଅମୃତ ପାଲ ଆତ୍ମହତ୍ୟା କରିଥିଲେ । ତେଣୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ମଧ୍ୟ ମିଳି ନଥିଲା । ଏହାକୁ ନେଇ ବିବାଦ ହେବାରୁ ସେନା ପକ୍ଷରୁ ବିବୃତ୍ତି ଜାରି କରା ଯାଇଥିଲା ।
ଅପରେଟର ଭାବେ ପୋଷ୍ଟ ହୋଇଥିବା ଅଗ୍ନିବୀର ଗାଭେଟ ଅକ୍ଷୟଙ୍କୁ ସିଆଚେନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି ଭାରତୀୟ ସେନା । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ଫୋର୍ସର ସମସ୍ତ ବଡ଼ ଅଫିସର ମହାରାଷ୍ଟ୍ରରେ ପହଞ୍ଚି ଅଗ୍ନିବୀର ଗାଭେଟ ଅକ୍ଷୟ ଲକ୍ଷ୍ମଣଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗ୍ଲାସିଅରର ବିପଜ୍ଜନକ ସ୍ଥାନରେ ତାଙ୍କ ଡ୍ୟୁଟି ପଡ଼ିଥିଲା । କରାକୋରାମ ପର୍ବତ ରେଞ୍ଜର ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ସିଆଚେନ୍ ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ଭାବରେ ଜଣାଶୁଣା । ସେଠାରେ ସୈନିକମାନଙ୍କୁ ଅତ୍ୟଧିକ ଥଣ୍ଡା ଓ ପ୍ରବଳ ପବନର ସାମ୍ନା କରିବାକୁ ପଡିଥାଏ । ଦେଶ ସୁରକ୍ଷା ପାଇଁ ଅକ୍ଷୟଙ୍କୁ ସେଠାରେ ନିଯୁକ୍ତ କରା ଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)