Advertisment

ସଇତାନ ପୁଅ: ଘରେ ବୁହାଇଲା ରକ୍ତ ନଦୀ, ପରିବାରର ୪ ସଦସ୍ୟଙ୍କୁ ଛୁରୀ ଭୁସି ହତ୍ୟା...

ପ୍ରଥମେ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରେ ଏହା ହତ୍ୟା ବୋଲି ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ, ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ଘରର ପୁଅ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Son Killed Family Members In Delhi

Son Killed Four Of Family Members In Delhi

ଦିଲ୍ଲୀରେ ଶ୍ରଦ୍ଧା ମର୍ଡର କେସ୍‌କୁ ନେଇ ସାରା ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀରେ ପୁଣି ଆଉ ଏକ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗୋଟିଏ ଘରୁ ପରିବାରର ୪ ମୃତଦେହ ମିଳିଛି। ପ୍ରଥମେ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରେ ଏହା ହତ୍ୟା ବୋଲି ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ, ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ଘରର ପୁଅ। ଯିଏକି ନିଜ ବାପା, ମା’, ଭଉଣୀ ଓ ଜେଜେମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ସାଉଥ୍‌ ୱେଷ୍ଟ୍‌ ଜିଲ୍ଲାର ପାଲମ୍‌ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତର ନାଁ କେଶବ। ମୃତକମାନେ ହେଲେ- ଦିଭାନୋ(କେଶବଙ୍କ ଜେଜେମା’), ଦିନେଶ କୁମାର(କେଶବଙ୍କ ବାପା), ଦର୍ଶନ ରାଣୀ(କେଶବଙ୍କ ମା’) ଓ ଉର୍ବଶୀ (କେଶବଙ୍କ ଭଉଣୀ)।

Advertisment

ଅଧିକ ପଢ଼ନ୍ତୁ: ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଖାଇଲା ଖିରି, ପୁରୀ ! ପରେ ରଖିଲା ଦୀର୍ଘ ଜୀବନ ପାଇଁ ବ୍ରତ

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାଲମର ରାଜନଗର ପାର୍ଟ-୨ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। କେଶବ ଛୁରୀରେ ନିଜ ବାପା, ମା’, ଭଉଣୀ ଓ ଜେଜେମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘର ବାଥରୁମ୍‌ରୁ ରକ୍ତ ଜୁଡ଼ବୁଡ଼ୁ ଅବସ୍ଥାରେ ୨ ଜଣଙ୍କ ମୃତଦେହ ମିଳିଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଘଟଣା ପରେ କେଶବ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସମ୍ପର୍କୀୟମାନେ ତାକୁ ଧରି ପୋଲିସ୍‌ ଜିମା ଦେଇଥିଲେ। 

Advertisment

ପୋଲିସ୍‌ କେଶବକୁ ଗିରଫ କରି ପଚରାଉଚରା ଚଳାଇଛି। ସେ ଡ୍ରଗ୍ସ ନେଉଥିଲେ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବେ ସେ ଡ୍ରଗ୍ସ ଆଡିକ୍ସନ ସେଣ୍ଟରରୁ ବାହାରିଥିଲେ। ଏହାପରେ ସେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ୍‌ ଜବତ କରିଛି। କେଶବ କୌଣସି ଚାକିରି କରୁ ନଥିବାରୁ ପରିବାର ସଦସ୍ୟଙ୍କ ମଧ୍ୟରା ଝଗଡ଼ା ଲାଗି ରହୁଥିଲା। ଏନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

Murder Murder Case
Advertisment
Advertisment