Advertisment

India-Pakistan Border Tensions: ସୀମାନ୍ତ ଗାଁ ଲୋକେ କହିଲେ ହମ୍‌ଲା ରାତିର କଥା...ବଙ୍କର ଏବେ ସୁରକ୍ଷିତ ସ୍ଥାନ

ସ୍ଥାନୀୟ ବାସିନ୍ଦା ବର୍ଣ୍ଣନା କଲେ କେମିତି ଥିଲା ସେଇ ଭୟଙ୍କର ରାତି

author-image
Otv Khabar Bureau
ଅଦ୍ୟତନ ହୋଇଛି
ଶାନ୍ତି ଖୋଜୁଥିବା ଗାଁଟିଏ

ଶାନ୍ତି ଖୋଜୁଥିବା ଗାଁଟିଏ

ବୁଧବାର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ପାକିସ୍ତାନର ୯ଟି ସ୍ଥାନ ଉପରେ ଆକ୍ରମଣ କରିଛି ଭାରତ । ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ କରି ହୋଇଥିବା ଆକ୍ରମଣରେ ସୀମାନ୍ତବର୍ତୀ ଅଂଚଳରେ ଥିବା ଲୋକମାନେ ଆଜିର ରାତିକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି । ପ୍ରବଳ ଗୁଳିଚାଳନା ଯୋଗୁଁ ଘର ଗୁଡିକ ସବୁ କ୍ଷତିଗ୍ରସ୍ତ ହୋଇଥିବାର ସ୍ଥାନୀୟ ଲୋକେ କହିଛନ୍ତି । ସୀମା ନିକଟରେ ଅଧିକ ଉତେଜନା ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଭୂତଳ ବଙ୍କର ଓ ଗାଁ ବାହାରକୁ ଯିବାକୁ ପଡିଛି । 

Advertisment

ବାରାମୁଲ୍ଲା ଓ କୁପୱାରା ଜିଲ୍ଲାରେ ଥିବା ନିୟନ୍ତ୍ରଣ ରେଖା ନିକଟ ଉରି ଓ ତଙ୍ଗଧର ସେକ୍ଟରରେ ହୋଇଥିବା ଗୁଳିଚାଳନାକୁ କିଛି ବର୍ଷ ମଧ୍ୟରେ ହୋଇଥିବା ଆକ୍ରମଣ ମଧ୍ୟରୁ ଭୟଙ୍କର ବୋଲି କହିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତି ବା ବୁଧବାର ଭୋର ସମୟରେ ଭାରତ ଆକ୍ରମଣ କରିଥିବାରୁ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ ସେନା । ରାତି ପ୍ରାୟ ୧୧ଟା ବେଳେ ପାକ ପଟୁ ଗୁଳି ଚାଳନା ହୋଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗୁଳିମାଡରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । କିନ୍ତୁ ଏହି ସେକ୍ଟରରେ ଥିବା ବାନ୍ଦିପୋରା ଜିଲ୍ଲାର ଗୁରେଜ ଅଂଚଳରେ ସ୍ଥିତି ଶାନ୍ତ ରହିଛି । ଏଠାରେ କୌଣସି ପ୍ରକାର ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ସ୍ଥାନୀୟ ଲୋକେ କହିଛନ୍ତି ଆମେ ଗୁରେଜ ଛାଡି କଞ୍ଜଲୱନକୁ ଯାଉଥିଲୁ । କିନ୍ତୁ ସେନା ଅଧିକାରୀମାନେ ଆମକୁ ଅଟକାଇଥିଲେ ଏବଂ ସକାଳ ୬ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ ।

Advertisment

ଏହି ଅଂଚଳରେ ଆତଙ୍କିତ ଅବସ୍ଥାରେ ଥିବା ଲୋକମାନେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ତେଣୁ ସୁରକ୍ଷିତ ସ୍ଥାନକୁ ଯିବା ସହ ସାଥିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ମହଜୁଦ୍ ରଖିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ଲାଗି ରହୁଥିବା ବେଳେ ଯେକୌଣସି ମୁହୂର୍ତରେ ଯୁଦ୍ଧ ହେବାର ଆଶଙ୍କା କରି ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ଅଛନ୍ତି ଏହି ଅଂଚଳର ଲୋକେ । ବହୁ ଲୋକେ ନିଜକୁ ଯୁଦ୍ଧ ଆଢୁଆଳରେ ରଖୂଥବା ବେଳେ ସେନା ବାହିନୀ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ସ୍ଥାନକୁ ନେଇଯିବାରେ ସାହାଯ୍ୟ କରୁଛନ୍ତି ।

Line Of Control India Pakistan Gunfight India Border Operation Sindoor
Advertisment
Advertisment