• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଲ ପାଉଥିଲା, ବିବାହ କରିବାକୁ ଜିଦ୍‌ କରିବାକୁ ହତ୍ୟା କଲା । ଆଉ ହତ୍ୟା କରିବା ପରେ ନା ମନରେ ଥିଲା ଦୁଃଖ ନା ଅନୁଶୋଚନା । ପୁରୁଣା ପ୍ରେମିକାକୁ ମାରିବା ପରେ ଘରକୁ ନୂଆ ପ୍ରେମିକା ଆଣିଥିଲା ଅଭିଯୁକ୍ତ ଅଫତାବ୍‌ । ଆଉ ସେତେବେଳେ ଶ୍ରଦ୍ଧାର ଖଣ୍ଡ ବିଖଣ୍ଡିତ ଶରୀର ଫ୍ରିଜରେ ହିଁ ଥିଲା । ହେଲେ ଅଫତାବ୍‌ ସହ ରହିବା ସମୟରେ ନୂଆ ଗର୍ଲଫ୍ରେଣ୍ଡ୍‌ ତା’ଉପରେ ସନ୍ଦେହ କରୁଥିଲା । କାରଣ ସବୁବେଳେ ଅଫତାବର ଫୋନ୍ ସ୍ୱିଚ୍‌ ଅଫ୍ ରହୁଥିଲା । ଶେଷରେ ୧୦ ଦିନ ରହିବା ପରେ ଭୟ ଲାଗିବାରୁ ଘରୁ ପଳାଇ ଯାଇଥିଲା ନୂଆ ପ୍ରେମିକା ।

ଅଧିକ ପଢ଼ନ୍ତୁ: ସେଫ୍‌ରୁ ମର୍ଡରର; ପ୍ରେମିକାକୁ ଚାପଡ୍‌ରେ ଖଣ୍ତ ଖଣ୍ତ କରି କାଟିଦେଲା ନୃଶଂସ ପ୍ରେମିକ

ବର୍ତ୍ତମାନ ଗିରଫ ହେବା ପରେ ଅଭିଯୁକ୍ତ ଅଫତାବ୍‌ ହତ୍ୟାକାଣ୍ଡ କଥା ସ୍ୱୀକାର କରିଛି । ଅଫତାବ୍‌ ମୃତ ଶରୀରର ଖଣ୍ଡଗୁଡ଼ିକୁ କେଉଁଠି ଫୋପାଡ଼ିଛି ? ଏହା ଜାଣିବା ପାଇଁ ପୋଲିସ ତାଙ୍କୁ ଜଙ୍ଗଲକୁ ନେଇଯାଇଛି । ଆଉ ଜଙ୍ଗଲରେ ଚାଲିଛି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍ । ତେବେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇନି ଅଭିଯୁକ୍ତ ।

ବର୍ତ୍ତମାନ ଉଭୟ ଅଫତାବ ଏବଂ ଶ୍ରଦ୍ଧା( Shraddha murder case)ଙ୍କ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ୍‌ । ପୋଲିସର ସୂଚନାନୁସାରେ, ଅଫତାବ୍‌ କେବଳ ଇଂରାଜୀରେ କଥାବାର୍ତ୍ତା କରୁଛି । ଆଉ କହିଛି Yes I killed her । ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କଥା ସେ ସ୍ୱୀକାର କରିଛି ।

ରୋଷେଇଆରୁ ମଡରର୍‌

ଅଭିଯୁକ୍ତ ଅଫତାବ୍ ଜଣେ ସେଫ୍ ଭାବେ ଟ୍ରେନିଂ ନେଇଥିଲା । ଏଥିପାଇଁ ମାଂସ କଟା ଯାଉଥିବା ଚାପଡ୍‌ର ବ୍ୟବହାର ସେ ଭଲଭାବେ ଜାଣିଥିଲା । ଯାହା ଫଳରେ କି ସେ ପ୍ରେମିକା ଶ୍ରଦ୍ଧାର ଶରୀରକୁ ଖଣ୍ଡ ଖଣ୍ଡ କରି ପ୍ରତିଦିନ ଜଙ୍ଗଲରେ ଫିଙ୍ଗିଥିଲା । ସବୁଦିନ ୨ଟା ରାତିରେ ଘରୁ ପଲିଥିନରେ ଶରୀର ଖଣ୍ଡଗୁଡିକୁ ନେଇ ଫିଙ୍ଗି ଆସୁଥିଲା । ବୁଲା ପଶୁଙ୍କୁ ଶରୀର ଖଣ୍ଡ ଗୁଡିକୁ ଖାଇବାକୁ ଦେଉଥିଲା ।

ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ ମୁଣ୍ଡକୁ ଉଦ୍ଧାର କରିପାରିନାହି ଦିଲ୍ଲୀ ପୋଲିସ । ମୁଣ୍ଡକୁ ଖୋଜିବାକୁ ଅଭିଯୁକ୍ତକୁ ଧରି ଆଖପାଖ ଜଙ୍ଗଲରେ ଖୋଜାଖୋଜି କରୁଛି । ସେହିପରି ହତ୍ୟାକାଣ୍ଡ ଘଟାଇବା ସମୟରେ ଶ୍ରଦ୍ଧା ଏବଂ ଅଫତାବ୍ ପିନ୍ଧିଥିବା ପୋାଷାକକୁ ମଧ୍ୟ ପୋଲିସ ଜବତ କରିନାହିଁ । ହତ୍ୟାକାଣ୍ଡ ଘଟାଇବା ପରେ ପୋଷାକଗୁଡିକୁ ପ୍ରମାଣ ନଷ୍ଟ ପାଇଁ ଡଷ୍ଟବିନ୍‌ରେ ପକାଇ ଦେଇଥିବା କହିଛି ଅଫତାବ୍ ।