• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତରେ ଫାଇଭ-ଜିର ସଫଳ ପରୀକ୍ଷଣ । ଆଇଆଇଟି ମାଡ୍ରାସରେ ଆଇଟି ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ ପ୍ରଥମ କଲ୍ କରିଛନ୍ତି । ସଫଳ ହୋଇଛି ଦେଶର ପ୍ରଥମ ୫-ଜି କଲ୍ । ପୁରା ୫-ଜି ନେଟୱର୍କକୁ ଭାରତରେ ଡିଜାଇନ୍ କରାଯିବା ସହ ବିକଶିତ କରାଯାଇଥିବା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ଟେଲିକମ୍ ବିଭାଗ ପକ୍ଷରୁ ୫-ଜି ସ୍ପେକ୍ଟ୍ରମ୍ ନିଲାମୀ ପ୍ରସ୍ତାବକୁ ମଂଜୁରୀ ଦେବା ପାଇଁ ଆସନ୍ତା ସପ୍ତାହରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସାମ୍ନାରେ ରଖାଯିବା ସମ୍ଭାବନା ରହିିଛି । ଏହା ପୂର୍ବରୁ ମେ’ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ଦେଶର ପ୍ରଥମ ଫାଇଭ-ଜି ପରୀକ୍ଷଣର ଉଦଘାଟନ କରିଥିଲେ ।