Advertisment

Street Dogs:ରାସ୍ତାରେ ବୁଲିବେନି ବୁଲା କୁକୁର, ବୁଲିଲେ ଉଠାଇନେବେ...ବିରୋଧ କଲେ ହେବ ଆକ୍ସନ

ଆଉ ରାସ୍ତାରେ ବୁଲି ପାରିବେ ନାହିଁ କୁକୁର। ସମସ୍ତଙ୍କୁ ଉଠାଇ ନିଆଯିବ। ଯିଏ ବାଧାଦେବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

author-image
Manasranjan Mohanty
street dog

street dog

ଆଉ ରାସ୍ତାରେ ବୁଲି ପାରିବେ ନାହିଁ କୁକୁର। ସମସ୍ତଙ୍କୁ ଉଠାଇ ନିଆଯିବ। ଯିଏ ବାଧାଦେବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋମବାର ଦିନ ସୁପ୍ରିମକୋର୍ଟ ଦିଲ୍ଲୀ-ଜାତୀୟ ରାଜଧାନୀ କ୍ଷେତ୍ର ବା NCR ଅଞ୍ଚଳରୁ ସମସ୍ତ ବୁଲା କୁକୁରଙ୍କୁ ଉଠାଇ ସେଲ୍ଟର ହୋମ୍‌ରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ କୁକୁରମାନେ ଆଉ ରାସ୍ତାକୁ ଆସିବେ ନାହିଁ।

Advertisment

ବୁଲା କୁକୁରଙ୍କ ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀର ଭାବେ ନେଇଛନ୍ତି କୋର୍ଟ। ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର୍‌ ମହାଦେବନ କେତେକ ନିର୍ଦ୍ଦେଶ ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ଚେତାବନୀରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ବୁଲା କୁକୁରଙ୍କୁ ରାସ୍ତାରୁ ଉଠାଇବା ଏବଂ ଧରିବା କାମରେ ବାଧା ସୃଷ୍ଟି କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୁପ୍ରିମ୍ କୋର୍ଟ ଚେତାବନୀ ଦେଇ କହିଛନ୍ତି, ତଥାକଥିତ ପଶୁପ୍ରେମୀମାନେ କୁକୁର କାମୁଡା ଦ୍ୱାରା ‘ରେବିଜ୍‌’ର ଶିକାର ହୋଇଥିବା ପିଲାମାନଙ୍କୁ କ’ଣ ଭଲ କରିଦେବେ? ସେମାନେ କ’ଣ ସେହି ପିଲାମାନଙ୍କ ଜୀବନକୁ ଫେରାଇଆଣିବେ? ଯେତେବେଳେ ପରିସ୍ଥିତି ଦାବି କରେ, ସେତେବେଳେ ପଦକ୍ଷେପ ନେବାକୁ ପଡିବ ବୋଲି କୋର୍ଟ କହିଛନ୍ତି।

Advertisment

'ସବୁଠାରୁ ପ୍ରଥମ ଏବଂ ପ୍ରମୁଖ' କାମ ହେଉଛି ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳକୁ ବୁଲା କୁକୁରରୁ ମୁକ୍ତ କରିବା। ଶିଶୁ ଏବଂ ଛୋଟ ପିଲାମାନଙ୍କୁ ଯେକୌଣସି ମୂଲ୍ୟରେ ବୁଲା କୁକୁରଙ୍କଠାରୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

କୋର୍ଟ ପୁଣି କହିଛନ୍ତି ଯେ ଯେକୌଣସି ଅଞ୍ଚଳରୁ ଧରାଯାଇଥିବା କୁକୁରକୁ କୌଣସି ପରିସ୍ଥିତିରେ ବି ପୁଣି ଥରେ ରାସ୍ତା କିମ୍ବା ସାର୍ବଜନୀନ ସ୍ଥାନରେ ଛଡାଯିବ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ କୁକୁରଙ୍କୁ ରାସ୍ତାରୁ ହଟାଇ ଦିଆଯିବା ଉଚିତ, ସେମାନେ ବନ୍ଧ୍ୟାକରଣ ହୋଇଥାନ୍ତୁ କି ନ ହୋଇଥାନ୍ତୁ।

କୋର୍ଟ ଚେତାବନୀ ଦେଇ କହିଛନ୍ତି ଯିଏ ଏହାକୁ ବାଧା ଦେବ ସେମାନଙ୍କ ବିରୁଦ୍ଧରେ ଅବମାନନା ମାମଲା ଆରମ୍ଭ କରାଯିବ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କହିଛନ୍ତି, “କିଛି କୁକୁର ପ୍ରେମୀଙ୍କ ଯୋଗୁଁ ଆମେ ଆମର ପିଲାମାନଙ୍କୁ ବଳି ଦେଇପାରିବୁ ନାହିଁ।”

Supreme Court Stray Dog Feeding Stray Dogs
Advertisment
Related Articles
Advertisment