• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀ ବିରୋଧରେ ଅପହରଣ ଅଭିଯୋଗ କରି ମଝି ରାସ୍ତାରୁ କନ୍ୟା ଫେରାର୍‌ । ବିହାରର ସମସ୍ତିପୁରରେ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଖୁବ୍ ଧୁମଧାମରେ ବିବାହ ହେବାପରେ ବରକନ୍ୟାଙ୍କୁ ଧାର୍ଯ୍ୟ ସମୟରେ ଘରୁ ବିଦା ହୋଇଥିଲା । ହେଲେ ବାଟରେ ଗାଡ଼ି ଅଟକାଇ କନ୍ୟା ଜଣକ ପାଟି କରି ସାହାଯ୍ୟ ମାଗିବା ପରେ ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଅନେକ ସମୟ ଧରି ବିଚ୍ ରାସ୍ତାରେ ପାଟି ତୁଣ୍ଡ ଚାଲିଲା । ଆଉ ଏହାରି ଭିତରେ ସୁଯୋଗ ଉଣ୍ଡି ଜଣେ ନବବିବାହିତା ଜଣେ ଅଜଣା ଯୁବକ ସହ ବାଇକରେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ଯୌତୁକରେ ମିଳିଲାନି BMW, ଏୟାରପୋର୍ଟରେ କନ୍ୟାକୁ ଛାଡ଼ି ଫେରାର୍‌ ମାରିଲା ଡାକ୍ତର ବର

ସମସ୍ତିପୁର ରୋସଡା ଅଞ୍ଚଳର ହିନ୍ଦୁଳିର ଗାଁରେ ଗତକାଲି ଏକ ବିବାହ ଅନୁଷ୍ଠିତ ହୋଇଥିଲା । ବାଜାବାଣ ଆଉ ରୋଷଣୀରେ ବରପକ୍ଷ ଲୋକ ଆସି କନ୍ୟା ଘରେ ପହଞ୍ଚିଥିଲେ । କନ୍ୟାପକ୍ଷ ମଧ୍ୟ ଖୁବ୍‌ ସରାଗରେ ବରକୁ ପାଛୋଟି ନେଇଥିଲେ । ପରେ ରୀତିନୀତି ଅନୁଯାୟୀ ବିବାହ ଅନୁଷ୍ଠିତ ହୋଇଥିଲା । ରାତିରେ ଶ୍ୱୁଶୁର ଘରେ ରହିବା ପରେ ସକାଳେ ବରବାବୁ କନ୍ୟାକୁ ଧରି ନିଜ ଘରକୁ ବାହାରିଥିଲେ । ହେଲେ କାର ସମସ୍ତିପୁର-ରୋସଡା ରାସ୍ତା ଦେଇ ଯାଉଥିବା ସମୟରେ କନ୍ୟା ଗାଡ଼ି ଅଟକାଇବାକୁ କହିଥିଲେ ।

ହେଲେ ଗାଡ଼ିରୁ ବାହାରିବା ପରେ କନ୍ୟାର ଉଦଣ୍ଡ ରୂପ ଦେଖିବାକୁ ମିଳିଥିଲା । ଜୋରରେ ପାଟି କରି ସ୍ଥାନୀୟ ଲୋକଙ୍କୁ ଡାକିବା ସହ ମୋତେ ଅପହରଣ କରାଯାଉଥିବା କହିଥିଲେ । ଆଉ ନବବିବାହିତାଙ୍କ ଏଭଳି ଆଚରଣ ତଥା ଆରୋପ ଶୁଣି ବରପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ସମୟ ଧରି ରାସ୍ତା ଉପରେ ହାଇଭୋଲଟେଜ୍‌ ଡ୍ରାମା ହୋଇଥିଲା । ନେଇ ରାସ୍ତା ଉପରେ ବଚସା ହେବା ପରେ ଶେଷରେ କନ୍ୟା ନିଜ ସାନ ଭାଇକୁ ଧରି ଏକ ଅଜଣା ଯୁବକଙ୍କ ବାଇକରେ ବସି ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଶେଷରେ ବିବାହ ପରେ ମଧ୍ୟ ଖାଲି ହାତରେ ଫେରିଛନ୍ତି ବରପକ୍ଷ ।