• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେରଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି । ପଥର ମାଡ଼ରେ ବନ୍ଦେ ଭାରତ ଏକ୍ସପ୍ରେସର କିଛି ଝରକା କାଚ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି । ଏନେଇ ରେଳ ଅଧିକାରୀମାନେ ସୂଚନା ଦେଇଥିବାବେଳେ, ଅଧିକାରୀଙ୍କ କହିବା ଅନୁଯାୟୀ ଟ୍ରେନ୍ ତିରୁନାଭାୟା ଏବଂ ତିରୁର ମଧ୍ୟରେ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଛି । ବନ୍ଦେ ଭାରତ ଏକ୍ସପ୍ରେସ କାସରଗୋଡରୁ ଥିରୁବନନ୍ତପୁରମ୍ ଯାଉଥିଲା ।

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୫ ତାରିଖରେ ତିରୁବନନ୍ତପୁରମ୍ ଷ୍ଟେସନରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ହେଲେ ଏବେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ଼ ହୋଇଛି ।

ଦକ୍ଷିଣ ରେଳବାଇ ଏହାକୁ ନେଇ କହିଛି କି, କେହି ଏଥିରେ ଆହତ ହୋଇନାହାଁନ୍ତି । ଏହି ଘଟଣାକୁ ନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଛି । ଟ୍ରେନ୍ ସୁରକ୍ଷାକୁ ଅଧିକ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି । କିଛି ଅସାମାଜିକ ଲୋକଙ୍କ ଦ୍ୱାରା ପଥର ଫିଙ୍ଗାଯାଇଥିବା ଅଧିକାରୀମାନେ କହିଛନ୍ତି ।

ଗତ ବୁଧବାର ସନ୍ଧ୍ୟାରେ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ୍ ପରିସରରେ ଏହି ଘଟଣା ଘଟିଛି । ପ୍ରେସ ବିବୃତିରେ ଦିଆଯାଇଥିବା ସୂଚନା ଅନୁସାରେ ସିକନ୍ଦରାବାଦରୁ ଟ୍ରେନ୍‌ଟି ଆସୁଥିବା ସମୟରେ କାମାମ ଏବଂ ବିଜୟୱାଡା ରେଳ ଷ୍ଟେସନ ମଧ୍ୟରେ ପଥର ଫିଙ୍ଗାଯାଇଥିଲା।

ଏହାପୂର୍ବରୁ ଜାନୁଆରୀ ମାସରେ ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ ସହରରେ ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ପଥର ଫିଙ୍ଗାଯାଇଥିଲା । ଫଳରେ ଗୋଟିଏ କୋଚ୍‌ର କାଚ ଭାଙ୍ଗିଯାଇଥିଲା । ସେହିପରି ମାର୍ଚ୍ଚ ୧୨ ତାରିଖରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ଫିଙ୍ଗାଯାଇଥିଲା । ଯେଉଁଥିରେ ଗୋଟିଏ କୋଚର କିଛି କାଚ ଭାଙ୍ଗିଥିଲା ବୋଲି କୁହାଯାଇଥିଲା ।