Advertisment

Cloudburst Rain: ବାଦଲଫଟା ବର୍ଷା ଯୋଗୁ ଫସି ରହିଥିଲେ ଗର୍ଭବତୀ ପ୍ରଫେସର, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ଛାତ୍ରଛାତ୍ରୀ

ବାଦଲଫଟା ବର୍ଷା ଫଳରେ ସ୍ଥିତି ବେହାଲ ହୋଇଥିଲା । ଫସି ରହିଥିଲେ ପ୍ରାୟ ଦେଢ ଶହ ଲୋକ । ସେଥି ମଧ୍ୟରେ ଥିଲେ ଜଣେ ମହିଳା ପ୍ରଫେସର, ଯିଏକି ଗର୍ଭବତୀ ଥିଲେ । ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କରିଛନ୍ତି ଛାତ୍ରଛାତ୍ରୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Cloudburst rain

Cloudburst rain

ବାଦଲଫଟା ବର୍ଷାକୁ ନେଇ ବେହାଲ ହିମାଚଳ ପ୍ରଦେଶ । ବାଦଲଫଟା ବର୍ଷା ଫଳରେ ଫସି ରହିଥିଲେ ପ୍ରାୟ ଦେଢ ଶହ ଲୋକ । ସେମାନଙ୍କ ମଧ୍ୟରେ ଥିଲେ ଜଣେ ମହିଳା ପ୍ରଫେସର । ଯିଏକି ଗର୍ଭବତୀ ଥିଲେ । ବାହାରକୁ ବାହାରିବାକୁ କେଉଁଆଡେ ରାସ୍ତା ବି ନଥିଲା । ହେଲେ ତାଙ୍କ ଛାତ୍ରଛାତ୍ରୀମାନେ ପ୍ରଫେସରଙ୍କୁ ଚେୟାରରେ ବସାଇ ଚାଲି ଚାଲି ୧୧ କିଲୋମିଟର ଯାଏଁ ଆଣିଥିଲେ । ଆଉ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ । 

Advertisment

ସୂଚନା ଅନୁସାରେ, ବାଦଲଫଟା ବର୍ଷା ଯୋଗୁ ଥୁନାଗ କଲେଜରୁ ବାହାରିବା ପରେ କେଉଁଆଡେ ଯିବା ସମ୍ଭବ ହୋଇପାରିନଥିଲା । ଆଉ ପ୍ରଫେସର ଜଣକ ଗର୍ଭବତୀ ଥିଲେ । ଏଣୁ ସମସ୍ତ ଛାତ୍ରଛାତ୍ରୀ ମିଶି ଏକ ଚେୟାରରେ ଭାର କରି ଅଧ୍ୟାପିକାଙ୍କୁ ବୋହି ବୋହି ପାଖାପାଖି ୧୧ କିଲୋମିଟର ନେଇଥିଲେ । ପ୍ରଫେସରଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ସତେ ଯେମିତି ସେମାନେ ଗୁରୁଦକ୍ଷିଣା ଦେଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ୮୦ଜଣ ଛାତ୍ରୀ ଥିବା ଜଣାପଡ଼ିଛି । ସମସ୍ତଙ୍କ ମିଳିତ ଉଦ୍ୟମରେ ମହିଳା ପ୍ରଫେସର ଜଣକ ସୁରକ୍ଷିତ ସ୍ଥାନରେ ପହଞ୍ଚି ପାରିଛନ୍ତି । ପିଲାମାନଙ୍କ ଏହି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି । 

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ସ୍କୁଲ କଲେଜ ସବୁ ବନ୍ଦ ରହିଛି । ରାସ୍ତା ଘାଟରେ ଗମନାଗମନ କରିବା ସମ୍ଭବପର ହୋଇପାରୁନାହିଁ । ଏହି ବିପର୍ଯ୍ୟୟ କାରଣରୁ ବହୁ ଲୋକଙ୍କ ଜୀବନ ଗଲାଣି । ବାଦଲଫଟା ବର୍ଷା ହେବା ଫଳରେ ବନ୍ୟା ଓ ଭୂସ୍ଖଳନରେ ଜନଜୀବନ ବ୍ୟାହତ ହୋଇଛି। 

Advertisment

ଅଧିକ ପଢନ୍ତୁ: ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ବେହାଲ ଉତ୍ତର ଭାରତ

Student Rescued Himachal Pradesh Cloud Burst
Advertisment
Advertisment