Advertisment

ସୁନ୍ଦରୀ ସହଯୋଗୀଙ୍କ ପାଇଁ ଫସିଗଲେ ମନ୍ତ୍ରୀ ! ସାରାରାତି ଜେରା ପରେ ବନ୍ଧା ହେଲେ

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଛି। ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ ହେବାର ଦିନକ ପରେ ପାର୍ଥଙ୍କୁ ଗିରଫ କରାଯାଇଛି।

author-image
Rajalaxmi Sahoo
Teacher Job Scam Raid: Bengal Minister Partha Chatterjee Arrested

Teacher Job Scam Raid: Bengal Minister Partha Chatterjee Arrested

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଅର୍ଥ ହେରଫେର ଘଟଣାକୁ ନେଇ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ ହେବାର ଦିନକ ପରେ ପାର୍ଥଙ୍କୁ ଗିରଫ କରାଯାଇଛି। 

Advertisment

ଅର୍ପିତାଙ୍କ ଘରୁ ଗୋଟି କୋଟି ଟଙ୍କା ମିଳିବା ପରେ ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀଙ୍କୁ ଗତକାଲି ରାତିସାରା ତାଙ୍କୁ ଜେରା କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫ ତାଙ୍କୁ ଇଡି ଅଫିସ୍‌ ନିଆଯାଇଥିବା ଜଣାପଡ଼ିଛି। ଯେଉଁ ସମୟରେ ଏହି ଦୁର୍ନୀତି ହୋଇଥିଲା ସେତେବେଳେ ଶିକ୍ଷା ମନ୍ତ୍ରାଳୟ ବିଭାଗ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ସେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଅଛନ୍ତି। 

ସୂଚନାଥାଉ କି, ଟିଏମ୍‌ସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଇଡି ଜବତ କରିଛି । ପଶ୍ଚିମବଙ୍ଗ ସ୍କୁଲ୍‌ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍‌ ହୋଇଥିଲା। ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ ହୋଇଥିବା ବେଳେ, କେବଳ ଅର୍ପିତାଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ମିଳିଥିଲା। ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଥିଲା। SSC ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି।

Advertisment

ଅର୍ପିତାଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ପରେଶ ସି ଅଧିକାରୀ ଓ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ଘରେ ଇଡି ଚଢ଼ଉ କରିଥିଲା। 

Bengal Minister Partha Chatterjee Teacher Job Scam Teacher Job Scam Raid Bengal Minister Arrest
Advertisment
Advertisment