Advertisment

ସୋନାଲିଙ୍କୁ ଜବରଦସ୍ତ ଡ୍ରଗ୍ସ ଦେଇଥିଲେ ଦୁଇ ବିଜେପି ନେତା !

ହତ୍ୟା ମାମଲାରେ ଦୁଇ ଜଣ ବିଜେପି ନେତାଙ୍କୁ ଏବେ ପଚରାଉଚରା କରାଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
Sonali Phogat Death

Sonali Phogat Death

ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ୱିଷ୍ଟ। ସୋନାଲିଙ୍କୁ ଦିଆଯାଇଥିଲା ଡ୍ରଗ୍ସ। ଜୋରଜବରଦସ୍ତି ତାଙ୍କୁ ଡ୍ରଗ୍ସ ଦେଇଥିଲେ ଦୁଇ ଜଣ ସହଯୋଗୀ ବିଜେପି ନେତା। କିଛି ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ଗୋଆ ପୋଲିସ୍। ଗୋଆ ଆଇଜିଙ୍କ ସୂଚନା ମୁତାବକ, ସୋନାଲିଙ୍କୁ ଜୋରଜବରଦସ୍ତ ପାନୀୟରେ କିଛି ମିଶାଇ ପିଇବାକୁ ଦିଆଯାଇଥିଲା।

Advertisment

ଏହାପରେ ସେ ଅଚେତ ହୋଇପଡ଼ିଥିଲେ। ଦୁଇ ଜଣ ସହଯୋଗୀ ଟଏଲେଟ୍‌କୁ ନେଇଥିଲେ। ସେଠି ତାଙ୍କୁ ଦୁଇ ଘଣ୍ଟା ଧରି ରଖିଥିଲେ। ହେଲେ ଟଏଲଟ୍ ଭିତରେ ୨ ଘଣ୍ଟା ଧରି କାହିଁକି ରଖାଗଲା ଓ କଣ ହୋଇଥିଲା ସେ ନେଇ ଏବେ ତଦନ୍ତ କରାଯାଉଛି।

ହତ୍ୟା ମାମଲାରେ ଦୁଇ ଜଣ ବିଜେପି ନେତାଙ୍କୁ ଏବେ ପଚରାଉଚରା କରାଯାଉଛି। ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଗତ ୨୩ ତାରିଖ ଦିନ ଗୋଆରେ ମୃତ୍ୟୁ ହୋଇଥିଲା। ପୋଲିସ୍ ଏହାକୁ ହୃଦଘାତରେ ମୃତ୍ୟୁ କହୁଥିବା ବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା। 

Advertisment

ସୋନାଲିଙ୍କ ୧୫ ବର୍ଷର ଝିଅ ମଧ୍ୟ ତାଙ୍କ ମାଆଙ୍କ ମୃତ୍ୟୁର ନ୍ୟାୟ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ମୋ ମାଆଙ୍କ ସହ ହୋଇଥିବା ଅନ୍ୟାୟର ଠିକ୍‌ ଭାବେ ତଦନ୍ତ କରାଯାଉ ଏବଂ ତାଙ୍କୁ ନ୍ୟାୟ ମିଳୁ ।

ସୋନାଲି ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଟିକଟକ୍ ଓ ସୋସିଆଲ୍ ମିଡିଆରେ ତାଙ୍କ ଭିଡିଓ ବେଶ୍ ଚର୍ଚ୍ଚାରେ ରୁହେ । ସୋସିଆଲ୍ ମିଡିଆରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ ସୋନାଲି । ୨୦୨୦ରେ ବିଗ୍ ବସ୍‌ରେ ପ୍ରତିଯୋଗି ମଧ୍ୟ ରହିଆସିଛନ୍ତି ସୋନାଲି । ଏହାସହ ଏକାଧିକ ଟିଭି ସିରିଏଲ୍‌ରେ ବି ତାଙ୍କ ଅଭିନୟକୁ ଦେଖିଛନ୍ତି ଦର୍ଶକ ।

BJP Leader Sonali Phogat Death
Advertisment
Advertisment