/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726207113.jpg)
Arvind Kejriwal
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜାମିନ । ୬ ମାସ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ । ସିବିଆଇ ପଞ୍ଜୀକୃତ ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଶୁକ୍ରବାର ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ପ୍ରଥମ ଆବେଦନ ଉପରେ କୋର୍ଟ ସିବିଆଇ ଗିରଫକୁ ବୈଧ ବୋଲି ବିବେଚନା କରିଥିଲେ । ସେହିପରି ଦ୍ୱିତୀୟ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି । ଜାମିନ ପାଇଁ ସମାନ ସର୍ତ୍ତ ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ, ଯାହା ଇଡି ମାମଲାରେ ଜାମିନ ପ୍ରଦାନ କରିବା ସମୟରେ ଲାଗୁ କରାଯାଇଥିଲା । ଜେଲରୁ ବାହାରିବା ପରେ କେଜ୍ରିୱାଲ କୌଣସି ଫାଇଲରେ ଦସ୍ତଖତ କରିପାରିବେ ନାହିଁ । ଏହା ସହିତ CMOକୁ ଯିବା ଉପରେ ମଧ୍ୟ ପ୍ରତିବନ୍ଧକ ରହିବ । ସେହିପରି ଏହି ମାମଲାରେ କେଜ୍ରିୱାଲ କୌଣସି ମନ୍ତବ୍ୟ ଦେବେ ନାହିଁ ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା । ଲୋକସଭା ନିର୍ବାଚନ ହେତୁ ତାଙ୍କୁ ମେ ୧୦ରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହା ପରେ କେଜ୍ରିୱାଲ ଜୁନ୍ ୨ରେ ଆତ୍ମସମର୍ପଣ କରିଥିଲେ । ଉଭୟ ଇଡି ଏବଂ ସିବିଆଇ ଏହି ଘଟଣାର ତଦନ୍ତ କରୁଛନ୍ତି । ଇଡି ମାମଲାରେ ଜୁଲାଇ ୧୨ରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଜାମିନ ପାଇଥିଲେ । ଆଉ ଆଜି ତାଙ୍କୁ ସିବିଆଇ ମାମଲାରେ ମଧ୍ୟ ଜାମିନ ମିଳିଛି ।
ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲରେ ଅଛନ୍ତି । ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ତାଙ୍କୁ ଜେଲରୁ ବାହାରିବା ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ବାସ୍ତବରେ ସୁପ୍ରିମକୋର୍ଟଙ୍କ ଲିଖିତ ଆଦେଶ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟକୁ ପଠାଯିବ । ସେଠାରେ ଜାମିନ ବଣ୍ଡ ପୂରଣ କରିବାକୁ ପଡ଼ିବ । ଏହା ପରେ, ରାଉଜ୍ ଆଭେନ୍ୟୁ କୋର୍ଟ ରିଲିଜ୍ ଆଦେଶ ପ୍ରସ୍ତୁତ କରି ତିହାର ପ୍ରଶାସନକୁ ପଠାଇବ । ରିଲିଜ୍ ଆଦେଶ ପାଇବା ପରେ କେଜ୍ରିୱାଲ ଜେଲରୁ ବାହାରକୁ ଆସିପାରିବେ ।
Supreme Court grants bail to Delhi Chief Minister and AAP national convener Arvind Kejriwal in a corruption case registered by CBI in the alleged excise policy scam.
Supreme Court says prolonged incarceration amounts to unjust deprivation of liberty. pic.twitter.com/6LoZkISNO4
— ANI (@ANI) September 13, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)