Advertisment

କେବିସିରେ କୋଟିପତି ହୋଇଥିବା ସୁଶିଲ କେମିତି ହେଲେ ଭିକାରୀ...

କେବିସିରେ କୋଟିପତି ହୋଇଥିବା ସୁଶିଲ କେମିତି ହେଲେ ଭିକାରୀ। ଏନେଇ ସେ ସୋସିଆଲ ମିଡିଆରେ ସବୁକିଛି କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
KBC Winner Sunil Kumar Who Lost Everything

sushil kumar won Rs 5 crore on KBC, lost all his money

'କୌନ୍ ବନେଗା କରୋଡପତି' । ଏହା ଏମିତି ଏକ ଶୋ, ଯେଉଁଠି ଜଣେ ଗରିବକୁ ରାତାରାତି କୋଟିପତି ବନାଇଦିଏ। କୋଟିପତି ହେବାର ସ୍ୱପ୍ନ ନେଇ ଦେଶର ଲୋକପ୍ରିୟ ଶୋ 'କୌନ୍ ବନେଗା କରୋଡପତି'ର ହଟ୍‌ ସିଟ୍‌ରେ ବସନ୍ତି ପ୍ରତିଯୋଗୀ। ଯେଉଁଠି ପ୍ରଶ୍ନର ସଠିକ୍‌ ଉତ୍ତରରେ ହୁଅନ୍ତି କୋଟିପତି।   

Advertisment

ଦିନେ ଅମିତାଭ ବଚ୍ଚନଙ୍କ ‘କୌନ୍ ବନେଗା କରୋଡପତି’ ଶୋ’ରୁ ହୋଇଥିଲେ କୋଟିପତି । ହେଲେ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି କେବିସି ସିଜିନ ୫ର କୋଟିପତି ସୁଶିଲ କୁମାର। କେବିସିରେ ୫ କୋଟି ଟଙ୍କା ପ୍ରଶ୍ନର ସଠିକ ଉତ୍ତର ଦେବାରେ ସେ ହେଉଛନ୍ତି ପ୍ରଥମ ପ୍ରତିଯୋଗୀ । ସମୟର କେଡେ ବିଡ଼ମ୍ବନା, ଏତେ ଲୋକପ୍ରିୟତା ଭିତରେ ସେ କୁଆଡେ ଯେପରି ହଜିଗଲେ। କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏବେ କେମିତି ଅଛନ୍ତି ସୁଶିଲ କୁମାର। କୋଟିପତି ସୁଶିଲଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ଦୁର୍ବିସହ। 

ତେବେ କେବିସିରେ କୋଟିପତି ହୋଇଥିବା ସୁଶିଲ କେମିତି ହେଲେ ଭିକାରୀ। ଏନେଇ ସେ ସୋସିଆଲ ମିଡିଆରେ ସବୁକିଛି କହିଛନ୍ତି। ସେ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, କେବିସି ପରେ ବିହାରରେ ମୁଁ ଲୋକାଲ ସେଲିବ୍ରିଟି ହୋଇଯାଇଥିଲି । ତେଣୁ ପ୍ରତି ୧୦/୧୫ ଦିନରେ କିଛି ପ୍ରୋଗ୍ରାମରେ ଯୋଗ ଦେଇଥାଏ । ଏଥିପାଇଁ ମୁଁ ଧିରେ ଧିରେ ପାଠପଢାରୁ ଦୂରେଇ ଯାଇଥିଲି।

Advertisment

ଏହାପରେ ମୁଁ ଟଙ୍କା ଦାନ ମଧ୍ୟ କରିବାରେ ଲାଗିଥିଲି । ଗୋଟିଏ ମାସରେ ପ୍ରାୟ ୫୦ହଜାର ଟଙ୍କାରୁ ଅଧିକ ଦାନ କରିବା କାର୍ଯ୍ୟକ୍ରମରେ ଚାଲିଯାଇଥାଏ। ଏଥିରେ ବହୁତ ଠକାମୀର ମଧ୍ୟ ଶିକାର ହୋଇଛି । ଏସବୁକୁ ନେଇ ପତ୍ନୀ ସହ ମଧ୍ୟ ଘରେ ଝଗଡା ହୋଇଥାଏ। ଏଭଳି ପରିସ୍ଥିତିରେ ଧିରେ ଧିରେ ମଦ, ସିଗାରେଟ ଭଳି ଅଭ୍ୟାସରେ ପଡିଯାଇଥିଲି।

ଏଭଳି ଅନେକ କଥା ସୁଶିଲ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି। ସବୁ କିଛି ବୁଝିବା ବେଳକୁ ସୁଶିଲଙ୍କ ପାଖରୁ ଚାଲିଯାଇଥିଲା ସବୁ ଟଙ୍କା। ଆଇଏଏସ ପାଇଁ ପ୍ରସ୍ତୁତ ହେଉଥିବା ସୁଶିଲ କୁମାର ୫ କୋଟି ଟଙ୍କା ଜିତି ରାତାରାତି କୋଟିପତି ହୋଇଯାଇଥିଲେ । ହେଲେ ଏତେ ସାରା ଟଙ୍କାକୁ ଠିକ ଭାବେ କାମରେ ଲଗାଇ ପାରିନଥିଲେ ସୁଶିଲ । ୫ କୋଟି ଟଙ୍କା ମିଳିବା ପରେ ସେ ମଦ ଓ ସିଗାରେଟ ଭଳି ଖରାପ ଅଭ୍ୟାସରେ ପଡିଯାଇଥିଲେ । ଏବେ ସେ ଦୁର୍ବିସହ ଜୀବନ କାଟୁଛନ୍ତି।

KBC KBC Contestant
Advertisment
Advertisment