Advertisment

Supreme Court: ବଡ଼ ରାୟ, 'ପେପର୍ ବାଲଟ୍ ପୁନଃପ୍ରଚଳନ ହୋଇପାରିବ ନାହିଁ'

ଯେତେବେଳେ କୌଣସି ଦଳ ନିର୍ବାଚନରେ ଜିତୁଛି, ସେତେବେଳେ ଇଭିଏମ୍ ଟାମ୍ପର୍ ହୋଇନି ବୋଲି କହୁଛି । କିନ୍ତୁ ନିର୍ବାଚନ ହାରିଲେ ଟାମ୍ପର୍ ହୋଇଛି ବୋଲି କହୁଛ ।

ଅଦ୍ୟତନ ହୋଇଛି
EVM

EVM କୁ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ

Advertisment

ଜିତିଲେ ଇଭିଏମ୍ ଠିକ୍, ହାରିଲେ କହୁଛ ଟାମ୍ପରିଂ। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍‌କୁ ନେଇ ବଡ଼ ରାୟ ଦେବା ସହ ଏଭଳି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ପୁଣି ଥରେ ପେପର୍ ବାଲଟ୍ ସିଷ୍ଟମ୍ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ବାଲଟ୍ ସିଷ୍ଟମ ପୁନଃ-ପ୍ରଚଳନ ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।

Advertisment

ତେବେ ପର୍ଯ୍ୟାପ୍ତ ଆଧାର ନଥିବା ଦର୍ଶାଇ ଏହି ଆବଦେନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ପି.ବି. ଭରାଲେ ଏହି ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, ଯେତେବେଳେ କୌଣସି ଦଳ ନିର୍ବାଚନରେ ଜିତୁଛି, ସେତେବେଳେ ଇଭିଏମ୍ ଟାମ୍ପର୍ ହୋଇନି ବୋଲି କହୁଛି । କିନ୍ତୁ ନିର୍ବାଚନ ହାରିଲେ ଟାମ୍ପର୍ ହୋଇଛି ବୋଲି କହୁଛ ।

ଯେତେବେଳେ ଚନ୍ଦ୍ରବାବୁ ନାଇଡ଼ୁ ହାରିଲେ ସେତେବେଳେ ସେ କହିଲେ ଯେ, ଇଭିଏମ୍ ଟାମ୍ପର୍ ହୋଇପାରିବ । ଏବେ ଜଗନମୋହନ ରେଡ୍ଡି ହାରିଲେ, ସେ କହୁଛନ୍ତି ଇଭିଏମ୍ ଟାମ୍ପର ହୋଇପାରିବ । ତେବେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ସାମଗ୍ରିକ ଭାବେ ଏହି ପ୍ରସଙ୍ଗ ଉଠାଇନଥିବାରୁ ଏବଂ ବର୍ତ୍ତମାନର ଭୋଟିଂ ସିଷ୍ଟମ୍ ଉପରେ ପୁନର୍ବିଚାର ପାଇଁ ହୋଇଥିବା ଆବେଦନର ପର୍ଯ୍ୟାପ୍ତ ଆଧାର ନଥିବାରୁ ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

Advertisment

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍‌ପେନ୍ସ

ସେହିପରି ଆବେଦନକାରୀ ପାଲ୍ ମଧ୍ୟ ନିର୍ବାଚନରେ କ୍ୟାଶ୍-ଫର୍-ଭୋଟ୍ ଉପରେ ରୋକ୍ ଲଗାଇବାକୁ ଆବେଦନ କରିଛନ୍ତି। ଯେଉଁମାନେ ନିର୍ବାଚନ ସମୟରେ ଭୋଟରଙ୍କୁ ଟଙ୍କା, ମଦ କିମ୍ବା ସାମଗ୍ରୀ ଦେଇ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ସେପରି ପ୍ରାର୍ଥୀଙ୍କୁ ଅତି କମରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରିବାକୁ ଆବେଦନ କରିଥିଲେ ପାଲ୍। ଏ ଉପରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ, "ଆପଣଙ୍କ ପାଖରେ ଆକର୍ଷଣୀୟ PIL ସବୁ ରହିଛି। ଏପରି ଉଚ୍ଚକୋଟୀର ଚିନ୍ତାଧାର ପାଇଲେ କିପରି?"

Advertisment

ଆବେଦନକାରୀ ପାଲ୍ କହିଥିଲେ ଯେ ସେ ଏକ ସଂଗଠନର ସଭାପତି ଅଛନ୍ତି। ଏହି ସଂଗଠନ ଅସହାୟ ପିଲା ଓ ମହିଳାମାନଙ୍କୁ ସାହାଯ୍ୟ କରିଥାଏ। ଏହା ଶୁଣି ସୁପ୍ରିମକୋର୍ଟ କହିଛନ୍ତି, "ତେବେ ଆପଣ କାହିଁକି ଏପରି ରାଜନୈତିକ ଲଢେଇ ଭିତରେ ପଶୁଛନ୍ତି? ଆପଣଙ୍କ କାର୍ଯ୍ୟ କ୍ଷେତ୍ର ତ ଭିନ୍ନ।"

ଅଧିକ ପଢ଼ନ୍ତୁ: ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ, ଗ୍ରାଉଣ୍ଡ ଜିରୋରେ ପ୍ରମାଣ ଘାଣ୍ଟିଲା ୬ ଜଣିଆ ଟିମ୍

Supreme Court EVM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ