• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜେଲ୍ ଗଲେ ଦଲେର ମେହେନ୍ଦି । ୨୦୦୩ ମାନବ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍ ଯାଇଛନ୍ତି ବଲିଉଡ୍‌ କଣ୍ଠଶିଳ୍ପୀ ଦଲେର ମେହେନ୍ଦି । ୨ ବର୍ଷର ଜେଲ୍ ଦଣ୍ଡାଦେଶ ବଳବତ୍ତର ରହିବା ପରେ ଏବେ ସେ ଜେଲ୍ ଗଲେ । ପଟିଆଲା କୋର୍ଟ ୨୦୧୮ ରାୟକୁ ଆଜି ବଳବତ୍ତର ରଖିଥିଲେ ।

ସୁପରିଚିତ ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କୁ ୧୫ ବର୍ଷ ପୁରୁଣା ମାନବ ଚାଲାଣ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମାମଲାର ଶୁଣାଣି ପରେ ଦେଷୀ ସାବ୍ୟସ୍ତ ହୋଇଥିବା ଦଲେର ମେହେନ୍ଦିଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ, ୨୦୦୩ରେ ବାଲ ବେଡା ଗାଁର ବାସିନ୍ଦା ବକ୍ସିଶ ସିଂ ସଦର ପୋଲିସ ଷ୍ଟେସନରେ ଦଲେର ମେହେନ୍ଦି ,ତାଙ୍କ ଭାଇ ଶ୍ୟାମଶର ମେହେନ୍ଦୀ ଧାନ ସିଂ ଓ ବୁଲବୁଲ ମେହେଟ୍ଟାଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ସେମାନେ ବିଦେଶ ପଠାଇବା ନାଁରେ ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ ।

କୋର୍ଟଙ୍କ ନିଷ୍ପତ୍ତି ପରେ ଦଲେର ମେହେନ୍ଦୀଙ୍କୁ ଚିକିତ୍ସା ପାଇଁ ପଟିଆଲାର ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ୨୦୦୩ ସେପ୍ଟେମ୍ବର ୧୯ରେ, ଶ୍ୟାମଶେର ମେହେନ୍ଦୀଙ୍କ ବିରୋଧରେ ଏକ ମ୍ୟୁଜିକ୍ ବ୍ୟାଣ୍ଡ ମାଧ୍ୟମରେ ଲୋକଙ୍କୁ ବେଆଇନ ଭାବେ ନେଇଥିବାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏକ ଏଫ୍ଆଇଆର୍ ମଧ୍ୟ ପଞ୍ଜିକୃତ ହୋଇଥିଲା।

ଦଲେର ମେହେନ୍ଦୀଙ୍କ ବଡ ଭାଇ ହେଉଛନ୍ତି ଶ୍ୟାମଶେର ମେହେନ୍ଦି । ପୋଲିସର ଅଧିକ ପଚରାଉଚୁରା ପରେ ଏହି ମାମଲାରେ ଦଲେର ମେହେନ୍ଦୀଙ୍କ ନାମ ମଧ୍ୟ ଆସିଥିଲା। ତାଙ୍କ ବିରୋଧରେ କେବଳ ୨୦୦୩ ରେ ଏକ ମାମଲା ରୁଜୁ ହୋଇଥିଲା । ୨୦୧୮ ରେ ୧୫ ବର୍ଷ ପରେ ତଳ କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଯାହା କୋର୍ଟ ସଂରକ୍ଷିତ ରଖିଥିଲେ।