/odishatv-khabar/media/post_attachments/uploadimage/library/16_9/16_9_0/Ram_Mandir_1703748971.jpg)
Ram Mandir
ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ମନ୍ଦିର ପରିସର ପରିଦର୍ଶନ କରିବା ସହ ସେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଥିବା ବେଳେ ନିର୍ମାଣ କାମର ସମୀକ୍ଷା କରିଛନ୍ତି ନୃପେନ୍ଦ୍ର ମିଶ୍ର ।
ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ନିର୍ମାଣ କାର୍ଯ୍ୟର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥିଲା । ଜୋରସୋରରେ ନିର୍ମାଣ କାର୍ଯ୍ୟ ଚାଲିଥିବା ମଧ୍ୟ ସୂଚନା ଦିଆଯାଇଥିଲା । ଅନ୍ୟପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିବ ।
ତେବେ ଏହି ବୈଠକରେ ଶ୍ରୀରାମଙ୍କ ପ୍ରତିମା ସ୍ଥାପନ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଆସନ୍ତା ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମା ମନ୍ଦିରରେ ପ୍ରତିଷ୍ଠା କରାଯିବ । ତେଣୁ ଏହା ପୂର୍ବରୁ ନିର୍ମାଣ କାମ ଉପରେ ସଂପୂର୍ଣ୍ଣ ଆଲୋଚନା ହେବ । ଏହାଛଡ଼ା ରାମଲାଲାଙ୍କ ପ୍ରତିମା ନିର୍ଣ୍ଣୟ ପାଇଁ ମଧ୍ୟ ଆଉ ଏକ ବୈଠକ ବସିବ ।
ତିନିଟି ଡିଜାଇନ ମଧ୍ୟରୁ ଗୋଟିଏ ଚୟନ କରାଯିବ । ୫ ବର୍ଷୀୟ ରାମଲାଲାଙ୍କ ୫୧ ଇଂଚ ଉଚ୍ଚତା ବିଶିଷ୍ଟ ପ୍ରତିମା ନିର୍ମାଣ କରାଯାଉଛି । ତେବେ ଯେଉଁ ପ୍ରତିମା ୫ ବର୍ଷର ଶିଶୁ ସୁଲଭ ଓ ଦୈବ ଅନୁଭୂତି ଦେଇପାରୁଥିବ ସେହି ପ୍ରତିମାକୁ ଚୟନ କରାଯିବ ବୋଲି ଚମ୍ପତ ରାୟ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)