Advertisment

Justice Yashwant Varma:ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ୩ ଜଣିଆ କମିଟି ଗଠନ

ଘର ଭିତରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ବିବାଦ ଘେରରେ ଥିବା ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ବିଦା କରାଯିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ତାଙ୍କୁ ବହିଷ୍କାର କରିବା ପାଇଁ ଆସିଥିବା ପ୍ରସ୍ତାବକୁ ନଜରରେ ରଖି ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ୩ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।

author-image
Manasranjan Mohanty
justice

justice

ଘର ଭିତରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ବିବାଦ ଘେରରେ ଥିବା ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ବିଦା କରାଯିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ତାଙ୍କୁ ବହିଷ୍କାର କରିବା ପାଇଁ ଆସିଥିବା ପ୍ରସ୍ତାବକୁ ନଜରରେ ରଖି ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ୩ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।

Advertisment

ଏହି ୩ ଜଣିଆ କମିଟିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମନିନ୍ଦର ମୋହନ ଓ ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ ରହିଛନ୍ତି। ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବରେ ୧୪୬ ଜଣ ସାଂସଦ ଦସ୍ତଖତ କରିଛନ୍ତି। ଏହାକୁ ଲୋକସଭାରେ ଗ୍ରହଣ କରି ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି, “୩ ଜଣିଆ କମିଟି ନିଜର ରିପୋର୍ଟ ଯଥାଶୀଘ୍ର ଦାଖଲ କରିବେ। ରିପୋର୍ଟ ଆସିବା ଯାଏ ଏହି ପ୍ରସ୍ତାବ ସ୍ଥଗିତ ହୋଇ ରହିଲା।”

ଏହାପରେ କ’ଣ?

ଜଣେ ବିଚାରପତିଙ୍କୁ ବହିଷ୍କାର କରାଯିବାର ବ୍ୟବସ୍ଥା ସମ୍ବିଧାନର ଧାରା ୧୨୪(୪)ରେ ଉଲ୍ଲେଖ ରହିଛି। ଲୋକସଭା ଦ୍ୱାରା ଗଠନ ହୋଇଥିବା କମିଟି ତା’ ରିପୋର୍ଟ ବାଚସ୍ପତିଙ୍କ ନିକଟରେ ଦାଖଲ କରିବେ। ଏହି ରିପୋର୍ଟକୁ ବାଚସ୍ପତି ଗୃହ ଆଗରେ ରଖିବେ। କମିଟି ପାଖରେ ପ୍ରମାଣ ଯାଞ୍ଚ କରିବା ଓ ସାକ୍ଷୀମାନଙ୍କୁ ପୁନଃ ଜେରା କରିବାର କ୍ଷମତା ରହିଛି।

Advertisment

ଯଦି ଏହି ପ୍ରକ୍ରିୟାରେ ବିଚାରପତି ଦୋଷୀ ସାବ୍ୟସ୍ତ ହେବେ, ତା’ହେଲେ କମିଟର ରିପୋର୍ଟକୁ ଗୃହରେ ଗ୍ରହଣ କରାଯିବା। ଏହା ପ୍ରଥମ ପ୍ରକ୍ରିୟା। ଏହାପରେ ଗୋଟିଏ ପ୍ରସ୍ତାବ ଭୋଟ ପାଇଁ ଆସିବ। ଅନ୍ୟ ଗୃହରେ ବା ରାଜ୍ୟସଭାରେ ମଧ୍ୟ ସମାନ ପ୍ରକ୍ରିୟା ଆପଣା ଯିବ।

ନିୟମ ଅନୁସାରେ ଜଣେ ବିଚାରପତିଙ୍କୁ ବହିଷ୍କାର କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦୁଇ ତୃତୀୟାଂଶ ଭୋଟ ବା ସଦସ୍ୟଙ୍କ ସହମତି ଆବଶ୍ୟକ। ଜଷ୍ଟିସ ବର୍ମାଙ୍କୁ ବହିଷ୍କାର କରିବା ସପକ୍ଷରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ରହିଛନ୍ତି। ତେଣୁ ବେଶ ସହଜରେ ଲୋକସଭା ଓ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବ।

ଏଯାଏ କ’ଣ ହୋଇଛି?

କିଛି ଦିନ ତଳେ ଜଷ୍ଟିସ ବର୍ମା ଇନ ହାଉସ ତଦନ୍ତ ରିପୋର୍ଟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ଏଥିସହ ତତ୍କାଳୀନ ପ୍ରଧାନ ବିଚାରପତି ନିଜେ ଜଷ୍ଟିସ ବର୍ମାଙ୍କୁ ବହିଷ୍କାର କରିବା ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ସୁପାରିଶ କରିଥିଲେ।

ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ନିଆଁ ଲାଗି ଯାଇଥିଲା। ଏହାକୁ ଲିଭାଇବା ସମୟରେ ତାଙ୍କ ଘରୁ ୧.୫ ଫୁଟ ଉଚ୍ଚର ବିଡ଼ାବିଡ଼ା ଟଙ୍କା ମିଳିଥିଲା। ନିଆଁ ଲାଗିବା ବେଳେ ଜଷ୍ଟିସ ବର୍ମା ଘରେ ନଥିଲେ। ନଗଦ ଟଙ୍କା ଜଣେ ବିଚାରପତିଙ୍କ ଘରୁ ମିଳିବା ଦେଶ ଇତିହାସରେ ପ୍ରଥମ ଘଟଣା ଥିଲା। ଏହାକୁ ନେଇ ନ୍ୟାୟପାଳିକାର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା।

ବିବାଦ ଯୋଗୁ ସୁପ୍ରିମକୋର୍ଟ ଜଷ୍ଟିସ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରି ଦେଇଥିଲେ। ତାଙ୍କ ଠାରୁ ସମସ୍ତ ପ୍ରକାରର ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରି ନିଆଯାଇଥିଲା। ସୁପ୍ରିମକୋର୍ଟ ଘଟଣାର ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରିଥିଲେ। ଏହି କମିଟି ୫୫ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିଥିଲେ। ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା କମିଟି ଜାଣିବାକୁ ପାଇଥିଲା।

କମିଟି ଜାଣିବାକୁ ପାଇଥିଲା ଯେ ନଗଦ ଟଙ୍କା ମିଳିଥିବା ରୁମଟି ଜଷ୍ଟିସ ବର୍ମା ଓ ତାଙ୍କ ପରିବାର ଲୋକଙ୍କ ସକ୍ରିୟ ନିୟନ୍ତ୍ରଣରେ ରହିଥିଲା। ଏଥିଯୋଗୁ କମିଟି ଜଷ୍ଟିସ ବର୍ମାଙ୍କୁ ବହିଷ୍କାର ପାଇଁ ପ୍ରସ୍ତାବ ଦେଇଥିଲା।

Om Birla Speaker
Advertisment
Related Articles
Advertisment