Advertisment

ବୁର୍ଖା ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ ଭିତରକୁ ଛାଡ଼ିଲେନି ପ୍ରିନ୍ସିପାଲ

ହିଜାବ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି।

author-image
Chandan Shishu
Hijab Row

Hijab Row

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ବୁର୍ଖା ପିନ୍ଧିଛନ୍ତି ବୋଲି କଲେଜ ଭିତରକୁ ପଶିବାକୁ ଦେଲେନି କଲେଜ ଅଧ୍ୟକ୍ଷ। ଏହିପରି ଘଟଣା ଦେଖିବାକୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ। ଏଠାକାର ଆନ୍ଧ୍ର ଲୟାଲ କଲେଜରେ ପଢ଼ୁଥିବା ଦୁଇ ଜଣ ଛାତ୍ରୀ ବୁର୍ଖା ପିନ୍ଧି ଆସିବାପରେ ପ୍ରିନ୍ସିପାଲ ସେମାନଙ୍କୁ କଲେଜ ଭିତରେ ପଶିବାକୁ ଦେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। 

Advertisment

ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଆଇଡି କାଡରେ ବୁର୍ଖା ପିନ୍ଧି ଫଟୋ କଢାଯାଇଛି। ଏହାପୂର୍ବରୁ ଆମ୍ଭେ ନିୟମିତ କଲେଜ ଆସୁଥିଲୁ, କିନ୍ତୁ ହଠାତ୍ କଲେଜ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ବର୍ତ୍ତମାନ ହିଜାବ ବିବାଦ ତେଜିବାରେ ଲାଗିଛି। ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ କର୍ଣ୍ଣାଟକ ସରକାର। ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା । ତେବେ ଏହାକୁ ବିରୋଧ କରି ରାଜ୍ୟବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଥିଲା । କିଛି ଶିକ୍ଷାନୁଷ୍ଠାନରେ ହିଜାବ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୪୪ ଧାରା ଲଗାଇବା ସହିତ ୩ ଦିନ ଲାଗି ଛୁଟି ଘୋଷଣା କରିଥିଲେ ।

Advertisment

ଘଟଣା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଧାର୍ମିକ ପୋଷାକ ପିନ୍ଧିବା ଲାଗି ଜିଦ୍ କରିପାରିବେନି ଛାତ୍ରଛାତ୍ରୀ । କର୍ଣ୍ଣାଟକ ହିଜାବ ବ୍ୟାନ ମାମଲାର ଶୁଣାଣି କରି  ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହିଜାବ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ଦୃଷ୍ଟିରେ ଶାନ୍ତିଶୃଙ୍ଖଳା ସୁନିଶ୍ଚିତ କରାଯିବା ଉପରେ କୋର୍ଟ ଗୁରୁତ୍ୱ ଦେଇଥିଲେ। ଏଥିସହିତ କର୍ଣ୍ଣାଟକରେ ୩ ଦିନ ଛୁଟି ଘୋଷଣା କରାଯାଇଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ତୁରନ୍ତ ଖୋଲିବାକୁ କହିଥିଲେ କୋର୍ଟ।

Andhra Pradesh Karnataka Hijab Row
Advertisment
Advertisment