Advertisment

ପଡ଼ୋଶୀଙ୍କ ଚାଞ୍ଚଲ୍ୟକର ଖୁଲାସା- କାହିଁକି ବାରମ୍ବାର ଛାତ ଉପରକୁ ଆସୁଥିଲା ଅଫତାବ୍‌ ?

ଅଫତାବ୍‌ ଯେଉଁ ଫ୍ଲାଟ୍‌ରେ ରହୁଥିଲା ସେହି ଫ୍ଲାଟ୍‌ରେ ପାଖାପାଖି ୩୦୦ ଟଙ୍କା ପାଣି ବିଲ୍‌ ବକେୟା ରହିଛି। ଗତ କିଛିଦିନ ହେବ ଲଗାତାର ଭାବେ ସେ ଅଧିକ ପାଣି ବ୍ୟବହାର କରୁଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Shraddha Murder Case

Shraddha Walker Murder Case

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଜହ୍ଲାଦ ପ୍ରେମିକ ଅଫତାବ୍‌ ପୁନାୱାଲା ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍‌ରେ ରଖି ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦିନକୁ ଦିନ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଅଫତାବ୍‌ର ପଡ଼ୋଶୀ ଦିଲ୍ଲୀ ପୋଲିସ୍‌କୁ ଏହି ସୂଚନା ଦେଇଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଫ୍ରିଜ୍‌ରେ ପୁରୁଣା ପ୍ରେମିକାର ଶବ, ରୁମରେ ନୂଆ ପ୍ରେମିକା ! ଅଫତାବ କହିଲା.. Yes I Killed Her

ପଡ଼ୋଶୀଙ୍କ କହିବା ଅନୁସାରେ, ଅଫତାବ୍‌ ଯେଉଁ ଫ୍ଲାଟ୍‌ରେ ରହୁଥିଲା ସେହି ଫ୍ଲାଟ୍‌ରେ ପାଖାପାଖି ୩୦୦ ଟଙ୍କା ପାଣି ବିଲ୍‌ ବକେୟା ରହିଛି। ସୂଚନାଥାଉ କି, ଛତରପୁର ପାହାଡ଼ିଆ ଅଞ୍ଚଳରେ ଥିବା ଏହି କଲୋନୀରେ ଅଧିକାଂଶ ଲୋକ ଭଡ଼ାରେ ରୁହନ୍ତି। ଦିଲ୍ଲୀରେ ୨୦,୦୦୦ ଲିଟର ପର୍ଯ୍ୟନ୍ତ ପାଣି ବିଲ୍‌ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାଗଣା। ତେବେ ଅଫତାବ୍‌ର ଉପର ଫ୍ଲାଟ୍‌ରେ ରହୁଥିବା ୨ ପଡ଼ୋଶୀଙ୍କ ପାଣି ବିଲ୍‌ ଜିରୋ ଆସିଥିବା ବେଳେ ଅଫତାବ୍‌ ଫ୍ଲାଟ୍‌ର ପାଣି ବିଲ୍‌ ୩୦୦ ଟଙ୍କା ବକେୟା ରହିଛି। ଘର ମାଲିକଙ୍କଠୁ ଏସମ୍ପର୍କରେ ଜଣାପଡ଼ିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

Advertisment

ସୂଚନା ଅନୁସାରେ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ୍‌ ଲଗାତାର ଭାବେ ମୃତଦେହ ଉପରେ ଗରମ ପାଣି ଢାଳୁ ଥିଲା। ଗତ କିଛିଦିନ ହେବ ଲଗାତାର ଭାବେ ସେ ଅଧିକ ପାଣି ବ୍ୟବହାର କରୁଥିଲା। ଫଳରେ ମୃତଦେହରେ ଲାଗିଥିବା ରକ୍ତ ସବୁ ସଫା ହୋଇଯିବ। ରକ୍ତ ସଫା କରିବା ପାଇଁ ସେ ଖାଲି ପାଣି ବ୍ୟବହାର କରୁନଥିଲା ବରଂ କେମିକାଲ୍‌ ମଧ୍ୟ ବ୍ୟବହାର କରିଥିଲା। ତେଣୁ ଏଥିପାଇଁ ପାଣି ବିଲ୍‌ ଅଧିକ ଆସିଥିବା କୁହାଯାଉଛି। 

ଅଫତାବ୍‌ର ଉପର ମହଲାରେ ରହୁଥିବା ଜଣେ ମହିଳାଙ୍କ କହିବା ଅନୁସାରେ, ଅଫତାବ୍‌ ବାରମ୍ବାର ପାଣି ଟାଙ୍କି ଦେଖିବା ପାଇଁ ଛାତ ଉପରକୁ ଆସୁଥିଲେ। ଏଠାରେ ପ୍ରଶ୍ନ ଉଠୁଛି କାହିଁକି ବାରମ୍ବାର  ପାଣି ଟାଙ୍କି ଦେଖିବାକୁ ଅଫତାବ୍‌ ଛାତ ଉପରକୁ ଆସୁଥିଲା ? ରକ୍ତ ସଫା କରିବା ପାଇଁ ସେ ପାଣିର ବ୍ୟବହାର କରୁଥିଲା ନା ଆଉ କିଛି ରହିଛି କାରଣ, ଏନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଦିନେ ଘର ମାଲିକ ରୋହନଙ୍କ ବାପା ରାଜେନ୍ଦ୍ର କୁମାର ଭୁଲ୍‌ବଶତଃ ଅଫତାବ୍‌ ଫ୍ଲାଟ୍‌ର ଡୋର୍‌ ବେଲ୍‌ ବଜାଇ ଦେଇଥିଲେ। ଏହାପରେ ଅଫତାବ୍‌ ତାଙ୍କ ଉପରେ ରାଗି ଯାଇ କହିଥିଲା, ସକାଳୁ ସକାଳୁ କାହିଁକି ବେଲ୍‌ ବଜାଇଲ୍‌ ? ଏଥିରୁ ଜଣାପଡ଼ୁଥିଲା ସେ ଟେନ୍‌ସନ୍‌ରେ ରହୁଥିଲା।

ମିଳିଥିବା ସୂଚନା ଅନୁସାରେ, ଅଫତାବ୍‌ ଏଗ୍ରିମେଣ୍ଟରେ ଘର ଭଡ଼ା ଦେଇ ରହୁଥିଲା। ଏହି ଏଗ୍ରିମେଣ୍ଟରେ ପ୍ରଥମେ ଶ୍ରଦ୍ଧାଙ୍କ ନାଁ ଥିବାବେଳେ ପରେ ନିଜ ନାଁ ଲେଖିଥିଲା। ହେଲେ ସେମାନେ ବିବାହ କରି ନାହାନ୍ତି ବୋଲି ଏହି କଥା ଘର ମାଲିକଙ୍କୁ ଜଣା ନଥିଲା। 

Murder Murder Case
Advertisment
Advertisment