Advertisment

ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ହିମାଚଳପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଦୁଇ ଦିନ ହେଲା ଜୋରଦାର କସରତ ଚାଲିଥିଲା।

author-image
Chandan Shishu
Sukhvinder Sukhu the next chief minister of Himachal Pradesh

Sukhvinder Sukhu the next chief minister of Himachal Pradesh

ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ସୁଖବିନ୍ଦରଙ୍କ ନାଁରେ ମୋହର ଲାଗିଛି। ଏହାପରେ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ସୁଖବିନ୍ଦର। ଛତିଶଗ଼ଡ଼ ମୁଖ୍ୟମନ୍ତ୍ରୀ ତଥା AICC ପର୍ଯ୍ୟବେକ୍ଷକ ଭୂପେଶ ବଘେଲଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ଦିନ ୧୧ଟାରେ ସୁଖବିନ୍ଦର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Advertisment

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପାଂଚ ଥରର ବିଧାୟକ ମୁକେଶ ଅଗ୍ନିହୋତ୍ରୀ। ହିମାଚଳପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଦୁଇ ଦିନ ହେଲା ଜୋରଦାର କସରତ ଚାଲିଥିଲା। ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଥିଲା। ତେବେ ଆଜି କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂ ସୁଖୁଙ୍କ ନାଁ ଘୋଷଣା କରିଛି।

ସୁଖବିନ୍ଦରଙ୍କ ସପକ୍ଷରେ ବହୁ କଂଗ୍ରେସ ବିଧାୟକଙ୍କ ସମର୍ଥନ ବି ରହିଛି। ମୁଖ୍ୟମନ୍ତ୍ରୀ ଭାବେ ହାଇକମାଣ୍ଡ ତାଙ୍କ ନାଁରେ ମୋହର ମାରିଥିବାରୁ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ହିମାଚଳର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୁଖବିନ୍ଦର ରାଜ୍ୟରେ ତାଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଆଣିବ ବୋଲି ସୁଖବିନ୍ଦର କହିଛନ୍ତି। ନିର୍ବାଚନ ବେଳେ ହିମାଚଳବାସୀଙ୍କୁ ସେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ ଏବଂ ରାଜ୍ୟର ବିକାଶ ପାଇଁ ସରକାର କାମ କରିବେ ବୋଲି ସୁଖବିନ୍ଦର କହିଛନ୍ତି।

Advertisment
Himachal Pradesh Elections
Advertisment
Advertisment