sofia-qureshi
ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହଙ୍କ ପାଇଁ ବଢ଼ିଲା ଅଡୁଆ। ସୁପ୍ରିମକୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି। କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ।
ଅଧିକ ପଢ଼ନ୍ତୁ: ସାହସିକତାର ଅନ୍ୟ ନାଁ ସୋଫିଆ
ଏଥିସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ । କାଲି ହାଇକୋର୍ଟ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଆଦେଶ ଦେଇଥିଲେ।
ଏଥିସହ ମନ୍ତ୍ରୀଙ୍କୁ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଲେ- ମନ୍ତ୍ରୀ ହୋଇ ଆପଣ କିଭଳି ଭାଷାର ବ୍ୟବହାର କରୁଛନ୍ତି। ଏହା ଆପଣଙ୍କୁ ଶୋଭା ଦେଉଛି? ଜଣେ ବ୍ୟକ୍ତି ସାମ୍ବାଧନିକ ପଦରେ ରହି ଏଭଳି ମନ୍ତବ୍ୟ ଦେବା ଆଶା କରାଯାଏ ନାହିଁ। ଯେତେ ବେଳେ ଦେଶ ଏପରି ସ୍ଥିତି ଦେଇ ଗତି କରୁଛି , ସେତେବେଳେ ଜଣେ ଦାୟିତ୍ୱବାନ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଏପରି ବୟାନ ଆଶା କରାଯାଇ ପାରିବ ନାହିଁ।
ସୁପ୍ରିମମକୋର୍ଟର ମୁଖ୍ୟ ବିଚାରପତି ବି.ଆର ଗବାଇ ଓ ଜଷ୍ଟିସ ଏଜି ମସିହଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯାଇଛି।
କ’ଣ କହିଥିଲେ ମନ୍ତ୍ରୀ ବିଜୟ ଶାହ ?
ମନ୍ତ୍ରୀ ବିଜୟ ଶାହ ଏକ କାର୍ଯ୍ୟକ୍ରମରେ କର୍ଣ୍ଣେଲ ସୋଫିଆଙ୍କ ନାଁ ନନେଇ କହିଥିଲେ, 'ଯେଉଁମାନେ ଆମ ଝିଅ ଓ ଭଉଣୀଙ୍କ ସିନ୍ଦୂର ଲିଭାଇ ଥିଲେ, ଆମେ ସେମାନଙ୍କ ଭଉଣୀ ପଠାଇ ସେମାନଙ୍କ ‘ଏସି-ତେସି’ କରିଲୁ ।'
ଶାହଙ୍କ ଏପରି ବୟାନ ପରେ ତାଙ୍କ ପାଇଁ ବଢ଼ିଥିଲା ଅଡୁଆ। ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟୱାରୀ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଦାଖଲ କରିଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟ ମନ୍ତ୍ରୀ ବିଜୟ ଶାହଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରିବା ପାଇଁ ଆଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747295450.jpg)