/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658509048.jpg)
TMC Leader
ଲେକ୍ଷେ କି ଦୁଇ ଲକ୍ଷ ନୁହେଁ । ଦଶ ଲକ୍ଷ କି ୨୦ ଲକ୍ଷ ନୁହେଁ । କୋଟିଏ କି ଦୁଇ କୋଟି ନୁହେଁ । ଏକାଥରକେ ୨୦ କୋଟି ଟଙ୍କା ନଗଦ । କଥା ଟିକେ ବୁଝା ପଡ଼ୁନଥିବ । ଆମେ କହୁଛୁ ଇଡି କରିଥିବା ଏକ ରେଡ୍ ବିଷୟରେ । ଶୁକ୍ରବାର ଇଡି ପକ୍ଷରୁ କୋଲକତାରେ ଏକ ରେଡ୍ କରାଯାଇଛି । ଯେଉଁଠି ୨୦ କୋଟି ଟଙ୍କା ନଗଦ ଜବତ କରିଛି ଇଡି । କହିବାକୁ ଗଲେ ଘରେ ଥିଲା ଟଙ୍କାର ପାହାଡ଼ ।
ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍ ହୋଇଥିଲା ।
ED is carrying out search operations at various premises linked to recruitment scam in the West Bengal School Service Commission and West Bengal Primary Education Board. pic.twitter.com/oM4Bc0XTMB
— ANI (@ANI) July 22, 2022
ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍ ହୋଇଥିବା ବେଳେ, କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ବାହାରିଛି । ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି ।
ତେବେ ଟଙ୍କା ଗଣନା ପାଇଁ ବ୍ୟାଙ୍କ ଅଫିସରଙ୍କ ସହାୟତା ନିଆଯାଇଥିଲା । ଏତେ ଗୁଡ଼ିଏ ଟଙ୍କା ଗଣନା ପାଇଁ ଟଙ୍କା ଗଣନା ମେସିନକୁ ନିୟୋଜିତ କରାଯାଇଥିଲା । ଅର୍ପିତାଙ୍କ ଘରୁ ୨୦ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ରେଡ୍ ବେଳେ ଅର୍ପିତାଙ୍କ ଘରୁ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ବାହାରିଛି । ଅନ୍ୟପଟେ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ରେଡ୍ କରିଥିଲା ।
ସୂଚନାଯୋଗ୍ୟ ଏସଏସସି ସ୍କାମରେ ପୂର୍ବରୁ ପାର୍ଥ ଚାଟାର୍ଜୀ ଏବଂ ପରେଶ ଅଧିକାରୀ ନାମକ ୨ ଜଣ ମନ୍ତ୍ରୀଙ୍କୁ ସିବିଆଇ ପଚରାଉଚରା କରିଛି । ଏବେ ଇଡି ପାର୍ଥ ଚାଟାର୍ଜୀଙ୍କ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ଏକାଧିକ ଅଧିକାରୀଙ୍କ ଘରେ ରେଡ୍ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)