Advertisment

ଲ୍ୟାଣ୍ଡମାଇନ୍‌ ଉପରେ ପଡ଼ିଗଲା ଯବାନଙ୍କ ପାଦ; ଜଣେ ଯବାନ ସହିଦ, ୨ ଗୁରୁତର

ସୀମା ସୁରକ୍ଷା କାର୍ଯ୍ୟ କରୁଥିବା ସମୟରେ ଜଣେ ଯବାନଙ୍କ ପାଦ ଲ୍ୟାଣ୍ଡମାଇନ୍‌ ଉପରେ ପଡ଼ିଯାଇଥିଲା । ଫଳରେ ସେଠାରେ ଲ୍ୟାଣ୍ଡମାଇନ୍‌ଟି ବିସ୍ଫୋରଣ ହୋଇଥିଲା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Soldier Dies After Stepping On Old Landmine Near Line Of Control

Soldier Dies After Stepping On Old Landmine Near Line Of Control

ପୁଣି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ସହିଦ । ଅସାବଧାନତା ଆରଣରୁ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟି ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଜଣ ଯବାନ ଗୁରତର ହୋଇଥିବା ମଧ୍ୟ ସୂଚନା ମିଳିଛି । ଜମ୍ମୁ-କାଶ୍ମୀରରେ ଏହି ଅଘଟଣ ଘଟିଥିବାବେଳେ ସୀମାରେ ଯାବନ ମାନେ ନିଜର ଡ୍ୟୁଟି କରୁଥିଲେ ।

Advertisment

ସୀମା ସୁରକ୍ଷା କାର୍ଯ୍ୟ କରୁଥିବା ସମୟରେ ଜଣେ ଯବାନଙ୍କ ପାଦ ଲ୍ୟାଣ୍ଡମାଇନ୍‌ ଉପରେ ପଡ଼ିଯାଇଥିଲା । ଫଳରେ ସେଠାରେ ଲ୍ୟାଣ୍ଡମାଇନ୍‌ଟି ବିସ୍ଫୋରଣ ହୋଇଥିଲା । ଜାମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟ ନୋଶେରା ଠାରେ ଏହି ଘଟଣା ଘଟିଛି । ରିପୋର୍ଟ ଅନୁଯାୟୀ ଏହି ବିସ୍ଫୋରଣରେ ଅନ୍ୟ ଦୁଇଜଣ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି ।

ଦୁଇ ଗୁରୁତର ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ସୂଚନା ଅନୁସାରେ ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଅଘଟଣ ଘଟିଛି । ସହିଦ ହୋଇଥିବା ଯବାନଙ୍କ ସମ୍ପର୍କରେ ସେନା ପକ୍ଷରୁ ସୂଚନା ଦିଆଯାଇନାହିଁ । ଆହତ ହୋଇଥିବା ଦୁଇ ଜଣ ଯବାନଙ୍କ ନାଁ ମଧ୍ୟ ଜଣାପଡ଼ିନାହିଁ ।

Advertisment
Landmine JammuKashmir
Advertisment
Advertisment