• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୁକୁର ହେଉଛି ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ । ସେଥିପାଇଁ କୁକୁରକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ପ୍ରତ୍ୟେକ ଘରେ କୁକୁରକୁ ଲୋକମାନେ ରଖିଥା’ନ୍ତି । ଏମିତି କି ଭଲ ପ୍ରଜାତିର କୁକୁରଟିଏ ରଖିବାକୁ ହେଲେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ । ତାର ଖାଇବା ଓ ରହିବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥା’ନ୍ତି ମାଲିକ ।

ହେଲେ ସେହି କୁକୁରକୁ ନେଇ ଏକ ଅଭାନୀୟ ଖବର ସାମ୍ନାକୁ ଆସିଛି । ମାଲିକର ଟିକିଏ ଅବହେଳା ଯୋଗୁ ଚାଲିଯାଇଛି ନୀରିହ କୁକୁରର ଜୀବନ । କାର୍‌ରେ କୁକୁରଟିକୁ ବନ୍ଦ କରି ମାଲିକ ବୁଲିବାକୁ ଯାଇଥିବାବେଳେ କୁକୁରଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରବଳଖରା ଯୋଗୁ ଏପରି ଏକ ଘଟଣା ଘଟିଥିବା ଜଣାପଡ଼ିଛି।  ଆଗ୍ରାରୁ ଏହି ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ ହରିୟାଣାର ଏକ ପରିବାର ତାଜମହଲ ଦେଖିବାକୁ ଆଗ୍ରାକୁ ଆସିଥିଲେ । ସାଙ୍ଗରେ ତାଙ୍କର ପୋଷା କୁକୁରଟିକୁ କାର୍‌ରେ ଆଣିଥିଲେ । ହେଲେ ତାଜମହଲ ବୁଲିବା ସମୟରେ କୁକୁରକୁ କାର୍‌ରେ ବନ୍ଦ କରି ଯାଇଥିବାବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଛି ।

କାର୍‌ ରହିଥିବା ପାର୍କିଂ ସ୍ଥାନରେ ପ୍ରବଳ ଖରା ପଡ଼ିଥିବାରୁ କୁକୁରଟି କାର୍ ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲା । କାର୍‌ର ଡୋର୍‌ ଲକ୍‌ ହୋଇଥିବା ଯୋଗୁ କୁକୁରଟି ଭୁକିବା ଆରମ୍ଭ କରିଥିଲା । ହେଲେ ଡୋର୍‌ଟି ଖୋଲା ନଥିବାରୁ କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା ।