/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724035699.jpg)
Supreme Court
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ।
ଏପଟେ ମାମଲାର ଖୋଳତାଡ ଚଳାଇଛି CBI। ଆର୍.ଜି. କର ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ୩ ଦିନ ହେଲା ଘାଣ୍ଟୁଛି ସିବିଆଇ। ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ସାଇକୋ-ଆନାଲିସିସ୍ ଟେଷ୍ଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଏଥିପାଇଁ କୋଲକାତାରେ ପହଞ୍ଚିଛନ୍ତି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟରି-CFSLର ୫ ଜଣିଆ ଟିମ୍।
ଏସବୁ ଭିତରେ ସାମ୍ନାକୁ ଆସିଛି ପୀଡ଼ିତାଙ୍କ ବାପାମାଆଙ୍କ ପ୍ରତିକ୍ରିୟା। ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାକୁ ପ୍ରଥମେ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିବା, ତରବରିଆ ଭାବେ ଝିଅର ମୃତଦେହ ଦାହସଂସ୍କାର ହୋଇଥିବା ଏବଂ ପୋଲିସ ସହଯୋଗ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ। ଅଳ୍ପ କିଛି ସ୍ଥାନରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବାରୁ ରୋଗୀ ସେବା ଆରମ୍ଭ ହୋଇଥିବା ବେଳେ, ଅଧିକାଂଶ ସ୍ଥାନରେ ଏମର୍ଜେନ୍ସିକୁ ଛାଡ଼ି ଓପିଡି ସମେତ ବାକି ବିଭାଗରେ ଅଚଳାବସ୍ଥା ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)