Advertisment

କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ; ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍

କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ । ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍ । ୩ ମାସ ଭିତରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ଜୁନ ୧୮ରେ କାନାଡ଼ାର ବ୍ରିଟିଶ କଲୁମ୍ବିଆରେ ମୁଖାପିନ୍ଧା ଆତତାୟୀ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ।

author-image
Tanmay Kumar Mahalik
undefined

gangster shot dead

ଭାରତ-କାନାଡ଼ା, ଛତିଶ୍ କା ଆଙ୍କଡ଼ା ।ବିବାଦ ମୂଳରେ ଖଲିସ୍ତାନୀ ଆତଙ୍କୀ । କାନାଡ଼ାରେ ରହି ଭାରତ ବିରୋଧୀ ଷଡ଼ଯନ୍ତ୍ର ଚଳାଇଥିବା ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଚାଲିଥିବା ବେଳେ, ଏବେ ଆଉ ଜଣେ ଭାରତୀୟ ମୋଷ୍ଟୱାଣ୍ଟେଡ୍ କ୍ରିମିନାଲ୍ ବି କାନାଡ଼ାରେ ଗ୍ୟାଙ୍ଗୱାରରେ ପ୍ରାଣ ହରାଇଛି । ଯାହାକି ବିବାଦକୁ ଆହୁରି ବଢ଼ାଇବ ବୋଲି ଆଶଙ୍କା କରାଯାଉଛି । ତେଣେ ଉଭୟ ଦେଶ ମଧ୍ୟରେ ଲାଗିଥିବା କୂଟନୈତିକ ଘମାସାନରେ ଏକ ନୂଆ ଫର୍ଦ୍ଦ ଯୋଡ଼ି, ଭାରତ କାନାଡ଼ା ପାଇଁ ଭିସା ମଞ୍ଜୁରୀ ପ୍ରକ୍ରିୟାକୁ ସ୍ଥଗିତ ରଖିଛି ।

Advertisment

କାନାଡ଼ା ଖଲିସ୍ତାନୀ ଆତଙ୍କୀ ଆଡ୍ଡାରେ ହଡ଼କମ୍ପ । ଆତତାୟୀ ଗୁଳିରେ ଟଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍ । ୩ ମାସ ଭିତରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ଜୁନ ୧୮ରେ କାନାଡ଼ାର ବ୍ରିଟିଶ କଲୁମ୍ବିଆରେ ମୁଖାପିନ୍ଧା ଆତତାୟୀ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ।ଆଉ ଏବେ ଗ୍ୟାଙ୍ଗୱାରରେ ସଫା ହୋଇଛି ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ ସୁଖଦୁଲ୍ ସିଂ ଓରଫ୍ ସୁଖା ଦୁନୁକେ । କାନାଡ଼ାର ୱିନିପେଗରେ ଘରେ ପଶି ୯ଟି ଗୁଳି ମରାଯାଇଛି ସୁଖାକୁ ।

ପଞ୍ଜାବ ମୋଗାର ସୁଖା ୨୦୧୭ରେ କାନାଡ଼ା ଖସିପଳାଇଥିଲା ଏବଂ ଖଲିସ୍ତାନୀ ଆତଙ୍କୀ ଅର୍ଶଦୀପ ଡାଲାର ଡାହାଣ ହାତ ସାଜିଥିଲା ।ତେବେ NIA ମୋଷ୍ଟୱାଣ୍ଟେଡ୍ ତାଲିକାରେ ଥିବା ଏହି କୁଖ୍ୟାତ ଅପରାଧୀର ହତ୍ୟା ପଛରେ ନିଜ ଗ୍ୟାଙ୍ଗର ହାତ ଥିବା ଦାବି କରିଛି ଲରେନ୍ସ ବିଷ୍ଣୋୟୀ ।ନିଜ୍ଜର ହତ୍ୟାକାଣ୍ଡ ପରେ, ଏହା ପଛରେ ଭାରତର ହାତ ଥିବା ଅଭିଯୋଗ କରିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।ହେଲେ ଭାରତ ଏହାକୁ ସଫା ସଫା ଖଣ୍ଡନ କରି କହିଥିଲା ଯେ, ଆରୋପ ଲଗାଇବା ବଦଳରେ ପ୍ରମାଣ ଦିଅ । ଆଉ ଏବେ ସୁଖା ହତ୍ୟାକାଣ୍ଡ ଭାରତ-କାନାଡ଼ା ବିବାଦକୁ କେଉଁ ମୋଡ଼ ଦେଉଛି ତା ଉପରେ ନଜର ।

Advertisment

ଖଲିସ୍ତାନୀ ପ୍ରସଙ୍ଗକୁ ନେଇ ଭାରତ-କାନାଡ଼ା ସଂପର୍କରେ ତିକ୍ତତା ଚରମ ସ୍ଥିତିରେ ପହଞ୍ଚିଛି । ପୂର୍ବରୁ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରିବା ପରେ, ଏବେ କାନାଡ଼ା ଭିସା ପ୍ରଦାନ ସେବାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିଛି ନୂଆଦିଲ୍ଲୀ । କାନାଡ଼ାରେ ଥିବା ଭାରତୀୟ ଦୂତାବାସ ଓ କନସୁଲେଟ୍କୁ ଲଗାତାର ଧମକ ମିଳୁଥିବାରୁ ଭିସା ମଞ୍ଜୁରୀ ପ୍ରକ୍ରିୟା ଜାରି ରଖିବା ସମ୍ଭବ ହେଉନାହିଁ ବୋଲି କହିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।ଏଥିସହ କାନାଡ଼ରେ ରହୁଥିବା ଏବଂ କାନାଡ଼ା ଯିବାକୁ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ଆଡଭାଇଜରି ଜାରି କରିଥିଲା ଭାରତ ।

କାନାଡ଼ାରେ ଭାରତୀୟଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଘୃଣା ହିଂସା ବଢ଼ୁଥିବା କୁହାଯାଇଥିଲା । ତେବେ କାନାଡ଼ା ଏକ ସୁରକ୍ଷିତ ଦେଶ ବୋଲି ଦର୍ଶାଇ ଭାରତର ପଦକ୍ଷେପକୁ ଅଗ୍ରାହ୍ୟ କରିଛନ୍ତି ଟ୍ରୁଡୋ ସରକାର ।ସେପଟେ କାନାଡ଼ା ନୂଆଦିଲ୍ଲୀ ସ୍ଥିତ ଦୂତାବାସରୁ କର୍ମଚାରୀ ସଂଖ୍ୟା ହ୍ରାସ କରିପାରେ ବୋଲି ସୂଚନା ମିଳିଛି ।

ଭାରତ ଓ କାନାଡ଼ା ସଂପର୍କରେ ତିକ୍ତତା ଆଗକୁ ଟ୍ରେଡ୍ ଡିଲ୍ ବା ବାଣିଜ୍ୟ ଚୁକ୍ତିକୁ ବି ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ହେଲେ ଭାରତ ଅପେକ୍ଷା କାନାଡ଼ା ଅଧିକ କ୍ଷତିରେ ପଡ଼ିବ ବୋଲି ବିଶେଷଜ୍ଞଙ୍କ ମତ ।ସେପଟେ ଟ୍ରୁଡୋ ନିଜ ଆଭିମୁଖ୍ୟକୁ ନରମ କରି କହିଛନ୍ତି ଯେ, ସେ ଭାରତ ସହ ସଂପର୍କ ଖରାପ କରିବାକୁ ଚାହାନ୍ତିନି କି ଭାରତକୁ ଚିଡ଼ାଇବା ଲାଗି ଚେଷ୍ଟା କରୁନାହାନ୍ତି।

India Canada
Advertisment
Advertisment