Advertisment

ମୃତ୍ୟୁ ପରେ ସିଦ୍ଧୁଙ୍କ ଫଟୋକୁ ବାହୁରେ ଟାଟୁ କଲେ ବାପା

କେବଳ ବାପା ନୁହଁନ୍ତି, ସିଦ୍ଧୁଙ୍କ ମା ଚରଣ କୌର୍ ମଧ୍ୟ ପୁଅର ସ୍ମୃତି ଉଦ୍ଦେଶ୍ୟରେ ଟାଟୁ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Sidhu Moose Wala's father gets son's face tattooed on his arm

Sidhu Moose Wala's father gets son's face tattooed on his arm

କଂଗ୍ରେସ ନେତା ତଥା ପଞ୍ଜାବୀ ରାପର୍  ସିଦ୍ଧୁ ମୁସେଓ୍ୱାଲାଙ୍କୁ ଭୁଲି ପାରୁନାହାନ୍ତି ବାପା ବାଲକୁର ସିଂହ। ଏତେ ବଡ଼ ପ୍ରତିଭାବାନ୍‌ ପୁଅକୁ ସିନା ହରାଇଲେ ହେଲେ ମୃତ୍ୟୁ ପରେ ପୁଅର ଫଟୋକୁ ବାହୁରେ ଥାପିଦେଲେ। ସିଦ୍ଧୁ ମୁସେଓ୍ୱାଲାଙ୍କ ଚିତ୍ର ବାହୁରେ ଟାଟୁ କରିଛନ୍ତି ତାଙ୍କ ବାପା। ଏହାସହ ସେ ଭାବପ୍ରବଣ ହୋଇ ପୁଅକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶଂସକଙ୍କ ଭଲପାଇବା ଶ୍ରଦ୍ଧା ମିଳିବାରେ ଲାଗିଛି।    

Advertisment

ସିଦ୍ଧୁ ମୁସେଓ୍ୱାଲାଙ୍କ ବାପା ତାଙ୍କ ବାହୁରେ ପୁଅର ମୁହଁକୁ ଟାଟୁ କରିଛନ୍ତି। ଯେଉଁଥିରେ  ପଂଜାବୀ ଭାଷାରେ Sarwan Putt ବୋଲି ଲେଖିଛନ୍ତି। ଏହାର ଅର୍ଥ ହେଲା ବାପାର ଯତ୍ନ ନେଉଥିବା ପୁଅ(Caring Son)। କେବଳ ବାପା ନୁହଁନ୍ତି, ସିଦ୍ଧୁଙ୍କ ମା ଚରଣ କୌର୍ ମଧ୍ୟ ପୁଅର ସ୍ମୃତି ଉଦ୍ଦେଶ୍ୟରେ ଟାଟୁ କରିଛନ୍ତି। ତାଙ୍କ ବାହୁରେ ଥିବା ଟାଟୁ ମଧ୍ୟ ବାପା ବାଲକୁର କରିଥିବା ଟାଟୁ ସହ ସମାନ। ହାତରେ Shubh Sarwan Putt ଲେଖିଛନ୍ତି। ପଞ୍ଜାବୀ ରାପର୍  ସିଦ୍ଧୁ ମୁସେଓ୍ୱାଲାଙ୍କ ପ୍ରକୃତା ନାଁ ହେଉଛି ଶୁଭଦୀପ ସିଂହ ସିଦ୍ଧୁ।

Advertisment

ସୂଚନାଥାଉ କି, ପଞ୍ଜାବର ମନ୍‌ସାରେ ଚର୍ଚ୍ଚିତ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ୱାଲାଙ୍କ ଉପରକୁ ୩୦ରୁ ଅଧିକ ରାଉଣ୍ଡ ଗୁଳି ଫାୟାରିଂ କରି ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ମୁସେଓ୍ୱାଲାଙ୍କ କାର୍‌କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ। ମୁସେଓ୍ୱାଲାଙ୍କ ସାଙ୍ଗରେ ଥିବା ୩ ଜଣ ସହଯୋଗୀ ମଧ୍ୟ ଗୁରୁତର ହୋଇଥିଲେ। ପୋଷ୍ଟମର୍ଟମ ବେଳେ ସିଦ୍ଧୁଙ୍କ ଶରୀରରେ ୨୪ ରାଉଣ୍ଡ ଗୁଳିର କ୍ଷତ ଚିହ୍ନ ମିଳିଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟାର ସିବିଆଇ ଓ ଏନ୍ଆଇଏ ତଦନ୍ତ ଲାଗି ଦାବି କରି ବାପା ବାଲକୁର ସିଂହ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କୁ ଚିଠି ଲେଖିଥିଲେ। ଏହାସହ ଯେଉଁ ଅଫିସର ସିଦ୍ଧୁଙ୍କ ସୁରକ୍ଷା ପ୍ରତ୍ୟାହାର କରିବା ଲାଗି ତର୍ଜମା କରି ସୁପାରିଶ କରିଥିଲେ, ତାହାର ତଦନ୍ତ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ମଧ୍ୟ ଘଟଣାର ତଦନ୍ତ କରିବା ଲାଗି ସେ ଦାବି କରିଥିଲେ। ଏହି ହତ୍ୟା ଘଟଣାକୁ ଗ୍ୟାଙ୍ଗ ଓ୍ୱାରର ଅଂଶ ବୋଲି କହିଥିବାରୁ ପୋଲିସ ଡିଜି କ୍ଷମା ମାଗନ୍ତୁ ବୋଲି ବାଲକୁର ଦାବି କରିଥିଲେ।

Sidhu Moose Wala Rapper
Advertisment
Advertisment