Advertisment

Sextortion: ଅନଲାଇନ୍ ଫ୍ରେଣ୍ଡସିପ୍ କରୁଥିଲେ ସାବଧାନ; ନଗ୍ନ ଫଟୋ ଓ ଅଶ୍ଳୀଳ ଭିଡିଓକୁ ଅସ୍ତ୍ର କରୁଛନ୍ତି ଠକ

ସାଇବର୍ ଠକେଇର ସାଂଘାତିକ ରୂପ 'ସେକ୍ସଟର୍ସନ୍' । ନଗ୍ନ ଫଟୋ ଓ ଅଶ୍ଳୀଳ ଭିଡିଓକୁ ଅସ୍ତ୍ର କରୁଛନ୍ତି ଠକ । ବ୍ଲାକମେଲ୍ କରି କେବଳ ଲକ୍ଷ ଲକ୍ଷ ଟଙ୍କା ନୁହେଁ । ପରୋକ୍ଷରେ ଜୀବନ ବି ନେଉଛି ଏହି ରାକେଟ୍ । ଧମକଚମକ ଦେଇ ଟଙ୍କା ବା ବଟି ଆଦାୟକୁ କୁହାଯାଏ ଏକ୍ସଟର୍ସନ୍ ।

ଅଦ୍ୟତନ ହୋଇଛି
Sextortion

Sextortion

Advertisment

ଅନଲାଇନ୍ ଫ୍ରେଣ୍ଡସିପ୍ ପୂର୍ବରୁ ଏକଦମ୍ ସାବଧାନ। ମାତିଛନ୍ତି ସେକ୍ସଟର୍ସନ୍ ରାକେଟ୍ । ଦିଲ୍ଲୀରୁ ଧରାପଡ଼ିଲା ସେକ୍ସଟର୍ସନ ମାଷ୍ଟରମାଇଣ୍ଡ୍ । କଟକରେ ସେକ୍ସଟର୍ସନର ଶିକାର ହୋଇ ଜଣେ ମହିଳା ଆତ୍ମହତ୍ୟା କରିଥିଲେ । ଏହି ମାମଲାର ଖିଅ ଖୋଜି ଖୋଜି ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି କମିଶନରେଟ୍ ପୋଲିସ

Advertisment

ଆସନ୍ତୁ ଜାଣିବା କଣ ଏହି ସେକ୍ସଟର୍ସନ୍ ରାକେଟ୍ ଏବଂ କେମିତି ଏହାର ଜାଲରେ ଫସନ୍ତି ପୀଡିତା...

ସାଇବର୍ ଠକେଇର ସାଂଘାତିକ ରୂପ 'ସେକ୍ସଟର୍ସନ୍' । ନଗ୍ନ ଫଟୋ ଓ ଅଶ୍ଳୀଳ ଭିଡିଓକୁ ଅସ୍ତ୍ର କରୁଛନ୍ତି ଠକ । ବ୍ଲାକମେଲ୍ କରି କେବଳ ଲକ୍ଷ ଲକ୍ଷ ଟଙ୍କା ନୁହେଁ । ପରୋକ୍ଷରେ ଜୀବନ ବି ନେଉଛି ଏହି ରାକେଟ୍ । ଧମକଚମକ ଦେଇ ଟଙ୍କା ବା ବଟି ଆଦାୟକୁ କୁହାଯାଏ ଏକ୍ସଟର୍ସନ୍ । ହେଲେ, କାହାକୁ ତାଙ୍କର ନଗ୍ନ ଫଟୋ ବା ଭିଡିଓ ଭାଇରାଲ୍ କରାଇଦେବାର ଧମକ ଦେଇ ଟଙ୍କା ଆଦାୟ କଲେ, ତାକୁ କୁହାଯାଉଛି ସେକ୍ଟଟର୍ସନ୍ ।

Advertisment

ଆଜିକାଲି ଅନଲାଇନ ଯୁଗରେ ସେକ୍ସଟର୍ସନ୍ ରାକେଟ୍ କ୍ୟାନସର୍ ବ୍ୟାଧି ଭଳି ମାତିଛି । ଏହାର ଗୋଟିଏ ଖିଅ ଲାଗିଛି କମିଶନରେଟ୍ ପୋଲିସ ହାତରେ । ଦିଲ୍ଲୀରୁ ଧରାପଡ଼ିଛି ଆଫ୍ରିକା ନାଇଜେରିଆର ଜେଜେ ରେମଣ୍ଡ । କଟକର ଜଣେ ମହିଳାଙ୍କୁ ସେକ୍ସଟର୍ସନ୍ ଓ ତାଙ୍କ ଆତ୍ମହତ୍ୟା ମାମଲାରେ ରେମଣ୍ଡକୁ ଦିଲ୍ଲୀରୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଅଧିକ ପଢ଼ନ୍ତୁ:  କ’ଣ ହେବ ନବ ହତ୍ୟା ମାମଲାର ପରବର୍ତ୍ତୀ କ୍ରାଇମବ୍ରାଞ୍ଚ ତଦନ୍ତ ?

କଟକ ଡିସିପିଙ୍କ ସୂଚନା ଅନୁସାରେ, ମହିଳା ଜଣକ ନିଜ ସୁଇସାଇଡ୍ ନୋଟରେ ଖୋଲିଥିଲେ ସବୁ ଗୁମର । କେମିତି ତାଙ୍କୁ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ନିଆଯାଇଥିଲା । ଅଧିକ ଟଙ୍କା ନଦେବାରୁ ବ୍ୟକ୍ତିଗତ ଫଟୋ ଓ ଭିଡିଓ ଭାଇରାଲ୍ କରାଯାଇଥିଲା । ଜୀବନ ହାରିବା ଆଗରୁ ସବୁକିଛି ଗୋଟି ଗୋଟି କରି ଲେଖିଥିଲେ ।

Advertisment

ମହିଳାଙ୍କ ମୋବାଇଲରୁ ଏକ ଇଣ୍ଟରନ୍ୟାସନାଲ ନମ୍ବରର ଖିଅ ଖୋଜି ଖୋଜି, ଦିଲ୍ଲୀର ଉତ୍ତମ ନଗର ଓ ପାଲମ ଏରିଆରୁ ବିଦେଶୀ ଅଭିଯୁକ୍ତକୁ ଧରିଛି କଟକରୁ ଯାଇଥିବା ୬ ଜଣିଆ ସ୍ପେଶାଲ୍ ଟିମ୍ । ରେମଣ୍ଡ ପାଖରୁ ଜବତ ହୋଇଛି ନାଇଜେରିଆ ଓ ଆଇଭରି କୋଷ୍ଟର ପାସପୋର୍ଟ । କ୍ୟାମେରାରେ କଳା ଟେପ୍ ଲାଗିଥିବା ଲାପଟପ୍, ୫ଟି ମୋବାଇଲ୍ ଓ ୮ଟି ସିମ୍ । ସେଥିରୁ କିଛି ୟୁକେ ସିମ୍ ବି ରହିଛି । ସେ ଷ୍ଟୁଡେଣ୍ଟ କିମ୍ବା ଟୁରିଷ୍ଟ ଭିସାରେ ୨୦୨୦ରେ ଭାରତ ଆସିଥିଲା ଓ ଦିଲ୍ଲୀରେ ଘରଭଡ଼ା ନେଇ ରହୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

କେମିତି ଚାଲେ ସେକ୍ସଟର୍ସନ୍ ରାକେଟ?

ପ୍ରଥମେ ଫେସବୁକ୍‌ରୁ କିଛି ପ୍ରତିଷ୍ଠିତ ପୁରୁଷ ଡାକ୍ତର ଓ ଇଞ୍ଜିନିୟରଙ୍କ ପ୍ରୋଫାଇଲ୍ ଖୋଜି, ସେମାନଙ୍କ ଫେକ୍ ଆକାଉଣ୍ଟ ତିଆରି କରନ୍ତି ଠକ । ସେହି ଫେକ୍ ଆକାଉଣ୍ଟରୁ ଅନ୍ୟ ମହିଳା ଡାକ୍ତରଙ୍କୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ପଠାନ୍ତି । ସେମାନଙ୍କ ସହ ବନ୍ଧୁତା ପରେ ଚାଟ୍ ଚାଲେ । ବିଶ୍ବାସ ଜନ୍ମାଇ ହ୍ବାଟସଆପ୍ ନମ୍ବର ହାତେଇବା ପରେ, ଆଉ ପାଦେ ଆଗକୁ ବଢ଼ନ୍ତି ଠକ । ଫେକ୍ ପ୍ରୋଫାଇଲ୍ କରାଯାଇଥିବା ଲୋକଙ୍କ ଫଟୋକୁ ଏଡିଟ୍ କରି ନଗ୍ନ ଫଟୋ ତିଆରି କରାଯାଏ ଏବଂ ସମ୍ପୃକ୍ତ ମହିଳାଙ୍କୁ ହ୍ବାଟସଆପରେ ପଠାଯାଏ ।

ଏହାପରେ ପ୍ରଲୋଭନ ଦେଖାଇ ମହିଳାଙ୍କ ନଗ୍ନ ଫଟୋ ମଧ୍ୟ ସଂଗ୍ରହ କରାଯାଏ । ଏହାପରେ ଅନ୍ୟ ଏକ ଆପ୍ ଦ୍ବାରା ଫରେନ୍ ମୋବାଇଲ ନମ୍ବରର ହ୍ବାଟସଆପ୍ ଆକାଉଣ୍ଟ ତିଆରି କରି, ସେଥିରେ ପୀଡ଼ିତାଙ୍କୁ ତାଙ୍କ ପ୍ରାଇଭେଟ୍ ଫଟୋ ପଠାଇ ବ୍ଲାକମେଲ କରାଯାଏ । ଦିଲ୍ଲୀରୁ ଧରାପଡ଼ିଥିବା ନାଇଜେରିଆ ଅଭିଯୁକ୍ତର ମୋବାଇଲରୁ ପ୍ରାୟ ୩ ହଜାରରୁ ଅଧିକ ଫେସବୁକ୍ ଫ୍ରୋଫାଇଲ୍ ସ୍କ୍ରିନସଟ୍ ଓ କିଛି ଚାଟ୍ ଜବତ ହୋଇଛି । ସେ ଭାରତ ସହ, ବିଦେଶରେ ଥିବା ଭାରତୀୟ ଏବଂ ନ୍ୟୁଜିଲ୍ୟାଣ୍ଡ୍ ଲୋକଙ୍କ ଠାରୁ ମଧ୍ୟ ସେକ୍ସଟର୍ସନ୍ କରିଥିବା ଜାଣିବାକୁ ପାଇଛି ପୋଲିସ ।

ଏଭଳି ସେକ୍ସଟର୍ସନ୍ ଜାଲରୁ ବର୍ତ୍ତିବା ପାଇଁ, ଅନଲାଇନ ବନ୍ଧୁତା ବେଳେ ସତର୍କ ରହିବାକୁ ଏବଂ ଯଦି କେହି ଏହାର ଶିକାର ହୋଇଥା'ନ୍ତି ତେବେ ପୋଲିସର ସାହାଯ୍ୟ ନେବାକୁ ଡିସିପି ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ଏହି ଇଣ୍ଟରନ୍ୟାସନାଲ ସେକ୍ସଟର୍ସନ୍ ରାକେଟର ପର୍ଦ୍ଦାଫାସ୍ କରିବାକୁ, ଗିରଫ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ ।
ତା’ର ପ୍ରକୃତ ନାଗରିକତା, ସେ କେବେଠୁ ଭାରତରେ ଅଛି, କାହା କାହାକୁ ଟାର୍ଗେଟ୍ କରିଛି, କେତେ ଟଙ୍କା ଅସୁଲ୍ କରିଛି, ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି , ଏ ଚେର କେତେ ଯାଏଁ ଲମ୍ବିଛି, ରିମାଣ୍ଡରେ ଆଣି ଏସବୁର ଗୁମର ଉଗାରିବାକୁ ଚେଷ୍ଟା କରିବ ପୋଲିସ । ଅଧିକ ସୁରାକ୍ ହାତେଇବାକୁ ପାସପୋର୍ଟ ଭେରିଫିକେସନ୍ କରାଯିବ ଏବଂ ଇମିଗ୍ରେସନ ସମେତ ଅନ୍ୟ ଏଜେନ୍ସି ସହ ମଧ୍ୟ ଯୋଗାଯୋଗ କରାଯିବ ।

ଅଧିକ ପଢ଼ନ୍ତୁ: ଅପରାଧ ହାର ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ବଡ଼ ଯୋଜନା

Cyber Blackmailing Cyber Fraud Sextortion Commisionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ