Advertisment

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିଲେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲ୍ଲିକ୍

ଅନ୍ୟ ବିଚ୍ଛିନ୍ନତାବାଦୀ ସବିର ଶାହା, ମସରତ ଆଲାମ, ମହମ୍ମଦ ୟୁସୁଫ ଶାହା ଭଳି ଅନ୍ୟ ନେତାଙ୍କ ନାଁରେ ମଧ୍ୟ ଏନେଇ ଚାର୍ଜଫ୍ରେମ ହୋଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Yasin Malik

Yasin Malik

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ୍ ଦୋଷୀ ସାବ୍ୟସ୍ତ । ୟାସିନ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ NIA କୋର୍ଟ । ଆସନ୍ତା ୨୫ ତାରିଖରେ ଏନେଇ ଦଣ୍ଡବିଧାନ ଶୁଣାଇବେ କୋର୍ଟ । ସ୍ୱାଧିନତା ସଂଗ୍ରାମ ନାଁରେ ଜାମ୍ମୁ କାଶ୍ମୀର ସହ ବିଶ୍ୱର ଅନ୍ୟ ସ୍ଥାନରେ ମଧ୍ୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିଲେ ୟାସିନ୍‌ । ଏମିତିକି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ଥିଲା । କୋର୍ଟରେ ଏନେଇ ପ୍ରମାଣ ଦାଖଲ ପରେ କୋର୍ଟ ଏହାକୁ ଗ୍ରହଣ କରିଥିଲେ । ଅନ୍ୟ ବିଚ୍ଛିନ୍ନତାବାଦୀ ସବିର ଶାହା, ମସରତ ଆଲାମ, ମହମ୍ମଦ ୟୁସୁଫ ଶାହା ଭଳି ଅନ୍ୟ ନେତାଙ୍କ ନାଁରେ ମଧ୍ୟ ଏନେଇ ଚାର୍ଜଫ୍ରେମ ହୋଇଛି । 

Advertisment

ୟାସିନ ମଲ୍ଲିକ, ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଥିବା ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରିଥିଲେ।

କୋର୍ଟରେ ୟାସିନ ମଲ୍ଲିକ କହିଛନ୍ତି, ୟୁଏପିଏର ଧାରା ୧୬, ୧୭, ୧୮, ୨୦ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦-ବି, ୧୨୪-ଏ ଜରିଆରେ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିବାକୁ ଚାହୁଁ ନାହାନ୍ତି । ସୂଚନା ମୁତାବକ, ଯେଉଁ ଧାରା ଅନୁଯାୟୀ ୟାସିନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ତାକୁ ଦୃଷ୍ଟିରେ ରଖି ତାଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିପାରନ୍ତି କୋର୍ଟ।

Advertisment

ୟାସିନ ମଲ୍ଲିକ କଶ୍ମୀର ରାଜନୀତରେ ବେଶ୍‌ ସକ୍ରିୟ ଥିଲେ। ଯୁବପିଢ଼ିଙ୍କୁ ଉସ୍‌କାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ୟାସିନ ମଲ୍ଲିକ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ସହିତ ଜଡିତ । ୨୦୧୯ରେ କେନ୍ଦ୍ର ସରକାର JKLF ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି । ୟାସିନ ମଲ୍ଲିକଙ୍କ ବିରୋଧରେ ୧୯୯୦ରେ ୪ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି, ଯାହାକୁ ସେ ସ୍ୱୀକାର କରି ସାରିଛନ୍ତି। କେବଳ ସେତିକି ନୁହେଁ ୟାସିନଙ୍କ ନାଁରେ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିଆ ସୟିଦଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି ।

NIA Terrorist Terror Funding
Advertisment
Advertisment