Advertisment

ସ୍ପା’ ସେଣ୍ଟର ନାଁରେ ସେକ୍ସ ରାକେଟ୍; ୫,୦୦୦ ଟଙ୍କାରେ ଥାଇଲାଣ୍ଡ୍‌ ଯୁବତୀ

ସ୍ପା’ ସେଣ୍ଟର ନାଁରେ ଚାଲିଥିଲା ଦେହ ବ୍ୟବସାୟ। ଏହାର ପର୍ଦ୍ଦାଫାସ କରିବା ପାଇଁ ଯୋଜନା ମୁତାବକ ଜଣେ ବ୍ୟକ୍ତିଙ୍କୁ ନକଲି ଗ୍ରାହକ ସଜାଇ ପୋଲିସ୍‌ ସ୍ପା ସେଣ୍ଟରକୁ ପଠାଇବା ସହ ଅଚାନକ ରେଡ୍‌ କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sex Racket Busted In Delhi

Sex Racket Busted In Spa Center In Delhi

ସ୍ପା’ ସେଣ୍ଟର ନାଁରେ ଚାଲିଥିଲା ଦେହ ବ୍ୟବସାୟ। ଏହାର ପର୍ଦ୍ଦାଫାସ କରିବା ପାଇଁ ଯୋଜନା ମୁତାବକ ଜଣେ ବ୍ୟକ୍ତିଙ୍କୁ ନକଲି ଗ୍ରାହକ ସଜାଇ ପୋଲିସ୍‌ ସ୍ପା ସେଣ୍ଟରକୁ ପଠାଇବା ସହ ଅଚାନକ ରେଡ୍‌ କରିଥିଲା। ପୂର୍ବ ଦିଲ୍ଲୀର ଋଷଭ ବିହାର ସ୍ଥିତ ସ୍ପା’ ସେଣ୍ଟରରେ ରେଡ୍‌ କରି ପୋଲିସ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି। ଥାଇଲାଣ୍ଡ୍‌ର ଯୁବତୀଙ୍କୁ ନେଇ ସ୍ପା’ ସେଣ୍ଟରରେ ଦେହ ବ୍ୟବସାୟ ଚାଲିଥିଲା ବୋଲି ରେଡ୍‌ ବେଳେ ଜଣାପଡ଼ିଛି। ସ୍ପା’ ସେଣ୍ଟରକୁ ଅପରେଟ୍‌ କରୁଥିବା ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି। ଏହାସହ ଯୁବତୀଙ୍କ ସମ୍ପର୍କରେ ଥାଇଲାଣ୍ଡ୍‌ ଦୂତାବାସକୁ ସୂଚନା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଏସ୍‌ପିଙ୍କ ମାଷ୍ଟର ପ୍ଲାନ୍‌ ! ସେକ୍ସ ରାକେଟର ପର୍ଦ୍ଦାଫାଶ କରିବାକୁ ନିଜେ ସାଜିଲେ ଗ୍ରାହକ

ଋଷଭ ବିହାର ଅଞ୍ଚଳରେ ଥିବା ସ୍ପା’ ସେଣ୍ଟରରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ଦିଲ୍ଲୀ ପୋଲିସ୍‌କୁ ସୂଚନା ମିଳିଥିଲା। ଏହାପରେ ଯୋଜନା ମୁତାବକ ପୋଲିସ୍‌ ଜଣେ ବ୍ୟକ୍ତିଙ୍କୁ ନକଲି ଗ୍ରାହକ ସଜାଇ ସ୍ପା’ ସେଣ୍ଟରକୁ ପଠାଇ ଥିଲେ। ନକଲି ଗ୍ରାହକଙ୍କୁ ୫,୦୦୦ ଟଙ୍କା ଦିଆଯିବା ସହ ଏକ ନମ୍ବରରେ ମିସ୍‌ କଲ୍‌ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ନକଲି ଗ୍ରାହକ ଜଣକ ସ୍ପା’ ସେଣ୍ଟରକୁ ଯାଇଥିଲେ। ସେଠାରେ ରିସେପ୍‌ସନ୍‌ରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଏହାପରେ ଥାଇ ଯୁବତୀଙ୍କ ପାଇଁ ୨,୦୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ବ୍ୟକ୍ତି ଜଣକ ଗ୍ରାହକଙ୍କୁ କହିଥିଲେ। ଟଙ୍କା ନେବା ପରେ ଜଣେ ଥାଇ ଯୁବତୀଙ୍କ ସହ ନକଲି ଗ୍ରାହକ ସାଜି ଯାଇଥିବା ବ୍ୟକ୍ତିଙ୍କ ସହ ସେ ଭେଟ କରାଇଥିଲେ।

Advertisment

ତେବେ ଅତିରିକ୍ତ ସେବା ପାଇଁ ଥାଇ ଯୁବତୀ ଜଣକ ନକଲି ଗ୍ରାହକଙ୍କୁ ୩,୦୦୦ ଟଙ୍କା ମାଗିଥିଲେ। ଏହାପରେ ସମ୍ପୃକ୍ତ ବ୍ୟକ୍ତି ଟଙ୍କା ଦେବା ସହ ପୂର୍ବରୁ କୁହାଯାଇଥିବା ନମ୍ବରରେ ମିସ୍‌ କଲ୍‌ ଦେଇଥିଲେ। ମିସ୍‌ କଲ୍‌ କ୍ଷଣି ପୋଲିସ୍‌ ତୁରନ୍ତ ସ୍ପା’ ସେଣ୍ଟରରେ ରେଡ୍‌ କରିଥିଲା। ଏହାସହ ଥାଇ ଯୁବତୀଙ୍କ ଠାରୁ ଟଙ୍କା ଜବତ କରିଥିଲା। ଘଟଣାକୁ ନେଇ ପୋଲିସ୍‌ ମାମଲା ରୁଜୁ କରିବା ସହ ସ୍ପା ସେଣ୍ଟର ଚଳାଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ରେଡ୍‌ ବେଳେ ପୋଲିସ୍‌ କିଛି ଥାଇ ଯୁବତୀଙ୍କ ସହ ଭାରତୀୟ ଯୁବତୀଙ୍କ ମଧ୍ୟ ଉଦ୍ଧାର କରିଛି।

Sex Racket
Advertisment
Advertisment