• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୌତୁକ ରାକ୍ଷସ କବଳରେ ନବବଧୂ । ଦାବି ମୁତାବକ ସୁନା ଗହଣା ଓ ୨୫ ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେବା ପରେ ବି ବରପକ୍ଷଙ୍କ ମନ ଶାନ୍ତି ହେଲାନି । ବିଏମଡବ୍ଲୁ କାର ଦେଇନଥିବାରୁ ବିବାହ ପରେ ବର ଏବଂ ତାଙ୍କ ପରିବାର ସଦସ୍ୟ କନ୍ୟାକୁ ବିମାନ ବନ୍ଦରରେ ଛାଡି ଫେରାର ହୋଇଯାଇଛନ୍ତି । ବରର ଡିମାଣ୍ଡ୍‌ ଅନୁସାରେ କନ୍ୟା ପକ୍ଷଙ୍କ ଖର୍ଚ୍ଚରେ ଗୋଆର ଏକ ମହଙ୍ଗା ହୋଟେଲରେ ବିବାହ ହୋଇଥିଲା । ସେକ୍ଟର -9 ର ବାସିନ୍ଦା ପୀଡ଼ିତା ଜଣକ ବୃତ୍ତିରେ ଜଣେ ଡାକ୍ତର । ବର ମଧ୍ୟ ଜଣେ ଡାକ୍ତର । ଡାକ୍ତର ବର ଯେ ଏପରି କରିବ ସେ କେବେ ଚିନ୍ତା କରିନଥିଲେ । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ସେକ୍ଟର ଥାନାରେ ପୋଲିସ ଷ୍ଟେସନରେ ମାମାଲା ଦାଏର ହୋଇଛି । ହେଲେ ଅଭିଯୁକ୍ତମାନେ ଏବେ ବି ଫେରାର ଅଛନ୍ତି ।

ଅଧିକ ପଢ଼ନ୍ତୁ: ଟିକେଟ କରିବାକୁ ପଡ଼ିବ ବୋଲି ଛୁଆକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ବାପା-ମାଆ !

ସୂଚନା ଅନୁସାରେ, ବିବାହ ପାଇଁ ଯୁବତୀଙ୍କ ବାପା ତାଙ୍କ ବାୟୋଡାଟାକୁ ଏକ ମ୍ୟାଟ୍ରିମୋନିଆଲ୍ ସାଇଟରେ ପୋଷ୍ଟ କରିଥିଲେ । ବାୟୋଡାଟା ଦେଖି ହିସାର ନିବାସୀ ଡକ୍ଟର ଅବୀର କାର୍ତ୍ତିକେୟ ଗୁପ୍ତାଙ୍କ ପରିବାର ଲୋକ ପୀଡିତାଙ୍କ ବାପାଙ୍କ ସହ କଥା ହୋଇଥିଲେ । ଅବୀରଙ୍କ ମା’ ଆଭାଗୁପ୍ତା ଏବଂ ବାପା ଅରବିନ୍ଦ ଗୁପ୍ତା ମଧ୍ୟ ଡାକ୍ତର । ହିସାରରେ ତାଙ୍କର ଏକ ହସ୍ପିଟାଲ ମଧ୍ୟ ଅଛି ।

ଦେଖାଚାହାଁ ଓ କଥାବାର୍ତ୍ତା ପରେ ବିବାହ ତାରିଖ ସ୍ଥିର କରାଗଲା । ତେବେ ବିବାହ ପୂର୍ବରୁ ଅବୀରଙ୍କ ବାପାମା’ ୨୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ । ପୀଡିତାଙ୍କ ବାପା ବର ପକ୍ଷର ସମସ୍ତ ଦାବି ପୂରଣ କରିଥିଲେ । ତିଥି ଅନୁସାରେ ଗୋଆର ଏକ ମହଙ୍ଗା ହୋଟେଲରେ ଉଭୟଙ୍କର ବିବାହ ଖୁବ୍‌ ଧୁମଧାମ୍‌ରେ ମଧ୍ୟ ହେଲା । ବିବାହର ସମସ୍ତ ଖର୍ଚ୍ଚ କନ୍ୟାପକ୍ଷ କରିଥିଲେ ।

ହେଲେ ବିବାହର ରୀତିନୀତି ଚାଲିଥିବା ବେଳେ ଅବୀରଙ୍କ ବାପାମା’ ଏକ ବିଏମଡବ୍ଲୁ କାର ଦାବି କରିଥିଲେ । ତୁରନ୍ତ ଦାବି ପୂରଣ ନହେଲେ ବରକୁ ସାଙ୍ଗରେ ନେଇଯିବେ ବୋଲି ଧମକ ଦେଇଥିଲେ । ପୀଡିତାଙ୍କ ବାପା କାକୁତିମିନତି ହୋଇ କୌଣସି ପ୍ରକାରେ ଝିଅର ବିବାହ କରାଇଥିଲେ । ହେଲେ ଗାଡ଼ି ନମିଳିବାରୁ ଗୋଆ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ଅବୀର ପୀଡ଼ିତାକୁ ଛାଡ଼ି ପଳାଇ ଯାଇଥିଲେ ।

ଆଉ ତା’ପରେ ମୋବାଇଲ୍ ସୁଇଚ୍‌ ଅପ୍‌ କରିଦେଇଥିଲେ । କେବଳ ଏତିକି ନୁହେଁ ଅବୀରଙ୍କ ମା ପୀଡିତାଙ୍କ ଠାରୁ ସୁନା ଅଳଙ୍କାରରେ ପୂର୍ଣ୍ଣ ବ୍ୟାଗ ମଧ୍ୟ ନେଇ ଯାଇଥିଲେ । ତେବେ ଅନେକ ସମୟ ଧରି ନଫେରିବା ପରେ ପୀଡିତା ବାପାଙ୍କୁ ଫୋନ୍‌ କରିଥିଲେ । ସେମାନେ ବିମାନବନ୍ଦରରେ ପହଞ୍ଚି ଝିଅକୁ ସାଙ୍ଗରେ ନେଇ ଆସିଥିଲେ ।

ତେବେ ଏହି ଘଟଣା ନେଇ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ । ହେଲେ କୌଣସି ସମାଧାନ ନେହବାରୁ ପୀଡିତା ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।