/odishatv-khabar/media/post_attachments/uploadimage/library/16_9/16_9_0/Flight_1705472760.jpg)
Flight
ବିମାନରେ ଫସିଲେ ଯାତ୍ରୀ, ତାହା ପୁଣି ବିମାନ ଶୌଚାଳୟରେ । ଏପରି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ । ପ୍ରାୟ ଏକ ଘଣ୍ଟା ଧରି ବିମାନର ଶୌଚାଳୟରେ ଫସି ରହିଥିଲେ ଯାତ୍ରୀ ଜଣକ । ଗତକାଲି ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ବିମାନରେ ଡୋର ଲକ ନଖୋଲିବାରୁ ଏପରି ହଟହଟା ହୋଇଛନ୍ତି ଯାତ୍ରୀଜଣକ ।
ମୁମ୍ବାଇରୁ ବିମାନଟି ଉଡ଼ାଣ ଭରିବା ପରେ ପୁରୁଷ ଯାତ୍ରୀଜଣକ ଶୌଚାଳୟ ଯାଇଥିଲେ । କିନ୍ତୁ ପରେ ଆଉ ବାହାରି ପାରିନଥିଲେ । ବିମାନଟି ବେଙ୍ଗାଲୁରୁରେ ଅବତରଣ କରିବା ପର୍ଯ୍ୟନ୍ତ ତାଙ୍କୁ ଶୌଚାଳୟ ମଧ୍ୟରେ ହିଁ ଅପେକ୍ଷା କରିବାକୁ ପଡିଥିଲା । ପରେ ଟେକ୍ନିସିଆନଙ୍କ ସହାୟତାରେ ଶୌଚାଳୟର କବାଟ ଖୋଲା ଯାଇଥିଲା ।
ତେବେ ଏହି ଘଟଣାରେ ବିମାନ କମ୍ପାନୀ ଦୁଃଖ ପ୍ରକାଶ କରିଛି । ଏହା ସହ ପୀଡ଼ିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆ ଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଗତକାଲି ଜଣେ ଯାତ୍ରୀ ଦୁର୍ଭାଗ୍ୟବଶତଃ ବିମାନ ଶୌଚାଳୟରେ ଫସି ରହିଥିଲେ । ବିମାନଟି ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିଲା । ପ୍ରାୟ ଏକ ଘଣ୍ଟା ପାଇଁ ଶୌଚାଳୟରେ ଯାତ୍ରୀଜଣକ ଫସି ରହିଥିଲେ ।
କବାଟରେ ଲାଗିଥିବା ଲକ୍ରେ ତ୍ରୁଟି ଥିବାରୁ ଏପରି ହୋଇଥିବା ଜଣା ପଡ଼ିଛି । କମ୍ପାନୀ ପକ୍ଷରୁ ଜାରି ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ବିମାନଟି ଆକାଶରେ ଥିବା ବେଳେ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା । ପରେ ଅବତରଣ ପରେ ଇଞ୍ଜିନିୟରଙ୍କ ସହାୟତାରେ ଲକ୍ ଖୋଲା ଯାଇଥିଲା । ପରେ ପରେ ପୀଡ଼ିତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)