/odishatv-khabar/media/post_attachments/uploadimage/library/16_9/16_9_0/Bihar_vote_1752145594.jpg)
Bihar vote
ବିହାରରେ ଭୋଟର ଲିଷ୍ଟ ରିଭିଜନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ବିହାର ନିର୍ବାଚନ ପୂର୍ବରୁ ଭୋଟ ଲିଷ୍ଟ ରିଭିଜନକୁ ନେଇ ବିରୋଧୀ ପ୍ରତିବାଦ କରୁଥିବା ବେଳେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଛି । ଶୁଣାଣି ବେଳେ ଭୋଟର ଲିଷ୍ଟ ରିଭିଜନକୁ ଭିନ୍ନ ଭିନ୍ନ ଯୁକ୍ତି ଶୁଣିଥିଲେ ସୁପ୍ରିମକୋର୍ଟ ।
ପରେ ଏହି ପ୍ରକ୍ରିୟାରେ ରୋକ୍ ଲଗାଇବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। କିନ୍ତୁ ଏହି ପ୍ରକ୍ରିୟାରେ ଭୋଟର କାର୍ଡ, ଆଧାର କାର୍ଡ ଏବଂ ରାସନ କାର୍ଡକୁ ଅନ୍ତର୍ଭୁକ୍ତ କରିବାକୁ କୋର୍ଟ କହିଛନ୍ତି । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ପାରଦର୍ଶିତା ଆବଶ୍ୟକ ବୋଲି କୋର୍ଟ କହିଥିଲେ । ନିର୍ବାଚନ ଆୟୋଗ ଏହାକୁ ସାମ୍ବିଧାନିକ ବୋଲି କହିବା ସହ ଧିରେ ଧିରେ ସାରା ଦେଶରେ ଭୋଟର ଲିଷ୍ଟ ରିଭିଜନ୍ ହେବ ବୋଲି କହିଛନ୍ତି ।
ଅଯୋଗ୍ୟ ବ୍ୟକ୍ତି ଯେମିତି ଭୋଟର ନହେବେ ତା ଉପରେ ଗୁରୁତ୍ବ ଦିଆଯାଉଛି । ସେପଟେ ବିପକ୍ଷ ଓକିଲ ଏହାକୁ ବିରୋଧ କରିବା ସହ ନିର୍ବାଚନ ଆୟୋଗ ନାଗରିକତ୍ବ ଉପରେ ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ଯୁକ୍ତି ରଖିଥିଲେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ୩ ଟି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ଠାରୁ ଜବାବ ମାଗିଥିଲେ ।
ପ୍ରଥମରେ ଭୋଟର ଲିଷ୍ଟ ରିଭିଜନ କରିବା ପାଇଁ ନିର୍ବାଚନ ଆୟୋଗ ପାଖରେ ସାମ୍ବିଧାନିକ ଶକ୍ତି ଅଛି କି, ଦ୍ବିତୀୟରେ ଏହି ପ୍ରକ୍ରିୟା କିପରି ଓ କେଉଁ ଆଧାରରେ କରାଯିବ, ତୃତୀୟରେ ନିର୍ବାଚନ ପାଇଁ ସମୟ ପାଖଉଥିବା ବେଳେ ଏହି ପ୍ରକ୍ରିୟା ଠିକ୍ କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)