/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710436567.jpg)
new election commissioners
ନିଯୁକ୍ତ ହେଲେ ଦେଶର ଦୁଇ ନିର୍ବାଚନ କମିଶନର୍ । ଖାଲି ଥିବା ଦୁଇ ନିର୍ବାଚନ କମିଶନର ପଦବୀରେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । କିଛି ସମୟ ପୂର୍ବରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ୟାନେଲ ଏହି ଦୁଇ ଆଇଏଏସ୍ଙ୍କୁ ବାଛିଥିଲେ । ପ୍ୟାନେଲର ସୁପାରିଶ ପରେ ରାଷ୍ଟ୍ରପତି ବିଧିବଦ୍ଧ ଭାବେ ଉଭୟଙ୍କୁ ନିର୍ବାଚନ କମିଶନର୍ ଭାବେ ନିଯୁକ୍ତି ଦେଇଛନ୍ତି।
ନିର୍ବାଚନ କମିଶନରେ ୩ ଜଣ ସଭ୍ୟ ଥାଆନ୍ତି । ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର୍ ଥିବା ବେଳେ ବାକି ୨ଟି ପଦବୀ ଖାଲି ପଡ଼ିଥିଲା । ଗତ ବର୍ଷ ମାର୍ଚ୍ଚରେ ସୁପ୍ରମକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ନିର୍ବାଚନ କମିଶନରଙ୍କ ଚୟନ ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି ରହିବେ। ସେହି ନିୟମକୁ ବଦଳାଇଛନ୍ତି କେନ୍ଦ୍ର ସରକାର। ପ୍ରଧାନ ବିଚାରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ର ମନ୍ତ୍ରୀ ପ୍ୟାନେଲରେ ରହିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)