waqf-bill
ସୁପ୍ରିମକୋର୍ଟରେ ଆଜି ହେବ ୱକଫ ଶୁଣାଣି। ୱକଫ ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ୭୩ଟି ଆବେଦନ ଉପରେ ଏକାଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ୱାକଫ ସଂଶୋଧନ ଆଇନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ତେଣୁ ଏହି ଆଇନର ବୈଧତା ନେଇ ଆଜି କୋର୍ଟ ଶୁଣାଣି କରିବେ ।
ଅଧିକ ପଢ଼ନ୍ତୁ: ୱକଫ ପ୍ରସଙ୍ଗ ପରଠୁ ଅସମ୍ଭାଳ ବିଦ୍ରୋହ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ
ମୁସଲିମଙ୍କ ପ୍ରତି ଭେଦଭାବ କରି ଏହି ଆଇନ ଅଣାଯାଇଥିବା କୋର୍ଟରେ ଆବେଦନ କରାଯାଇଛି। ଅନ୍ୟପକ୍ଷରେ ୱକଫ ନୂଆ ଆଇନ ଦ୍ୱାରା ସ୍ୱଚ୍ଛତା ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିବେ।
ଏପ୍ରିଲ୍ ମାସ ୪ ତାରିଖ ଦିନ ରାଜ୍ୟସଭାରେ ୱକଫ୍ ବିଲ୍ ପାରିତ ହେଲା । ପରେ ୱକଫ୍ ସଂଶୋଧିତ ବିଲ୍କୁ ମିଳିଥିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ସଂସଦରେ ପାସ୍ ହେବା ପରେ ଏହି ବିଲ୍କୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା । ଆଉ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତାକ୍ଷର ପରେ ଏହି ବିଲ୍ ଏବେ ଆଇନରେ ପରିଣତ ହୋଇସାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/waqf_bill_1744772028.jpg)