• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଦାବରୀ ନଦୀରେ ବନ୍ୟା ଆସି ତେଲେଙ୍ଗାନାର ଭଦ୍ରାଚଳମ ସହର ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ଭଦ୍ରାଦ୍ରି-କୋଥାଗୁଡେମ ଜିଲ୍ଲାର ଅନ୍ୟ ଅଞ୍ଚଳ ମଧ୍ୟ ବନ୍ୟାପ୍ଳାବିତ ହୋଇଛି । ଗୋଟିଏ ଗୋଟିଏ ସ୍ଥାନରେ ବନ୍ୟାଜଳର ସ୍ତର ପ୍ରଥମ ମହଲା ଉପରେ ରହିଛି । ପିନାପାକା, ଦୁମାଗୁଡେମ୍, ଚେର୍ଲା ଓ ବୁରଗମପାଦ ମଣ୍ଡଳର ଅନେକ ଗାଁ ଜଳମଗ୍ନ ରହିଛି । ଗୋଦାବରୀରେ ଜଳସ୍ତର କମିଥିଲେ ବି ଜନବସତିରେ ସ୍ଥିତି ସୁଧୁରି ନାହିଁ ।

ସେପଟେ ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଆରଏଫ୍ ଯବାନ ଓ ଆର୍ମି ଯବାନ ଉଦ୍ଧାର କରିବାରେ ଲେଗିଛନ୍ତି । ପାଓ୍ୱାର ବୋଟ୍ ନେଇ ଏନ୍‌ଡିଆରଏଫ୍ ଯବାନମାନେ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସେହିପରି ସେନା ଯବାନ ହେଲିକପ୍ଟର ମାଧ୍ୟମରେ ମାଞ୍ଚିରିଅଲ ଜିଲ୍ଲାର ଚେନୁରରେ ଗୋଟିଏ ଜେସିବି ଉପରେ ଅଟକି ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିଛନ୍ତି ।

ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ଉତ୍ତର କନ୍ନଡ଼ର ଅନେକ ସ୍ଥାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି । ବହୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଧୋଇଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବର୍ଷା ପରେ ଜଳଭଣ୍ଡାରଗୁଡ଼ିକର ଜଳଧାରଣ କ୍ଷମତାକୁ ଦେଖି ପାଣି ଛଡ଼ା ଯାଉଥିବାରୁ ନଦୀରେ ବନ୍ୟା ଆସିଛି । ବରଦା, ଗଙ୍ଗାବଲି, ଶରାବତୀ, ଅଘାନସିନି ଓ ଶାଲମାଲା ନଦୀରେ ପାଣି ଆସି ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ତେବେ କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆଜି ପୁଣିଥରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ପାଗରେ ସୁଧାର ଆସିବା ପରେ କେସିଆର ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଭଦ୍ରାଚଳମ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହାସହ ରିଲିଫ୍ କ୍ୟାମ୍ପରେ ପହଞ୍ଚି ସ୍ଥାନାନ୍ତର ହୋଇଥିବା ବନ୍ୟା ପୀଡ଼ିତଙ୍କୁ ଭେଟି ଆଲୋଚନା କରିଛନ୍ତି । ରିଲିଫ୍ କ୍ୟାମ୍ପରେ ଥିବା ପ୍ରଭାବିତ ପରିବାରକୁ ତତ୍‌କ୍ଷଣାତ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

ସେପଟେ ଗୋଦାବରୀ ନଦୀରେ ବନ୍ୟା ଆସି ତେଲେଙ୍ଗାନାର ଭଦ୍ରାଚଳମ ସହର ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ଭଦ୍ରାଦ୍ରି-କୋଥାଗୁଡେମ ଜିଲ୍ଲାର ଅନ୍ୟ ଅଞ୍ଚଳ ମଧ୍ୟ ବନ୍ୟାପ୍ଳାବିତ ହୋଇଛି । ଗୋଟିଏ ଗୋଟିଏ ସ୍ଥାନରେ ବନ୍ୟାଜଳର ସ୍ତର ପ୍ରଥମ ମହଲା ଉପରେ ରହିଛି । ପିନାପାକା, ଦୁମାଗୁଡେମ୍, ଚେର୍ଲା ଓ ବୁରଗମପାଦ ମଣ୍ଡଳର ଅନେକ ଗାଁ ଜଳମଗ୍ନ ରହିଛି । ଗୋଦାବରୀରେ ଜଳସ୍ତର କମିଥିଲେ ବି ଜନବସତିରେ ସ୍ଥିତି ସୁଧୁରି ନାହିଁ ।